କରୋନା ସଙ୍କଟ: ରିଲାଏନ୍ସ ଜେନେରାଲ୍ ଇନସ୍ୟୁରାନ୍ସ ଆଣିଲା କୋଭିଡ୍-୧୯ ସୁରକ୍ଷା ବୀମା

ଏହି କୋଭିଡ୍‌-୧୯ ବୀମା ଯୋଜନାରେ ବୀମା କରିଥିବା କୌଣସି ବ୍ୟକ୍ତି କରୋନା ଭାଇରସ୍ ସଂକ୍ରମଣରେ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କୁ ଯୋଜନା ରାଶିର ୧୦୦ ପ୍ରତିଶତ ଟଙ୍କା ଏକା ଥରକେ ମିଳିବ । ଯଦି ବୀମା କରିଥିବା କୌଣସି ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ କରାଯାଏ, ତାହେଲେ ତାଙ୍କୁ ସେହି ସମୟ ମଧ୍ୟରେ ଯୋଜନା ରାଶିର ୫୦ ପ୍ରତିଶତ ପ୍ରଦାନ କରାଯିବ ।

କରୋନା ସଙ୍କଟ: ରିଲାଏନ୍ସ ଜେନେରାଲ୍ ଇନସ୍ୟୁରାନ୍ସ ଆଣିଲା କୋଭିଡ୍-୧୯ ସୁରକ୍ଷା ବୀମା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଣ-ଜୀବନ ବୀମା କମ୍ପାନୀ ରିଲାଏନ୍ସ ଜେନେରାଲ ଇନସୁରାନ୍ସ ଏକ କୋଭିଡ-୧୯ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ବୀମା କରିଥିବା କୌଣସି ବ୍ୟକ୍ତି କରୋନା ଭାଇରସ୍‌ ସଂକ୍ରମଣରେ ପଜିଟିଭ୍‌ ଚିହ୍ନଟ ହେଲେ ଯୋଜନା ରାଶିର ୧୦୦ ପ୍ରତିଶତ ଏକା ଥରକେ ମିଳିବ । ଯଦି ବୀମା କରିଥିବା କୌଣସି ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ କରାଯାଏ, ତାହେଲେ ତାଙ୍କୁ ସେହି ସମୟ ମଧ୍ୟରେ ଯୋଜନା ରାଶିର ୫୦ ପ୍ରତିଶତ ପ୍ରଦାନ କରାଯିବ ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଏହି ଯୋଜନାରେ ପଲିସି ଅବଧି ହେଉଛି ଏକ ବର୍ଷ, ଆଉ ଏହି ପଲିସିରେ କ୍ଲେମ୍‌ କରିବା ପୂର୍ବରୁ ଅପେକ୍ଷା ସମୟ ୧୫ ଦିନ ରହିଛି ।

‘‘କରୋନା ଭାଇରସ୍‌ ମହାମାରୀ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଆଣୁଥିବା ଆର୍ଥିକ ବୋଝକୁ କମ୍‌ କରିବା ପାଇଁ ଆମେ ଏହି ବୀମା ପଲିସି ପରିକଳ୍ପନା କରିଛୁ । ଚିକିତ୍ସାର ଖର୍ଚ୍ଚ ଯାହା ହେଉ ନା କାହିଁକି, ବୀମା କରିଥିବା ବ୍ୟକ୍ତିଙ୍କୁ ଏକ ମୋଟା ଅଙ୍କର ରାଶି (ଲମ୍ପ ସମ୍‌) ମିଳିବ,’’ କହିଛନ୍ତି କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ରାକେଶ ଜୈନ ।

ଏହି ଯୋଜନା ତିନି ମାସରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ, ଆଉ ଏଥିରେ ୨୫,୦୦୦ ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶିର ବିକଳ୍ପ ରହିଛି ।

ଏହା ଯୋଜନାରେ ମୂଳ ପଲିସି ବ୍ୟତୀତ ଅଲଗା ଆଡ୍-ଅନ୍ ଅଧୀନରେ କୌଣସି ଦରମା କ୍ଷତି ବା ଚାକିରି ହାନିj ଭରଣା ପାଇଁ ମଧ୍ୟ ବ୍ୟବସ୍ଥା ଅଛି ।

ଏହି ଯୋଜନାରେ 'ଟ୍ରାଭେଲ୍ ଏକ୍ସକ୍ଲୁସନ୍ ରିମୁଭାଲ୍' ନାମକ ଏକ ଆଡ୍-ଅନ୍ ବିକଳ୍ପ ଅଛି, ଯାହା ଅଧୀନରେ ୪୫ ଦିନିଆ ଯାତ୍ରା ବହିଷ୍କାର ନୀତିରେ ଛାଡ଼ ପ୍ରଦାନ କରାଯାଏ ଓ ବୀମା ନେଇଥିବା ବ୍ୟକ୍ତି ଯଦି ପଜିଟିଭ୍ ପରୀକ୍ଷିତ ହୁଅନ୍ତି ତେବେ ସେ ବୀମାଭୁକ୍ତ ରାଶିର ୧୦୦ ପ୍ରତିଶତ କ୍ଲେମ୍‌ କରିବାକୁ ଯୋଗ୍ୟ ହେବେ ।
First published: April 9, 2020, 6:33 PM IST
corona virus btn
corona virus btn
Loading