News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ (Coronavirus) ବିରୋଧରେ ଦେଶର ଲଢ଼େଇରେ ରିଲାଏନ୍ସ ଫାଉଣ୍ଡେସନ୍ (Reliance Foundation) ଏକ ବଡ଼ ପଦକ୍ଷେପ ନେଇଛି । ଫାଉଣ୍ଡେସନ୍ ଖୁବ ଶୀଘ୍ର ଅମ୍ଳଜାନ ଯୋଗାଣ ସହିତ ଗୁଜୁରାଟର ଜାମନଗରରେ ୧,୦୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର୍ ସୁବିଧା (COVID care facility) ଚଳାଇବାକୁ ଯାଉଛି । ସେଠାରେ ଲୋକଙ୍କୁ କୋଭିଡ ଚିକିତ୍ସା ସୁବିଧା ମାଗଣା ଚିକିତ୍ସା ଦିଆଯିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ (Mukesh Ambani) ନିଜେ ଜାମ୍ନଗରରେ ଉପସ୍ଥିତ ରହି କୋଭିଡ କେୟାର୍ ସୁବିଧା ସ୍ଥାପନ ବ୍ୟବସ୍ଥାର ତଦାରଖ କରୁଛନ୍ତି ।
ଏହି କୋଭିଡ ଚିକିତ୍ସା କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ଜାମନଗର, ଖମ୍ଭଲିଆ, ଦ୍ୱାରକା, ପୋରବନ୍ଦର ଓ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳ ଉପକୃତ ହେବେ । ଏହି କୋଭିଡ୍ ସେଣ୍ଟର୍ ପ୍ରତିଷ୍ଠା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବୋଲି କହିଛି ।
ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି୧,୦୦୦ ବେଡ୍ ମଧ୍ୟରୁ ୪୦୦ ବେଡ୍ ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ର ସପ୍ତାହକ ମଧ୍ୟରେ ଜାମନଗରର ସରକାରୀ ଡେଣ୍ଟାଲ୍ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ । ୬୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ୍ ହସପିଟାଲ୍ ଜାମନଗରରେ ଅନ୍ୟ ଏକ ସ୍ଥାନରେ ଆରମ୍ଭ ହେବ । ଏହି ସମସ୍ତ ସେବା ପାଇଁ ରିଲାଏନ୍ସ ଦ୍ୱାରା ମାନବ ସମ୍ବଳ, ଚିକିତ୍ସା ସହାୟତା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବହାରଯୋଗ୍ୟ ସାମଗ୍ରୀ ଉପଲବ୍ଧ ଯୋଗାଇଦିଆଯିବ । ଏହି ଚିକିତ୍ସା କେନ୍ଦ୍ରରେ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ ।
ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି ଓଡ଼ିଆ ସାହିତ୍ୟର ମଉଡ଼ମଣି ମନୋଜ ଦାସ; ୮୭ ବର୍ଷ ବୟସରେ ପରଲୋକ ଗଲେ‘‘ଦେଶ ଏବେ କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହର ସହ ମୁକାବିଲା କରୁଛି । ଆମେ ଏଥିରେ ସବୁ ଦିଗରୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ବର୍ତ୍ତମାନ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ବହୁତ ଆବଶ୍ୟକତା ରହିଛି । ରିଲାଏନ୍ସ ଫାଉଣ୍ଡେସନ ଗୁଜୁରାଟର (Gujarat) ଜାମନଗରରେ ଅମ୍ଳଜାନ ସୁବିଧା ସହିତ ଗୋଟିଏ ୧,୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନ କରୁଛି । ଏଥିରେ ପ୍ରଥମ ସପ୍ତାହରେ ୪୦୦ଟି ଶଯ୍ୟା ସକ୍ରିୟ ହେବ । ଦ୍ୱିତୀୟ ସପ୍ତାହରେ ଅନ୍ୟ ୬୦୦ଟି ଶଯ୍ୟା ଉପଲବ୍ଧ ହେବ । ଏହି ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆଯିବ,’’ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ (Nita Ambani) ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍ ଲାଗିଛି, ହେଲେ ଆଗକୁ କ’ଣ ହେବ?ନୀତା ଅମ୍ବାନୀ (Nita Ambani) ଓ ତାଙ୍କ ପରିବାର ମୁକେଶ ଅମ୍ବାନୀଙ୍କ ସହ ଅଛନ୍ତି ଓ ଏହି କୋଭିଡ୍ କେୟାର୍ ସୁବିଧା ସ୍ଥାପନ କାର୍ଯ୍ୟକୁ ତଦାରଖ କରୁଛନ୍ତି । ନୀତା କହିଛନ୍ତି ଯେ କରୋନା ବିରୋଧରେ ଲଢ଼େଇରେ ଦେଶବାସୀଙ୍କ ସହ ରିଲାଏନ୍ସ ଫାଉଣ୍ଡେସନ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛି । ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଫାଉଣ୍ଡେସନ୍ ସବୁ ପ୍ରୟାସ କରିବ ଓ ସମ୍ପୂର୍ଣ୍ଣ ଏକତା ସହିତ ଏହି ଯୁଦ୍ଧରେ ଜିତିବ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Coronaର ପ୍ରକୋପ, କିନ୍ତୁ ଏ ଯାଏଁ ମିଳିନି ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭ୍ୟାରିଆଣ୍ଟ୍‘‘ଏହି ମହାମାରୀ ସମୟରେ ଦେଶର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଏହି ପରିସ୍ଥିତିରେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ନିୟୋଜିତ ହୋଇଛନ୍ତି । ରିଲାଏନ୍ସ ସି.ଏମ୍.ଡି. ମୁକେଶ ଅମ୍ବାନୀ (Mukesh Ambani) ଗୁଜୁରାଟରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ସୁବିଧା ଯୋଗାଇବାକୁ ପଦକ୍ଷେପ ନେଇଛନ୍ତି । ତାଙ୍କ ନେତୃତ୍ୱରେ ରିଲାଏନ୍ସ ଟିମ୍ ଖୁବ୍ କମ୍ ସମୟ ମଧ୍ୟରେ ଦୁଇଟି କୋଭିଡ୍ ସୁବିଧା କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛି,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଗୃପ୍ ପ୍ରେସିଡେଣ୍ଟ୍ ଧନରାଜ ନାଥୱାନୀ (Dhanraj Nathwani) ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ‘ବନ୍ଧୁ’ଯେ କୌଣସି ବିପର୍ଯ୍ୟୟ ସମୟରେ ରିଲାଏନ୍ସ ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି । ଗତ ବର୍ଷେ ଧରି ଭାରତ କରୋନା ଭାଇରସ୍ ସଙ୍କଟ ସହ ମୁକାବିଲା କରିଆସୁଥିବା ବେଳେ ରିଲାଏନ୍ସ ଗୁଜୁରାଟ ସହିତ ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି ।
ଗୁଜୁରାଟ ଓ ଅନ୍ୟାନ୍ୟ ରାଜ୍ୟକୁ ରିଲାଏନ୍ସ ଅମ୍ଳଜାନ ଯୋଗାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁମ୍ବାଇର ଲୋକଙ୍କୁ ମାଗଣାରେ କୋଭିଡ କେୟାର ସୁବିଧା ବି ଯୋଗାଉଛି । ସେଠାରେ ରିଲାଏନ୍ସ ଫାଉଣ୍ଡେସନର ହସ୍ପିଟାଲ ୮୭୫ଟି ଶଯ୍ୟା ପରିଚାଳନା କରୁଛି । ଏବେ ଏହି ଦୁଇଟି ନୂଆ ସୁବିଧା କେନ୍ଦ୍ର ପ୍ରତିଷ୍ଠା ହେବା ପରେ ରିଲାଏନ୍ସ ଜାମନଗର ଓ ମୁମ୍ବାଇକୁ ମିଶାଉ ୧,୮୭୫ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ପରିଚାଳିତ କରିବ ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।