News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL, ଆର୍.ଆଇ.ଏଲ୍.) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସଫଳତାର ସହ ଏବେ ସୁଦ୍ଧା ଭାରତର ସର୍ବବୃହତ ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ସମ୍ପନ୍ନ କରିଛି । ଏହି ରାଇଟ୍ସ ଇସ୍ୟୁ ପ୍ରାୟ ୧.୫୯ ଗୁଣା ଅଧିକ ସବସ୍କ୍ରାଇବ୍ ହୋଇଛି, ଯାହା ୮୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିବଦ୍ଧତା ସୂଚିତ କରୁଛି । ଏହି ରାଇଟ୍ସ ଇସ୍ୟୁ ପ୍ରତି ନିବେଶକମାନଙ୍କ ଜବରଦସ୍ତ ଆଗ୍ରହ ଦେଖିବାକୁ ମିଳିଥିଲା, ଯେଉଁଥିରେ ଉଭୟ ଭାରତ ଓ ବିଦେଶର ଲକ୍ଷାଧିକ କ୍ଷୁଦ୍ର ନିବେଶକ ଓ ହଜାର ହଜାର ସଂସ୍ଥାଗତ ନିବେଶକ ଅଛନ୍ତି । ଏହି ରାଇଟ୍ସ ଇସ୍ୟୁର ପବ୍ଲିକ୍ ଅଂଶ ୧.୨୨ ଗୁଣା ଅଧିକ ସବସ୍କ୍ରାଇବ୍ ହୋଇଛି ।
ଇକ୍ୱିଟି ସେୟାର ଆବଣ୍ଟନ ଜୁନ୍ ୧୦ ବା ସେହି ପାଖାପାଖି ସମୟରେ ହେବ । ରାଇଟ୍ ସେୟାରଗୁଡ଼ିକୁ ଅଲଗା ଆଇ.ଏସ୍.ଆଇ.ଏନ୍. (ISIN) ନମ୍ବରରେ ପ୍ରାୟ ଜୁନ୍ ୧୨ରେ କିମ୍ବା ପାଖାପାଖି ସମୟରେ ବି.ଏସ୍.ଇ. (BSE) ଓ ଏନ୍.ଏସ୍.ଇ. (NSE)ରେ ତାଲିକାଭୁକ୍ତ କରାଯିବ ।
ଏହି ରାଇଟ୍ସ ଇସ୍ୟୁ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନୀ ପକ୍ଷରୁ ଏକ ଅତ୍ୟନ୍ତ ଅଭିନବ ଅଭିଯାନ ଚାଲୁ କରାଯାଇଥିଲା, ଯାହା ମଧ୍ୟରେ ବ୍ୟାପକ ଓ ବିବିଧ ଯୋଗାଯୋଗ ମାଧ୍ୟମକୁ ବ୍ୟବହାର କରାଯାଇଥିଲା । ନିବେଶକମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଆପଣାଯାଇଥିବା ମାଧ୍ୟମଗୁଡ଼ିକ ମଧ୍ୟରେ ସାମିଲ ଥିଲା ଟେଲିଭିଜନ, ରେଡିଓ, ମୁଦ୍ରିତ ମାଧ୍ୟମ, ଡିଜିଟାଲ୍ ଓ ସୋସିଆଲ ମିଡିଆ ଏବଂ ପ୍ରଥମ ଥର ବ୍ୟବହାର କରାଯାଇଥିବା ଏଆଇ ଭିତ୍ତିକ ଚାଟବଟ୍, ଇ-ମେଲ୍ ଓ ଏସ୍.ଏମ୍.ଏସ୍. ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଅଂଶଧନଧାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଇଟ୍ସ ଏଣ୍ଟାଇଟେଲମେଣ୍ଟ୍ (ଆର୍.ଇ.)ର ସକ୍ରିୟ ଭାବେ କାରବାର ହୋଇଥିଲା ଯାହା ଏହି ରାଇଟ୍ସ ଇସ୍ୟୁ ପ୍ରତି ନିବେଶକଙ୍କ ଆଗ୍ରହକୁ ପ୍ରତିଫଳିତ କରିଥିଲା । ସେବି (SEBI) ପକ୍ଷରୁ ପ୍ଲାଟଫର୍ମ ଉପଲବ୍ଧ କରାଯିବା ପରେ ପ୍ରଥମ ଥର ଲାଗି ଷ୍ଟକ ଏକ୍ସଚେଞ୍ଜରେ ଏହା ଡିମାଟ୍ ଆକାରରେ କାରବାର ହୋଇଥିଲା ଏବଂ ତାହା ଜବରଦସ୍ତ ସଫଳତା ହାସଲ କରିଥିଲା ।
ଆରଆଇଏଲର ରାଇଟ୍ସ ଇସ୍ୟୁର ଏକ ବୈଶିଷ୍ଟ୍ୟ ଥିଲା ଯେ ଏହା ରେକର୍ଡ ସୃଷ୍ଟି କରିବା ଭଳି ଆକାରର ହୋଇଥଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ପ୍ଲାଟଫର୍ମରେ ହୋଇଥିଲା, ଯାହା କୋଭିଡ୍-୧୯ ମୁକାବିଲା ଲାଗି ଜାରି କରାଯାଇଥିବା ଲକଡାଉନ୍ ସମସ୍ୟାକୁ ପ୍ରତିହତ କରିପାରିଥିଲା । ଏହା ଭାରତୀୟ ଓ ବିଶ୍ୱ ପୁଞ୍ଜି ବଜାର ଇତିହାସରେ ଏକ ନୂତନ ରେକର୍ଡ ଥିଲା । ୮୦୦ରୁ ଅଧିକ ଭାରତୀୟ ସହର ତଥା ବିଦେଶର ଅନେକ ଆର୍ଥିକ କେନ୍ଦ୍ରଗୁଡିକର କୌଣସି ଅଂଶଧନଧାରୀ ଯଥା ନିୟାମକ ସଂସ୍ଥା, ବ୍ୟାଙ୍କ, ଆର୍ଥିକ ସଂସ୍ଥା, ଖୁଚୁରା ନିବେଶକ ଓ ଅନ୍ୟ କାହାରିକୁ ମଧ୍ୟ ନିଜ କାର୍ଯ୍ୟାଳୟ କିମ୍ବା ଘର ବାହାରକୁ ବାହାରିବାକୁ ପଡ଼ିନଥିଲା, ଏବଂ ଏହା ସତ୍ୱେ ରାଇଟ୍ସ ଇସ୍ୟୁ ସମ୍ପର୍କୀତ ସବୁ ପ୍ରସଙ୍ଗ ଅତି ସୁବିଧାରେ ଏବଂ ପୂର୍ଣ୍ଣ ଦକ୍ଷତାର ସହିତ ସମ୍ପାଦିତ ହୋଇଥିଲା । ଏହା କେବଳ ଉଦୀୟମାନ ଡିଜିଟାଲ ଯୁଗର ଶକ୍ତିକୁ ପ୍ରଦର୍ଶିତ କରିନାହିଁ, ବରଂ ଏହି ଯୁଗରେ ଏକ ଅଗ୍ରଦୂତ ଏବଂ ଅଭିନବ ବ୍ୟବସ୍ଥା ସୃଷ୍ଟିକାରୀ ଭାବେ ଭାରତର ପର୍ଯ୍ୟାପ୍ତ ସୁଯୋଗକୁ ପ୍ରଦର୍ଶିତ କରିଛି ।
‘‘ଏହି ରାଇଟସ୍ ଇସ୍ୟୁରେ ଅଂଶଗ୍ରହଣ କରିଥିବାରୁ ଏବଂ ଭାରତୀୟ ପୁଞ୍ଜି ବଜାର ଇତିହାସରେ ଏହାକୁ ଏକ ନୂତନ ଓ ଗର୍ବ କରିବା ଭଳି ମାଇଲ ଖୁଣ୍ଟରେ ପରିଣତ କରିଥିବାରୁ ଆମର ସମସ୍ତ ପ୍ରିୟ ଓ ସମ୍ମାନସ୍ପଦ ସେୟାର ହୋଲଡର୍ ବା ଅଂଶଧନଧାରୀମାନଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ।
ସେ ଆହୁରି କହିଛନ୍ତି: ‘‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ସମୟରୁ ଆମର ଅଂଶଧନଧାରୀମାନେ ସର୍ବଦା ଆମ ପାଇଁ ଶକ୍ତିର ସର୍ବବୃହତ ଉତ୍ସ ହୋଇ ରହିଛନ୍ତି । ବିଶ୍ୱାସ ଉପରେ ପର୍ଯ୍ୟବେଶିତ ଆମର ଦଶନ୍ଧୀ ପୁରୁଣା ସମ୍ପର୍କ ଆମକୁ ଆହୁରି ଅଧିକ ହାସଲ କରିବାକୁ ଅନୁପ୍ରାଣିତ କରୁଛି । ରିଲାଏନ୍ସର ଭବିଷ୍ୟତ ନେଇ ସେମାନେ ପ୍ରଦର୍ଶନ କରିଥିବା ଅସାଧାରଣ ବିଶ୍ୱାସକୁ ନେଇ ଆମେ ଉଲ୍ଲସିତ ଓ ରୋମାଞ୍ଚିତ।’’
‘‘ଡିଜିଟାଲ୍ ପ୍ରଯୁକ୍ତିକୁ ଗ୍ରହଣ କରି ଭାରତର ଅନ୍ତର୍ଭୁକ୍ତୀକରଣ ଓ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଆମର ମୂଳ ଲକ୍ଷ୍ୟ ରହିଛି ଯାହା ୧୩୦ କୋଟି ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବାରେ ସହାୟକ ହେବ । ରାଇଟସ୍ ଇସ୍ୟୁ ପ୍ରତି ଏହି ଜବରଦସ୍ତ ବିଶ୍ୱାସ ଓ ସମର୍ଥନ ଆମକୁ ଏହି ବିଶ୍ୱାସ ଦେଉଛି ଯେ ଆମର ଅଂଶଧନଧାରୀମାନେ ମଧ୍ୟ ଏହି ଲକ୍ଷ୍ୟର ସମର୍ଥନ କରୁଛନ୍ତି । ଏକ ନୂଆ ଭାରତ ଲାଗି ଏକ ନୂଆ ରିଲାଏନ୍ସ ଗଠନ ପାଇଁ ଆମେ ଦୃଢ ଭାବରେ ଆଗକୁ ବଢୁଥିବା ବେଳେ ସେମାନଙ୍କ ସମର୍ଥନ ଆମର ଏହି ସଂକଳ୍ପକୁ ଆହୁରି ସୂଦୃଢ଼ କରିଛି,’’ କହିଛନ୍ତି ଅମ୍ବାନୀ ।
ମୁକେଶ ଅମ୍ବାନୀ ଆହୁରି କହିଛନ୍ତି, ‘‘କୋଭିଡ୍-୧୯ ବିଶ୍ୱ ମହାମାରୀ ଯୋଗୁଁ ଆବଶ୍ୟକ ହୋଇଥିବା ପରିବର୍ଦ୍ଧିତ ଦେଶବ୍ୟାପୀ ଲକଡାଉନ୍ ସମୟରେ RILର ରାଇଟସ୍ ଇସ୍ୟୁର ସଫଳତା ହେଉଛି ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଦୃଢ଼ତା ଉପରେ ଉଭୟ ଘରୋଇ ଓ ବିଦେଶୀ ନିବେଶକ ଏବଂ କ୍ଷୁଦ୍ର ଖୁଚୁରା ଅଂଶଧନଧାରୀଙ୍କ ବିଶ୍ୱାସର ପ୍ରତିଫଳନ । ମୋ’ର କୌଣସି ସନ୍ଦେହ ନାହିଁ ଯେ ଆଗାମୀ ସମୟରେ ଭାରତୀୟ ଅର୍ଥନୀତି ଉଚ୍ଚ ଅଭିବୃଦ୍ଧି ପଥକୁ ପ୍ରତ୍ୟାବର୍ତ୍ତନ କରିବ ଓ ତାହା ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବ ।’’
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାଏହା ବି ପଢ଼ନ୍ତୁ: ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।