ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା

ଫେସବୁକ ୪୩,୫୩୪ କୋଟି ଟଙ୍କାରେ ଜିଓର ୯.୯% ଅଂଶଧନ କିଣିବା ପରେ ଓ ସିଲଭର୍ ଲେକ୍ ଜିଓର ୧.୫% ଅଂଶଧନ ପାଇଁ ୫,୬୫୫ କୋଟି ଟଙ୍କା ବିନିଯୋଗ କରିବା ପରେ ରିଲାଏନ୍ସ ଜିଓରେ ଏହା ହେଉଛି ତୃତୀୟ ବୃହତ ନିବେଶ ।

ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
ଜିଓ ପ୍ଲାଟଫର୍ମ ତିନି ସପ୍ତାହ ଭିତରେ ଅଗ୍ରଣୀ ଟେକ୍ନୋଲୋଜି ନିବେଶକଙ୍କ ଠାରୁ ୬୦,୫୯୬.୩୭ କୋଟି ଟଙ୍କା ସଂଗ୍ରହ କରିଛି।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଟେଲିକମ୍ ୟୁନିଟ୍ ରିଲାଏନ୍ସ ଜିଓ ନିଜର ୨.୩ ପ୍ରତିଶତ ଅଂଶଧନ ​​ଆମେରିକାର ଘରୋଇ ଇକ୍ୱିଟି କମ୍ପାନୀ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (VEP)କୁ ୧୧,୩୬୭ କୋଟି ଟଙ୍କାରେ ବିକ୍ରି କରିଛି । ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ବିଶ୍ୱର ସବୁ ଠୁ ବଡ଼ ଟେକନୋଲୋଜି-କୈନ୍ଦ୍ରିକ ଫଣ୍ଡ୍‌ ପରିଚାଳିତ କରେ ।

ଏପ୍ରିଲରେ ଘୋଷିତ ରିଲାଏନ୍ସ ଜିଓ ସହିକ ଫେସବୁକର ଚୁକ୍ତି ତୁଳନାରେ ଭିଷ୍ଟାର ଏହି ନିବେଶ ୧୨.୫ ପ୍ରତିଶତ ପ୍ରିମିୟମରେ ରହିଛି । ଏହି ତାଜା ଚୁକ୍ତି ଦ୍ୱାରା ଜିଓ ପ୍ଲାଟଫର୍ମର ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ହୋଇଛି ।

ଫେସବୁକ ୪୩,୫୩୪ କୋଟି ଟଙ୍କାରେ ରିଲାଏନ୍ସ ଜିଓର ସଂଖ୍ୟାଲଘୁ ୯.୯ ପ୍ରତିଶତ ଅଂଶଧନ ହାସଲ କରିବା ପରେ ଓ ସିଲଭର ଲେକ୍‌ ରିଲାଏନ୍ସ ଜିଓର ୧.୫ ପ୍ରତିଶତ ଅଂଶଧନ ପାଇଁ ୫,୬୫୫ କୋଟି ଟଙ୍କା ନିବେଶ କରିବା ପରେ ଗତ ତିନି ସପ୍ତାହ ଭିତରେ ରିଲାଏନ୍ସ ଜିଓରେ ଏହା ହେଉଛି ତୃତୀୟ ହାଇ-ପ୍ରୋଫାଇଲ୍ ବିନିଯୋଗ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ


ଜିଓରେ ଏହି ସପ୍ତାହରେ ସିଲଭର ଲେକ୍ ପାର୍ଟନର୍ସଙ୍କ ଦ୍ୱାରା ହୋଇଥିବା ବିନିଯୋଗ ଫେସବୁକ୍ ଡିଲ୍ ସହିତ ସମାନ ପ୍ରିମିୟମରେ ଥିଲା । ଋଣ ପରିଶୋଧ କରିବାକୁ ଚାହୁଁଥିବା ଜିଓ ପ୍ଲାଟଫର୍ମ ତିନି ସପ୍ତାହରୁ କମ୍‌ ସମୟ ମଧ୍ୟରେ ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି ନିବେଶକଙ୍କ ଠାରୁ ୬୦,୫୯୬ କୋଟି ଟଙ୍କା ସଂଗ୍ରହ କରିପାରିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜି କମ୍ପାନୀଗୁଡିକରେ ବିନିଯୋଗ କରିବାର ଭିଷ୍ଟାର ଏକ ଟ୍ରାକ୍ ରେକର୍ଡ ରହିଛି, ଏବଂ ଏହାର ୧୦ ବର୍ଷର ଇତିହାସରେ ଏହାର ପ୍ରତ୍ୟେକ ବିନିଯୋଗ ଲାଭଦାୟକ ହୋଇଛି । ଭାରତରେ ଏହା ଭିଷ୍ଟାର ପ୍ରଥମ ବୃହତ ବିନିଯୋଗ ।

ଏହି ନିବେଶ ଜିଓକୁ ବିଶ୍ୱର ସବୁ ଠାରୁ ରୋମାଞ୍ଚକର ତଥା ବୃହତ ବଜାର ଉପରେ ଧ୍ୟାନ କେନ୍ଦିତ କରୁଥିବା ଏକ ଦୃଢ଼ ଟେକ୍ନୋଲୋଜି କମ୍ପାନୀ ଭାବରେ ଉପସ୍ଥାପିତ କରିଛି ଓ ଏହିର ପରିଚାଳନାର ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରିଛି ବୋଲି RIL କହିଛି ।

ଗତ ତିନି ସପ୍ତାହ ଭିତରେ ରିଲାଏନ୍ସ ଜିଓରେ ଏହା ହେଉଛି ତୃତୀୟ ହାଇ-ପ୍ରୋଫାଇଲ୍ ବିନିଯୋଗ ।


ଭିଷ୍ଟାର ବିନିଯୋଗ ଜିଓକୁ ଟେଲିକମ୍ ଏଣ୍ଟରପ୍ରାଇଜ୍ ବାହାରେ ପରବର୍ତ୍ତୀ ପିଢ଼ିର ଏକ ମହତ୍ୱପୂର୍ଣ୍ଣ ସଫ୍ଟୱେର୍ ଓ ପ୍ଲାଟଫର୍ମ କମ୍ପାନୀ ଭାବରେ ପ୍ରଦର୍ଶିତ କରିଛି । ଏହି ସବୁ ଆର୍ଥିକ ଚୁକ୍ତି ଦ୍ୱାରା ଜିଓ ଭାରତୀୟ ବଜାରକୁ  ଗଭୀରଭାବେ ବୁଝୁଥିବା ଓ କୋଭିଡ-୧୯ ପରେ ହେବାକୁ ଥିବା ଦ୍ରୁତ ଡିଜିଟାଇଜେସନ୍ ସୁଯୋଗରୁ ଲାଭ ଉଠାଇବା ସ୍ଥିତିରେ ଥିବା କମ୍ପାନୀ ଭାବେ ବୈଶ୍ୱିକ ସ୍ତରରେ ନିଜକୁ ସୁଦୃଢ଼ କରିଛି । ଭାରତୀୟମାନଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉପକରଣ ଯଥା AI, ବ୍ଲକ୍ ଚେନ୍, AR/VR ଓ ବିଗ୍ ଡାଟା ଆଣିବା ପାଇଁ ଜିଓର ସାମର୍ଥ୍ୟ ବିଶ୍ୱର ନିବେଶକମାନଙ୍କ ମଧ୍ୟରେ ଏହି କମ୍ପାନୀକୁ ଏକ ବଡ଼ ଆକର୍ଷଣ କରି ରଖିଛି ।

ରିଲାଏନ୍ସ ଜିଓ ଗୋଟିଏ ସଂସ୍ଥା ଅଧୀନରେ ଟେକ୍ନୋଲୋଜି ଓ ପ୍ଲାଟଫର୍ମର ଏକ ଅନନ୍ୟ ସେଟ୍ ରଖିଥିବା ଯୋଗୁଁ ବିଶ୍ୱର ବିଭିନ୍ନ ବୃହତ ନିବେଶକମାନେ ଜିଓ ପ୍ଲାଟଫର୍ମର ଦୀର୍ଘକାଳୀନ ଅଂଶୀଦାର ହେବାକୁ ଚାହୁଁଛନ୍ତି । ବିଶ୍ୱ ସ୍ତରରେ ଏମିତି ଆଉ କୌଣସି ସୁଯୋଗ ଉପଲବ୍ଧ ନାହିଁ ।
First published: May 8, 2020, 10:39 AM IST
corona virus btn
corona virus btn
Loading