News18 Odia Digital
ମୁମ୍ବାଇ: ‘କରୋନା ହାରେଗା ଇଣ୍ଡିଆ ଜୀତେଗା’ ସ୍ଲୋଗାନ ପଛରେ ଥିବା ଅଦମ୍ୟ ଇଚ୍ଛାଶକ୍ତି ଓ ପ୍ରବଳ ଦେଶପ୍ରେମ ଦ୍ୱାରା ଅନୁପ୍ରାଣିତ ହୋଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଏକ ଛୋଟ ଫିଲ୍ମ ବନେଇ ରିଲିଜ୍ କରିଛି । ଭାରତର କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢ଼େଇରେ ଦେଶବାସୀଙ୍କ ଅଟଳ ବିଶ୍ୱାସ ଓ କଠିନ ଶ୍ରମ ଉଦ୍ଦେଶ୍ୟରେ ଏହି ଫିଲ୍ମଟି କମ୍ପାନୀର ଏକ ଶ୍ରଦ୍ଧାଞ୍ଜଳି ବୋଲି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ।
‘‘ଆମେ ସମସ୍ତେ ମିଳିମିଶି ଏହି ଲଢ଼େଇରେ ଜିତିବୁ,’’ ଏହି ଫିଲ୍ମର ଅନ୍ତରେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ (Reliance Foundation)ର ଅଧ୍ୟକ୍ଷା ନୀତା ଅମ୍ବାନୀ । ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଧର୍ମପତ୍ନୀ । ଦେଶରେ କରୋନା ଭାଇରସ୍ ସଂକ୍ରମଣ ଏକ ସଙ୍କଟ ଭାବେ ଆବିର୍ଭାବ ହେବା ସମୟ ଠାରୁ ଉଭୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ଫାଉଣ୍ଡେସନ୍ ଏହି ସଙ୍କଟରୁ ମୁକ୍ତି ପାଇବାକୁ ଓ ଏହାର ପ୍ରଭାବକୁ କମ୍ କରିବାକୁ ବିଭିନ୍ନ ପ୍ରକାର ବଡ଼ ଧରଣର ସହଯୋଗ କରିଆସିଛନ୍ତି ।
ତିନି ମିନିଟ୍ ଓ ୧୬ ସେକେଣ୍ଡର ଏହି ଭିଡିଓରେ ଥିବା ଗୀତ ‘ଝୁକନେ ନା ଦେଙ୍ଗେ ସର୍ କଭୀ ତେରା, ଜୀତା ରହେଗା ମେରା ଇଣ୍ଡିଆ’ ଲେଖିଛନ୍ତି କୌଶଳ କିଶୋର ଓ ଏହାର ସ୍ୱର ସଂଯୋଜନା କରି ଗାଇଛନ୍ତି ବିଶାଳ ମିଶ୍ର । ଗୀତଟିକୁ ପ୍ରଡ୍ୟୁସ୍ ଓ ଆରେଞ୍ଜ୍ ବି କରିଛନ୍ତି ବିଶାଳ ମିଶ୍ର ।
‘‘ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଆମେ ଟିମ୍ ରିଲାଏନ୍ସ କରୋନା ଉପରେ ବୈଜ୍ଞାନିକ ଅନୁସନ୍ଧାନ, କରୋନା ଭାଇରସ୍ ପରୀକ୍ଷଣ, ଡାକ୍ତରଖାନା ସ୍ଥାପନ, PPE ଗୁଡ଼ିକର ଘରୋଇ ଉତ୍ପାଦନ, ଯତ୍ନ ନେଉଥିବା ଲୋକ ତଥା ଅଭାବୀ ବ୍ୟକ୍ତିଙ୍କ ପାଇଁ ଅନ୍ନ ସେବା ଯୋଜନା ଚାଲୁ କରିବା ସହିତ ଖାଦ୍ୟ ଯୋଗାଣ ଓ ଇଣ୍ଟରନେଟ୍ ଡାଟା ଯୋଗାଣ (ଜିଓ, Jio) ଜାରୀ ରଖିବା ପରି ବିଭିନ୍ନ ପ୍ରକାର ସେବା ଯୋଗାଇ #CoronaHaaregaIndiaJeetega ପ୍ରୟାସରେ ସହଯୋଗ କରିଥିବାରୁ ନିଜକୁ ଗର୍ବିତ ଓ ନମ୍ର ମନେକରୁଛୁ,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ଜଣେ ମୁଖପାତ୍ର ।
ସମଗ୍ର ଭିଡିଓଟିରେ ରିଲାଏନ୍ସ କର୍ମଚାରୀମାନେ PPE ପିନ୍ଧିଥିବା ଓ ସମସ୍ତ ସାମାଜିକ ଦୂରତା ନିୟମକୁ ଦୃଢ଼ଭାବରେ ପାଳନ କରିଥିବା ଦେଖାଯାଇଛି । ଫିଲ୍ମଟିର ୯୫ ପ୍ରତିଶତ ଭାଗ ନୂଆ କରି ସୁଟିଂ କରାଯାଇଥିଲା ଓ ସମ୍ପୃକ୍ତ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଏହାର ସୁଟିଂ ହୋଇଥିଲା ବୋଲି ମୁଖପାତ୍ର କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ନୀତା ଅମ୍ବାନୀ
କରୋନା ଭାଇରସ୍ ଯୋଗୁଁ ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ମୁମ୍ବାଇରେ
ଭାରତର ପ୍ରଥମ ଉତ୍ସର୍ଗୀକୃତ କୋଭିଡ-୧୯ (COVID-19) ଡାକ୍ତରଖାନା ପ୍ରତିଷ୍ଠା କରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ରିଲାଏନ୍ସ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ (PM Cares)କୁ ୫୦୦ କୋଟି ଟଙ୍କା ଦେବା ସହିତ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛି ।
ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ସହଯୋଗରେ ସାର୍ ଏଚ୍.ଏଚ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ COVID-19 ପଜିଟିଭ୍ ରୋଗୀମାନଙ୍କ ପାଇଁ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ଏକ ଉତ୍ସର୍ଗୀକୃତ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ଥାପନ କରିଛି । ଏହା ଭାରତରେ ଏହି ପ୍ରକାରର ପ୍ରଥମ ହସ୍ପିଟାଲ୍ ।
ରିଲାଏନ୍ସ ଫାଉଣ୍ଡେସନ, ରିଲାଏନ୍ସ ରିଟେଲ, ଜିଓ, ରିଲାଏନ୍ସ ଲାଇଫ ସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ପରିବାରର ସମସ୍ତ ଛଅ ଲକ୍ଷ ସଦସ୍ୟଙ୍କ ମିଳିତ ଶକ୍ତିକୁ କରୋନା ଭାଇରସର ମୁକାବିଲାରେ ନିୟୋଜିତ କରିଛି ଏହି ବ୍ୟାପାର ସମୂହ। COVID-19 ବିରୋଧରେ ଲଢ଼ିବା ପାଇଁ RIL ଏହାର ଉତ୍ପାଦନ କ୍ଷମତାକୁ ବଢ଼ାଇ ଦିନକୁ ୧,୦୦,୦୦୦ ଫେସ୍-ମାସ୍କ ଉତ୍ପାଦନ କରିବା ତଥା ଦେଶର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଆବଶ୍ୟକ ହେଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବି ତିଆରି କରୁଛି ।
ଭିଡିଓ ଗୀତଟି ଏଇଠି ଦେଖନ୍ତୁ:ଏହା ବି ପଢ଼ନ୍ତୁ: କରୋନା ସହ ଲଢ଼ିବାକୁ ରିଲାଏନ୍ସ ଭାରତର ପ୍ରଥମ ଉତ୍ସର୍ଗୀକୃତ COVID-19 ହସପିଟାଲ ଖୋଲିଲାଏହା ବି ପଢ଼ନ୍ତୁ: PMଙ୍କ କରୋନା ପାଣ୍ଠିକୁ ରିଲାଏନ୍ସ ଦେଲା ₹୫୦୦ କୋଟି ସହାୟତା; ୧୦୦-ବେଡ୍ ହସପିଟାଲ ବି ପ୍ରସ୍ତୁତଏହା ବି ପଢ଼ନ୍ତୁ: କରୋନା ସଙ୍କଟ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଦୌ ବେତନ ନେବେ ନାହିଁ(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।