କରୋନା ସଙ୍କଟ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଦୌ ବେତନ ନେବେ ନାହିଁ

ମୁକେଶ ଅମ୍ବାନୀଙ୍କ ବ୍ୟତୀତ ରିଲାଏନ୍ସର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ମଧ୍ୟ ନିଜ ବାର୍ଷିକ ବେତନର କିଛି ଅଂଶ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ମହାମାରୀ ସଙ୍କଟ ଯୋଗୁଁ ସାରା ଦେଶରେ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଅଂଶଧନଧାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଅଂଶଧନଧାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • Share this:
News18 Odia Digital

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ (କୋଭିଡ-୧୯) ଯୋଗୁଁ ଦେଶରେ ଜାରିଥିବା ଲକଡାଉନ୍‌ କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ବେତନ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ବ୍ୟତୀତ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ମଧ୍ୟ ବାର୍ଷିକ ବେତନର କିଛି ଅଂଶ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍‌ ମହାମାରୀ ସଙ୍କଟ କାରଣରୁ ସାରା ଦେଶରେ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିଛି ।

କର୍ମଚାରୀମାନଙ୍କୁ ଏକ ଚିଠି ଲେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିତଲ୍‌ ଆର୍‌. ମେସୱାନୀ କହିଛନ୍ତି ଯେ ମୁକେଶ ଅମ୍ବାନୀ କୌଣସି ବେତନ ନେବେ ନାହିଁ । ଏହା ବ୍ୟତୀତ କମ୍ପାନୀର ନିର୍ଦ୍ଦେଶକ ବୋର୍ଡ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏଗ୍ଜିକ୍ୟୁଟିଭ୍‌ କମିଟିର ସଦସ୍ୟ ଓ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ଦରମା ମଧ୍ୟ ୩୦ ରୁ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ସେ ଏହି ଚିଠିରେ ଜଣେଇଛନ୍ତି ।

ସେମୱାନୀ କହିଛନ୍ତି ଯେ ସାମ୍ପ୍ରତିକ ସଙ୍କଟ ପରିସ୍ଥିତିରେ RILର ହାଇଡ୍ରୋକାର୍ବନ୍ ବ୍ୟବସାୟ ବିଶେଷ ପ୍ରଭାବିତ ହୋଇଛି । ଏହି କାରଣରୁ ହାଇଡ୍ରୋକାର୍ବନ୍ ବ୍ୟବସାୟରେ କାର୍ଯ୍ୟ କରୁଥିବା ଓ ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀମାନଙ୍କ ଦରମା ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ଏହି ଚିଠିରେ ଉଲ୍ଲେଖ ଅଛି । ବାର୍ଷିକ ୧୫ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା କର୍ମଚାରୀଙ୍କ ବେତନରେ କୌଣସି କାଟଛାଟ ହେବ ନାହିଁ ।

ହିତଲ୍ ଆର୍. ମେସୱାନୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠି


ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅବଧିରେ କର୍ମଚାରୀମାନଙ୍କୁ ମିଳିବାକୁ ଥିବା କାର୍ଯ୍ୟଦକ୍ଷତା ସହ ଜଡିତ ପ୍ରୋତ୍ସାହନ (performance-linked incentive, PLI) ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ବିଶୋଧିତ ଦ୍ରବ୍ୟ ଓ ପେଟ୍ରୋକେମିକାଲ୍ସର ଚାହିଦା ହ୍ରାସ ହୋଇଥିବାରୁ ହାଇଡ୍ରୋକାର୍ବନ୍ ବ୍ୟବସାୟ ପ୍ରଭାବିତ ହୋଇଛି ।ଏହି କାରଣରୁ ହାଇଡ୍ରୋକାର୍ବନ୍ ବ୍ୟବସାୟ ଉପରେ ଚାପ ବୃଦ୍ଧି ପାଇଛି । ତେଣୁ କମ୍ପାନୀ ପ୍ରତ୍ୟେକ ସ୍ତରରେ ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛି ।

ସାମ୍ପ୍ରତିକ ପରିସ୍ଥିତିରେ କମ୍ପାନୀକୁ ପ୍ରତ୍ୟେକ ସ୍ତରରେ ଅପରେଟିଂ ଓ ସ୍ଥିର ଖର୍ଚ୍ଚ ହ୍ରାସ କରିବାକୁ ପଡିବ ବୋଲି ଏହି ଚିଠିରେ କହିଛନ୍ତି ମେସୱାନୀ । କମ୍ପାନୀର ପ୍ରତ୍ୟେକ ବ୍ୟକ୍ତି ଏଥିରେ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

(ଡିସକ୍ଲେମର୍‌: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand Shankar Thankur Das
First published: