Reliance ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟଙ୍କୁ ମାଗଣାରେ ଯୋଗାଉଛି

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ କମ୍ପାନୀ ଦେଶର ବିଭିନ୍ନ ରାଜ୍ୟକୁ ପ୍ରତି ଦିନ ପ୍ରାୟ ୭୦୦ ଟନ୍ ଅମ୍ଳଜାନ ଯୋଗାଉଛି ।ଏହା ପ୍ରତି ଦିନ ୭୦,୦୦୦ରୁ ଅଧିକ ଗୁରୁତର ରୋଗୀଙ୍କୁ ଆରାମ ପ୍ରଦାନ କରୁଛି ।

Reliance ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟଙ୍କୁ ମାଗଣାରେ ଯୋଗାଉଛି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର CMD ମୁକେଶ ଅମ୍ବାନୀ ଓ ତାଙ୍କ ସହଧର୍ମିଣୀ ନୀତା ଅମ୍ବାନୀ
  • News18 Odia
  • Last Updated: April 20, 2021, 11:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ ଭାରତରେ କରୋନା ଭାଇରସର ଦ୍ରୁତ ଗତିରେ ବଢୁଥିବା ମାମଲା (Coronavirus in India) ମଧ୍ୟରେ ଗୁଜରାଟର ଜାମନଗର୍‌ ରିଫାଇନାରୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ପ୍ରତି ଦିନ ୭୦୦ ଟନ୍ରୁ ଅଧିକ ମେଡିକାଲ ସ୍ତରର ଅମ୍ଳଜାନ (medical oxygen) ଉତ୍ପାଦନ କରୁଛି । ଏହି ଅକ୍ସିଜେନ୍‌ କୋଭିଡ-୧୯ (COVID-19) ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଦିଆଯାଉଛି ।

ମୁକେଶ ଅମ୍ବାନୀଙ୍କ (Mukesh Ambani) ନେତୃତ୍ୱାଧୀନ ରିଲାଏନ୍ସ କମ୍ପାନୀର ଜାମନଗର ରିଫାଇନାରୀ ପ୍ରଥମେ ୧୦୦ ଟନ୍ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ କରୁଥିଲା, ହେଲେ ଏହାକୁ ବଢ଼ାଇ ଦିନକୁ ୭୦୦ ଟନ୍‌ କରାଯାଇଛି । ଏହି ଅମ୍ଳଜାନ ଯୋଗାଣ ଦ୍ୱାରା ଗୁଜୁରାଟ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ପରି କରୋନା ସଂକ୍ରମଣରେ ପୀଡି଼ତ ରାଜ୍ୟରେ ପ୍ରତି ଦିନ ୭୦,୦୦୦ରୁ ଅଧିକ ଗୁରୁତର କରୋନା ରୋଗୀ ଆରାମ ପାଇବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି; ଜାଣନ୍ତୁ ସେ କହିଲେ

ଦେଶରେ କରୋନା ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ରିଲାଏନ୍ସ କମ୍ପାନୀ (Reliance Industries Limited) ମେଡିକାଲ୍ ଗ୍ରେଡ୍ ଅମ୍ଳଜାନର ଉତ୍ପାଦନ କ୍ଷମତାକୁ ୧,୦୦୦ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି (Reliance supplies free oxygen) । ଜାମନଗର ରିଫାଇନାରୀ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ କରେ ନାହିଁ ।ଏହି ବିଶୋଧନାଗାରରେ ଅଶୋଧିତ ତେଲକୁ ଡିଜେଲ, ପେଟ୍ରୋଲ ଓ ବିମାନ ଇନ୍ଧନରେ ପରିଣତ କରାଯାଏ ।ହେଲେ କରୋନୋ ଭାଇରସ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଓ ଅମ୍ଳଜାନର ଚାହିଦା ବଢ଼ୁଥିବା ଦୃଷ୍ଟିରୁ ରିଲାଏନ୍ସ ଏଭଳି ଯନ୍ତ୍ରପାତି ସ୍ଥାପନ କରିଛି ଯାହା ମେଡିକାଲ୍ ସ୍ତରର ଅମ୍ଳଜାନ ଉତ୍ପାଦନ କରିବାରେ ସକ୍ଷମ ହୋଇଛି ।ଚିକିତ୍ସା ପାଇଁ ବ୍ୟବହୃତ ଅମ୍ଳଜାନ ତିଆରି କରିବା ପାଇଁ ସାଧାରଣତଃ ଔଦ୍ୟୋଗିକ ଅମ୍ଳଜାନ ଉତ୍ପାଦନର ପଦ୍ଧତି ଓ ସୁବିଧା ବ୍ୟବହାର କରାଯାଏ ।

ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ୍; କରୋନା ଅଣାୟତ୍ତ ହେଉଛି

ରିଲାଏନ୍ସ ଦେଶର ବିଭିନ୍ନ ରାଜ୍ୟକୁ ପ୍ରତି ଦିନ ପ୍ରାୟ ୭୦୦ ଟନ୍ ଅମ୍ଳଜାନ ଯୋଗାଉଛି ।ଏହା ପ୍ରତି ଦିନ ୭୦,୦୦୦ରୁ ଅଧିକ ଗୁରୁତର ରୋଗୀଙ୍କୁ ଆରାମ ପ୍ରଦାନ କରିବ ।ଏହି ଅମ୍ଳଜାନର ପରିବହନ ସ୍ୱତନ୍ତ୍ର ଟ୍ୟାଙ୍କରରେ ଶୂନ୍ୟରୁ -୧୮୩ ଡିଗ୍ରୀ (ମାଇନସ୍‌ ୧୮୩ ଡିଗ୍ରୀ) ସେଲସିୟସ୍‌ ତାପମାତ୍ରାରେ କରାଯାଉଛି । ପରିବହନ ଖର୍ଚ୍ଚ ସମେତ ରାଜ୍ୟ ସରକାରଙ୍କୁ ବିନା ମୂଲ୍ୟରେ ଏହା ଦିଆଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସମ୍ବଲପୁର: କୋଭିଡ କଟକଣା ଯୋଗୁଁ ମାସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ସମୟ ବଦଳିଲା

ଏହି ମାଗଣା ଅମ୍ଳଜାମ ଯୋଗାଣ ରିଲାଏନ୍ସ କମ୍ପାନୀର CSR (କମ୍ପାନୀ ସାମାଜିକ ଦାୟିତ୍ୱବୋଧ) ପଦକ୍ଷେପର ଏକ ଅଂଶ । ସାର୍ବଜନୀନ କ୍ଷେତ୍ରର କମ୍ପାନୀ ଆଇ.ଓ.ସି. ଓ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବି.ପି.ସି.ଏଲ୍‌.) ମଧ୍ୟ ନିଜ ନିଜ ରିଫାଇନାରୀରେ ଅମ୍ଳଜାନ ଉତ୍ପାଦନ କରୁଛନ୍ତି ଓ ପ୍ରଭାବିତ ରାଜ୍ୟକୁ ପଠାଉଛନ୍ତି ।

ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ

ଏହା ବ୍ୟତୀତ SAIL ଓ ଟାଟା ଷ୍ଟିଲ୍‌ ପରି ଇସ୍ପାତ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ପ୍ଲାଣ୍ଟରେ ଡାକ୍ତରୀ ସ୍ତରର ଅମ୍ଳଜାନ ଉତ୍ପାଦନ କରିବା ଆରମ୍ଭ କରି ରାଜ୍ୟଗୁଡିକୁ ଯୋଗାଇବା ଆରମ୍ଭ କରିଛନ୍ତି ।



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand ST Das
First published: April 20, 2021, 11:26 PM IST