Jio ଭିଡିଓ କନଫରେନ୍ସିଂ ଆପ୍ JioMeet ଲଞ୍ଚ କଲା; ଏକା ଥରକେ ୧୦୦ ଲୋକଙ୍କ ସହ କଥା ହୋଇପାରିବେ

ଏହି ଆପ୍ ପୂରା ମାଗଣା । ଏଥିରେ କଲ୍ ଆରମ୍ଭ କରିବା ପାଇଁ କୌଣସି କୋଡ୍ ବା ଇନଭାଇଟର ଆବଶ୍ୟକତା ନାହିଁ । ଆପଣ ମିଟିଂ ପାଇଁ ସମୟ ନିର୍ଦ୍ଧାରିତ କରିପାରିବେ ଓ ପରସ୍ପର ସହ ସ୍କ୍ରିନ୍ ବି ଶେୟାର୍ କରିପାରିବେ । Jio Meet ଆପ୍ କେମିତି ଡାଉନଲୋଡ୍ କରିବେ ଜାଣନ୍ତୁ ।

Jio Meet ଆପରେ ଅନେକ ବୈଶିଷ୍ଟ୍ୟ (ଫିଚର୍ସ) ଅଛି ।

Jio Meet ଆପରେ ଅନେକ ବୈଶିଷ୍ଟ୍ୟ (ଫିଚର୍ସ) ଅଛି ।

  • Share this:
News18 Odia Digital

#ମୁମ୍ବାଇ: ରିଲାଏନ୍ସର ଜିଓ ପ୍ଲାଟଫର୍ମ୍ସ (Jio Platforms) ଆଜି ଏହାର ଭିଡିଓ କନଫରେନ୍ସିଂ ଆପ୍ ଜିଓ ମିଟ୍‌ (JioMeet) ଲଞ୍ଚ କରିଛି । ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ ଓ ଆଇଫୋନ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି । ଏହି ଭିଡିଓ କଲ୍ ଆପର ବିଶେଷତ୍ୱ ​​ହେଉଛି ଏହା HD କ୍ୱାଲିଟିର ଏବଂ ୧୦୦ ଜଣ ଲୋକ ଏକା ସାଙ୍ଗରେ ଭିଡିଓ କନଫରେନ୍ସ କଲ୍ କରିପାରିବେ ।

JioMeet ଆପ୍‌ ଆଗାମୀ ମାସକ ପାଇଁ ବ୍ୟବହାରକାରୀଙ୍କ ଫୋନରେ ବିଟା ଭର୍ସନରେ ଚାଲିବ । ଆଜି ଏହାକୁ ଉଭୟ ଆଣ୍ଡ୍ରଏଡ୍ ଏବଂ ଆପଲ୍ ପାଇଁ ଲଞ୍ଚ କରାଯାଇଛି । ଏହି ଆପ ମାଧ୍ୟମରେ ୧୦୦ ଲୋକ ଏକା ସାଙ୍ଗରେ କଥାବାର୍ତ୍ତା କରିପାରିବେ । ଏଥିରେ କଲ୍ ଆରମ୍ଭ କରିବା ପାଇଁ କୌଣସି କୋଡ୍ ବା ଇନଭାଇଟ୍‌ (ନିମନ୍ତ୍ରଣ)ର ଆବଶ୍ୟକତା ନାହିଁ । ଯେଉଁମାନେ ଡେସ୍କଟପରୁ ଏହି ଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି, ସେମାନଙ୍କୁ JioMeet ର ଇନଭାଇଟ୍‌ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏଥି ପାଇଁ ସେମାନଙ୍କୁ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ ।

ଏହି ଆପରେ ଅନ୍ୟ କିଛି ବୈଶିଷ୍ଟ୍ୟ (ଫିଚର୍ସ) ମଧ୍ୟ ଅଛି । ଯେମିତି ଆପଣ ନିଜ ମିଟିଂ ପାଇଁ ସମୟ ନିର୍ଦ୍ଧାରିତ କରିପାରିବେ (schedule your meeting) । ପରସ୍ପର ସହିତ ସ୍କ୍ରିନ୍ ବି ଶେୟାର୍‌ କରିପାରିବେ । ଏହି ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଗୁଗୁଲ୍ କ୍ରୋମ୍ ଓ ମୋଜିଲା ଫାୟାରଫକ୍ସରେ ବି ବ୍ୟବହାର କରାଯାଇପାରିବ । ଏଥି ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏହି ଆପ୍ ସମ୍ପୂର୍ଣ୍ଣ ମାଗଣା ।

Jio Meet ଆପକୁ ଗୁଗୁଲ୍ କ୍ରୋମ୍ ଓ ମୋଜିଲା ଫାୟାରଫକ୍ସରେ ବି ବ୍ୟବହାର କରାଯାଇପାରିବ ।


ଆପ୍ କେମିତି ଡାଉନଲୋଡ୍ କରିବେ ଜାଣନ୍ତୁ

ଯଦି ଆପଣ ଏହି ଆପକୁ ମୋବାଇଲ ଫୋନରେ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆଇଫୋନର ଆପ୍ ଷ୍ଟୋର୍‌କୁ ଯାଆନ୍ତୁ । ସେଠାରେ JioMeet ଆପ୍ ଖୋଜନ୍ତୁ ଓ ତାକୁ ଡାଉନଲୋଡ୍ କରନ୍ତୁ ।

ଯଦି ଆପଣ ଏହି ଆପକୁ ଡେସ୍କଟପରେ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣ ଏହି ଲିଙ୍କରେ କ୍ଲିକ୍ କରିପାରିବେ: https://jiomeetpro.jio.com/home#download। ଏହି ଲିଙ୍କରେ ଆପଣ ଆପ୍ ଡାଉନଲୋଡ୍ କରିବାର ବିକଳ୍ପ ପାଇବେ ।

ଏପ୍ରିଲ୍ ୩୦ରେ ଏକ ଭିଡିଓ କଲିଂ ସେବା ଆରମ୍ଭ କରିବ ବୋଲି ରିଲାଏନ୍ସର (Reliance India Limited) ଜିଓ ପ୍ଲାଟଫର୍ମ୍ସ ଘୋଷଣା କରିଥିଲା ।

ଏହି ଭିଡିଓ କନଫରେନ୍ସିଂ ଆପର ଲଞ୍ଚିଂ ଏପରି ଏକ ସମୟରେ ହୋଇଛି ଯେତେବେଳେ କରୋନା ଭାଇରସ୍ କାରଣରୁ ଅଧିକାଂଶ ଲୋକ ଘରୁ କାମ କରୁଛନ୍ତି । ଏହି ଆପ୍ ଆସିବା ପରେ ଜିଓ ପ୍ଲାଟଫର୍ମ୍ସର ଜୁମ୍, ଗୁଗୁଲ୍ ମିଟ୍ ଓ ୱେବ୍ ଏକ୍ସ ଭଳି ଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା ହେବ ।
Published by:Anand Shankar Thankur Das
First published: