ମୋବାଇଲର ଗୋଟେ କ୍ଲିକରେ ମିଳିବ ସବୁ ସାମଗ୍ରୀ; JioMart ଏବେ ଗୁଗଲ୍ ପ୍ଲେ ଷ୍ଟୋର୍ ଓ iOSରେ

ରିଲାଏନ୍ସ ଗ୍ରାହକମାନଙ୍କ ପାଇଁ ଅନଲାଇନ୍ ଗ୍ରୋସରୀ ପ୍ଲାଟଫର୍ମ ‘ଜିଓ ମାର୍ଟ’ ଲଞ୍ଚ କରିଛି । ଏହି ଆପ ଡାଉନଲୋଡ଼ କରି ଏହା ମାଧ୍ୟମରେ ସପିଂ କଲେ ଗ୍ରାହକମାନଙ୍କୁ ଖୁବ୍ ଆକର୍ଷଣୀୟ ଡିସକାଉଣ୍ଟ୍ ମିଳୁଛି ।

ମୋବାଇଲର ଗୋଟେ କ୍ଲିକରେ ମିଳିବ ସବୁ ସାମଗ୍ରୀ; JioMart ଏବେ ଗୁଗଲ୍ ପ୍ଲେ ଷ୍ଟୋର୍ ଓ iOSରେ
JioMart ଆପ୍ ସପିଂ କରିବାର ଅନୁଭବକୁ ଅଧିକ ସରଳ ଓ ଲାଭପ୍ରଦ କରେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ରିଲାଏନ୍ସର ଜିଓ ମାର୍ଟ (JioMart of Reliance) ଆପ୍‌ ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଉପଲବ୍ଧ । ଏହି ଇ-କମର୍ସ ପ୍ଲାଟଫର୍ମ ଏକ ୱେବସାଇଟ୍ ଭାବରେ ଉନ୍ମୋଚିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଗ୍ରାହକମାନେ ନିଜ ଆଣ୍ଡ୍ରଏଡ୍ (Android) ଓ ଆଇଓଏସ୍ (iOS) ଡିଭାଇସରୁ ଗ୍ରୋସରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ କିଣିବା ପାଇଁ ଏହି ଆପ୍ ଡାଉନଲୋଡ୍ କରିପାରିବେ । ଜିଓମାର୍ଟର ବିତରଣ ସେବା ସାରା ଭାରତର ବିଭିନ୍ନ ସହରରେ ୨୦୦ରୁ ଅଧିକ ସ୍ଥାନରେ ଉପଲବ୍ଧ ହୋଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ଜିଓ ମାର୍ଟ୍‌ ମୋବାଇଲ୍ ଆପ୍ କମ୍ପାନୀର ବାର୍ଷିକ ସାଧାରଣ ସଭା ୨୦୨୦ର ଏକ ସପ୍ତାହ ପରେ ଆଣିଛି । ଏହି ସଭାରେ ରିଲାଏନ୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) JioMartର ବୈଶିଷ୍ଟ୍ୟ, ତାଙ୍କର ଦୃଷ୍ଟିକୋଣ ଓ ବଜାରରେ ଆଗକୁ ବଢ଼ିବାର ଯୋଜନା ବିଷୟରେ କହିଥିଲେ ।

JioMart ଆପ୍ ଉପଭୋକ୍ତାମାନଙ୍କ ପାଇଁ ସପିଂ କରିବା ଅନୁଭବକୁ ଆହୁରି ସରଳ କରିବ । ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟାକୁ ବିଚାରକୁ ନେଇ ଉପଭୋକ୍ତାମାନେ ଏକ ଉତ୍ପାଦ ଅର୍ଡର କରିବା ପାଇଁ ମୋବାଇଲ ଫୋନରେ ଏକ ୱେବସାଇଟ୍ ପରିଦର୍ଶନ କରିବା ପରିବର୍ତ୍ତେ ଏକ ଆପ୍ ଡାଉନଲୋଡ୍ କରିବା ଅଧିକ ସୁବିଧାଜନକ ମନେ କରନ୍ତି ।

ଜିଓମାର୍ଟ ସାରା ଦେଶରେ ଗ୍ରୋସେରି ଷ୍ଟୋରଗୁଡ଼ିକୁ ଅଧିକ ସଶକ୍ତ କରିବ ।


ରିଲାଏନ୍ସ ହ୍ୱାଟସ୍ ଆପ୍ ସହ ମଧ୍ୟ ଏକ ଚୁକ୍ତି ସହଯୋଗ ଘୋଷଣା କରିଛି, ଯାହା ଦ୍ୱାରା ଜିଓମାର୍ଟରୁ ସାମଗ୍ରୀ କିଣିବାରେ ଲୋକଙ୍କୁ ସାହାଯ୍ୟ ମିଳିବ । ଏହି ଚୁକ୍ତି ଦ୍ୱାରା ଗ୍ରାହକଙ୍କ ସହ ଦେଶ ସାରା ଲକ୍ଷ ଲକ୍ଷ ଗ୍ରୋସେରି ଦୋକାନ ଉପକୃତ ହେବେ । ଉଭୟ ସ୍ଥାନୀୟ ତେଜରାତି ଦୋକାନ ଓ ଗ୍ରାହକଙ୍କ ପାଇଁ ଜିଓମାର୍ଟ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଅମ୍ବାନୀ କହିଛନ୍ତି ।

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ କହିଛନ୍ତି ଯେ ଜିଓମାର୍ଟ ତେଜରାତି ଦୋକାନଗୁଡିକର ସଶକ୍ତିକରଣ କରିବ ଓ ସେମାନଙ୍କୁ ଗ୍ରାହକଙ୍କୁ ସେବା ଯୋଗାଇ ଦେବାରେ ନିୟୋଜିତ ରଖିବ । ନିଜ ଗ୍ରାକମାନଙ୍କ ସହ ଦୋକାନୀମାନେ ଜିଓମାର୍ଟ ପ୍ଲାଟଫର୍ମରେ ସଂଯୁକ୍ତ ହୋଇ ରହିପାରିବେ ବୋଲି ସେ କହିଛନ୍ତି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: July 24, 2020, 4:28 PM IST
corona virus btn
corona virus btn
Loading