News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ (Coronavirus) ସଂକ୍ରମଣର ସ୍ଥିତି ସାଙ୍ଘାତିକ ଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL) ନିଜ କର୍ମଚାରୀମାନଙ୍କ କଲ୍ୟାଣ ଯୋଜନା ଘୋଷଣା କରି କହିଛି ଯେ ଏହି ରୋଗରେ ପୀଡିତ ହୋଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ନୋମିନିଙ୍କୁ (ପତ୍ନୀ ବା ପିତାମାତା) କମ୍ପାନୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ପାଉଥିବା ଶେଷ ମାସିକ ଦରମା (last drawn salary) ପ୍ରଦାନ କରିବା ଜାରି ରଖିବ।
ତା’ ସହିତ କମ୍ପାନୀ ମୃତ କର୍ମଚାରୀଙ୍କ ସମସ୍ତ ପିଲାଙ୍କ ପାଇଁ ଭାରତର ଯେକୌଣସି ପ୍ରତିଷ୍ଠାନରେ ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ଟ୍ୟୁସନ୍ ଫି, ହଷ୍ଟେଲ୍ ରହଣି ଓ ବରିଖାତା କିଣା ଖର୍ଚ୍ଚ ବି ପ୍ରଦାନ କରିବ ବୋଲି କହିଛି । ପିଲାମାନଙ୍କର ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ମୃତ କର୍ମଚାରୀଙ୍କ ପତି/ପତ୍ନୀଙ୍କୁ, ତାଙ୍କ ପିତାମାତାଙ୍କୁ ଓ ପିଲାମାନଙ୍କ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ହେଲେ ରିଲାଏନ୍ସ କମ୍ପାନୀ ୧୦୦ ପ୍ରତିଶତ ପ୍ରିମିୟମ୍ ବହନ କରିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲାଏହା ବ୍ୟତୀତ COVID-19ରେ ସଂକ୍ରମିତ ହେଉଥିବା ରିଲାଏନ୍ସର ସବୁ କର୍ମଚାରୀଙ୍କ ପାଇଁ ଛୁଟିର ଏକ ଯୋଜନା ବି ଘୋଷଣା କରାଯାଇଛି । କର୍ମଚାରୀ ଯଦି ନିଜେ କରୋନା ସଂକ୍ରମିତ ହୋଇଥିବା ବା ତାଙ୍କ ପରିବାର ମଧ୍ୟରେ କେହି କରୋନା ଦ୍ୱାରା ପ୍ରଭାବିତ ହୋଇଥିବେ, ତେବେ ତାଙ୍କର ଉଭୟ ଶାରୀରିକ ଓ ମାନସିକ ଭାବରେ ପୁନରୁଦ୍ଧାରର ପୂରା ଅବଧି ପାଇଁ କର୍ମଚାରୀ ଏକ ସ୍ୱତନ୍ତ୍ର COVID-19 ଛୁଟି ପାଇପାରିବେ ବୋଲି କମ୍ପାନୀ କହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେମୁକେଶ ଅମ୍ବାନୀଙ୍କ (Mukesh Ambani) ଅଧ୍ୟକ୍ଷତାରେ ପରିଚାଳିତ ରିଲାଏନ୍ସ କମ୍ପାନୀ ନିଜ କର୍ମଚାରୀମାନଙ୍କର ସମ୍ପୂର୍ଣ୍ଣ ସୁସ୍ଥ ହେବା ଓ ସେମାନଙ୍କ COVID-19 ପଜିଟିଭ୍ ପରିବାର ସଦସ୍ୟଙ୍କ ଯତ୍ନ ନେବା ଉପରେ ଧ୍ୟାନ ଦେବା ପାଇଁ ଏହି ଛୁଟି ନୀତି ଘୋଷଣା କରିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ବଢ଼ିଲା ଲକଡାଉନ୍; ଜୁନ୍ ୧୭ ତାରିଖ ସକାଳ ଯାଏଁ ଜାରି ରହିବ କଟକଣା; ୩ ଜିଲ୍ଲାରେ କୋହଳଏହା ବ୍ୟତୀତ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ସବୁ ଅଫ୍-ରୋଲ୍ କର୍ମଚାରୀଙ୍କ ପରିବାରକୁ କମ୍ପାନୀ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ (Reliance Foundation head Nita Ambani) ବୁଧବାର ଦିନ କହିଛନ୍ତି ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲା‘‘ଆମ ଭିତରୁ କେତେକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ମୂଲ୍ୟବାନ ସହକର୍ମୀ, ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ଯନ୍ତ୍ରଣାଦାୟକ ଅନୁପସ୍ଥିତି ସହିବାକୁ ସଙ୍ଘର୍ଷ କରୁଛୁ । ଏହି ଦୁଃଖ ସମୟରେ ରିଲାଏନ୍ସ ଆପଣମାନଙ୍କ ସହିତ ଛିଡ଼ା ହୋଇଛି ।ରିଲାଏନ୍ସ ଗୃପ୍ ପାଇଁ କାର୍ଯ୍ୟ କରୁଥିବା ଯେକୌଣସି ଅଫ୍-ରୋଲ୍ ୱାର୍କଫୋର୍ସ ସଦସ୍ୟ ଯଦି ପ୍ରାଣ ହରାନ୍ତି ତେବେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ରିଲାଏନ୍ସ ସିଧାସଳଖ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବ । ଏହି ଅବଦାନ ରିଲାଏନ୍ସ ଫାଉଣ୍ଡେସନ୍ ମାଧ୍ୟମରେ କରାଯିବ,’’ କହିଛନ୍ତି ନୀତା ଅମ୍ବାନୀ ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।