News18 Odia Digital
ନୂଆ ଦିଲ୍ଲୀ: କୋଭିଡ୍ କାଳରେ ବି ମୁକେଶ ଅମ୍ବାନୀଙ୍କ (Mukesh Ambani) ନେତୃତ୍ୱରେ ପରିଚାଳିତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ (Reliance Industries Limited) ଭଲ ପ୍ରଦର୍ଶନ କରିଛି । ଆର୍ଥିକ ବର୍ଷ ୨୦୨୧ରେ କମ୍ପାନୀର ମୋ’ଟ ରାଜସ୍ୱ ୫ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହାର ପ୍ରାୟ ୫୦ ପ୍ରତିଶତ ଖାଉଟି ବଜାର ବ୍ୟବସାୟରୁ ଆସିଛି । ଏହି ସମୟରେ କମ୍ପାନୀର ଶୁଦ୍ଧ ଲାଭ (nett profit) ୫୩ ହଜାର ୭୩୯ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ଠାରୁ ୩୪.୮ ପ୍ରତିଶତ ଅଧିକ ।
ଗୁରୁବାର ଦିନ ଆୟୋଜିତ କମ୍ପାନୀର ୪୪ତମ ବାର୍ଷିକ ସାଧାରଣ ବୈଠକରେ (Reliance AGM 20201) କମ୍ପାନୀ ଜଣେଇଛି ଯେ ରପ୍ତାନୀ କ୍ଷେତ୍ରରେ ବି ଏହା ଦେଶରେ ସବା ଆଗରେ ରହିଛି । ୧୦୭ଟି ଦେଶକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରପ୍ତାନୀ ଜାରି ରହିଛି, ଯାହାକି ଦେଶର ମୋ’ଟ ରପ୍ତାନୀର ୬.୮ ପ୍ରତିଶତ, ଅର୍ଥାତ୍ ୧ ଲକ୍ଷ ୪୫ ହଜାର ୧୪୩ କୋଟି ଟଙ୍କା । ବ୍ୟବସାୟ ସହ ଲୋକଙ୍କୁ ରୋଜଗାର ଦେବାରେ ମଧ୍ୟ କମ୍ପାନୀ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଗତ ବର୍ଷ ରିଲାଏନ୍ସ ୭୫ ହଜାର ନୂଆ ନିଯୁକ୍ତି ଦେଇଛି ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Nextରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Reliance CMD Mukesh Ambani) ରିଲାଏନ୍ସ ପକ୍ଷରୁ ଗୁଜରାଟର ଜାମନଗରଠାରେ ଧିରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କଂପ୍ଲେକ୍ସ (Dhirubhai Ambani Green Energy Giga Complex) ସ୍ଥାପନ କରାଯିବା ନେଇ ଘୋଷଣା କରିଛନ୍ତି । ପାଞ୍ଚ ହଜାର ଏକର ପରିମିତ ଅଞ୍ଚଳରେ ସ୍ଥାପନ କରାଯିବାକୁ ଥିବା ଏହି କଂପ୍ଲେକ୍ସ ବିଶ୍ୱର ଅନ୍ୟତମ ସର୍ବବୃହତ ସମନ୍ୱିତ ଅକ୍ଷୟ ଶକ୍ତି ବିନିର୍ମାଣ ସୁବିଧା ଭାବରେ ପରିଚିତ ହେବ ବୋଲି ସେ କହିଛନ୍ତି । ଗୁରୁବାର ଦିନ ଭର୍ଚ୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଅମ୍ବାନୀ କହିଥିଲେ ଯେ ଜାମନଗର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୁରାତନ ଶକ୍ତି ବ୍ୟବସାୟର ବିକାଶ ଭୂମି ରହିଥିଲା । ଏବେ ଏହା ନୂଆ ଶକ୍ତି ବ୍ୟବସାୟର ବିକାଶ ସ୍ଥଳ ଭାବରେ ପରିଚିତ ହେବ ।
ଏହା ବି ପଢ଼ନ୍ତୁ | Reliance AGM 2021: ଦେଶରେ ସର୍ବ ପ୍ରଥମେ 5G ଲଞ୍ଚ୍ କରିବ ରିଲାଏନ୍ସ Jio, କହିଲେ ମୁକେଶ ଅମ୍ବାନୀ‘‘ଏଥି ପାଇଁ କମ୍ପାନୀର ଏକ ତ୍ରିସ୍ତରୀୟ ଯୋଜନା ରହିଛି । ଯୋଜନାର ପ୍ରଥମ ଭାଗରେ ଆମେ ଚାରିଟି ଗ୍ରାନ୍ ଏନର୍ଜି କାରଖାନା ସ୍ଥାପନ କରିବୁ । ଏହି କାରଖାନାଗୁଡିକରେ ନୂତନ ଶକ୍ତି ପରିବ୍ୟବସ୍ଥା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନର ନିର୍ମାଣ ସହିତ ସେଗୁଡିକୁ ସମନ୍ୱିତ କରାଯିବ । ଗୋଟିଏ କାରଖାନାରେ ସମନ୍ୱିତ ସୋଲାର୍ ଫଟୋଭୋଲଟାଇକ ମଡ୍ୟୁଲ, ଦ୍ୱିତୀୟ କାରଖାନାରେ ଶକ୍ତି ସଂରକ୍ଷଣକାରୀ ବ୍ୟାଟେରୀ ଉତ୍ପାଦନ, ତୃତୀୟରେ ସବୁଜ ଉଦଜାନ (ହାଇ଼୍ରୋଜେନ୍) ଉତ୍ପାଦନ ପାଇଁ ଇଲେକ୍ଟ୍ରୋଲାଇଜର୍ କାରଖାନା ଓ ଚତୁର୍ଥ କାରଖାନାରେ ହାଇଡ୍ରେଜେନ୍କୁ ଶକ୍ତିରେ ପରିବର୍ତ୍ତିତ କରିବା ପାଇଁ ଫୁଏଲ ସେଲ୍ ଉତ୍ପାଦନ କରାଯିବ । ଏ ସବୁ ପାଇଁ ଆଗାମୀ ତିନି ବର୍ଷ ମଧ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ । ରିଲାଏନ୍ସ ଏଥି ସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ ରୂପେ ସମନ୍ୱିତ ଅକ୍ଷୟ ଶକ୍ତି ପରିବ୍ୟବସ୍ଥା ସୃଷ୍ଟି କରିବ,’’ କହିଛନ୍ତି ଅମ୍ବାନୀ ।
ଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତସୋଲାର ଫଟୋଭୋଲଟାଇକ ଗିଗା କାରଖାନା ସୌର ଶକ୍ତି ଉତ୍ପାଦନ କରିବ । ‘‘୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଥିବା ଲକ୍ଷ୍ୟକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହୀ ଏବଂ ଏହି ପ୍ରକଳ୍ପ ସେହି ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିବ,’’ କହିଛନ୍ତି ଅମ୍ବାନୀ । ରିଲାଏନ୍ସ ୨୦୩୦ ସୁଦ୍ଧା ଅନ୍ୟୂନ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରି ସେଗୁଡ଼ିକୁ କର୍ଯ୍ୟକ୍ଷମ କରିବ ବୋଲି ସେ କହିଛନ୍ତି । ଦିନ ବେଳେ ସୌର ଶକ୍ତି ଉପଲବ୍ଧ ହେଉଥିବା ବେଳେ ତାହା ଗଚ୍ଛିତ କରି ରଖିବାକୁ ରିଲାଏନ୍ସ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଗ୍ରୀଡ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ବୃହତ ପ୍ରକଳ୍ପ ସ୍ଥାପନ କରିବ । ବିଶ୍ୱସ୍ତରରେ ବ୍ୟାଟେରୀ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାଗୁଡିକ ସହିତ ମିଳିତ ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା ‘ପିଶାଚ’ ପଡ଼ୋଶୀବିଦ୍ୟୁତ ବ୍ୟତୀତ ଗ୍ରୀନ୍ ହାଇଡ୍ରୋଜେନ (green Hydrogen) ମଧ୍ୟ ଏକ ଅନନ୍ୟ ଶକ୍ତି ବାହକ ହୋଇପାରିବ । ସେଥି ପାଇଁ ରିଲାଏନ୍ସ ଇଲେକ୍ଟ୍ରୋଲାଇଜର୍ ଗିଗା କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ ମଡୁଲାର ଇଲେକ୍ଟ୍ରୋଲାଇଜର୍ ତିଆରି କରାଯିବ ବୋଲି କହିଛନ୍ତି ଅମ୍ବାନୀ । ରିଲାଏନ୍ସ ଫୁଏଲ୍ ସେଲ୍ କାରଖାନା ବି ସ୍ଥାପନ କରିବ । ପରିବେଶ ପ୍ରଦୂଷଣ ରୋକିବାରେ ଏହା ବିଶେଷ ସହାୟକ ହେବ । ଭବିଷ୍ୟତରେ ଫୁଏଲ୍ ସେଲଗୁଡିକ ଇଣ୍ଟରନାଲ୍ କମ୍ବସନ୍ ଇଞ୍ଜିନର ସ୍ଥାନ ନେବ । ଫୁଏଲ୍ ସେଲ୍ ଇଞ୍ଜିନଗୁଡି଼କ ଯାନବାହନ, ଟ୍ରକ ଏବଂ ବସ ଆଦିକୁ ମଧ୍ୟ ଶକ୍ତି ଯୋଗାଇବାକୁ ସମର୍ଥ ହେବ । ଏପରିକି ତାକୁ ଡାଟା ସେଣ୍ଟର୍, ଟେଲିକମ ଟାୱାର୍, ଜରୁରୀକାଳୀନ ଜେନେରେଟର ଓ ମାଇକ୍ରୋ ଗ୍ରିଡ୍ ତଥା ଶିଳ୍ପ ଯନ୍ତ୍ରପାତିକୁ ଶକ୍ତି ଯୋଗାଇବା ପାଇଁ ବ୍ୟବହାର କରାଯାଇପାରିବ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ ଓ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ‘‘ରିଲାଏନ୍ସ ଦେଶରେ ମୂଲ୍ୟ ଶୃଙ୍ଖଳ, ସହଭାଗିତା ଓ ଭବିଷ୍ୟତର ପ୍ରଯୁକ୍ତି ପରିବ୍ୟବସ୍ଥା କ୍ଷେତ୍ରରେ ଅତିରିକ୍ତ ୧୫ ହଜାର କୋଟି ଟଙ୍କା ନିବେଶ କରିବ । ଏହା ଉଭୟ ଅପଷ୍ଟ୍ରିମ ଓ ଡାଉନଷ୍ଟ୍ରିମ୍ ଶିଳ୍ପରେ ନିବେଶ ହେବ । ଏହି ଭଳି ଭାବରେ ଆଗାମୀ ତିନି ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂତନ ବା ଅକ୍ଷୟ ଶକ୍ତି ବ୍ୟବସାୟରେ ମୋ’ଟ ୭୫ ହଜାର କୋଟି ଟଙ୍କା (୧୦ ବିଲିଅନ ଡଲାରୁ ଅଧିକ) ନିବେଶ କରିବାକୁ ଯାଉଛି,’’ କହିଛନ୍ତି ଅମ୍ବାନୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀବିଗତ ବର୍ଷଗୁଡିକରେ ରିଲାଏନ୍ସ ଫିଜିକାଲ୍ ଓ ଡିଜିଟାଲ୍ ପ୍ରଯୁକ୍ତିର ମିଶ୍ରଣରେ ଇଞ୍ଜିନିୟରିଂ, ପ୍ରକଳ୍ପ ପରିଚାଳନା ଓ ନିର୍ମାଣ ସାମର୍ଥ୍ୟରେ ଉଲ୍ଲେଖନୀୟ ବିକାଶ କରିଛି । ଏହି ସାମର୍ଥ୍ୟକୁ ଅନ୍ୟ ପ୍ରମୁଖ ଆନ୍ତର୍ଜାତିକ ସଙ୍ଗଠନ ସହିତ ମିଶି ବିଶ୍ୱ ଶ୍ରେଣୀର ଅକ୍ଷୟ ଶକ୍ତି ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଓ ଯୋଗାଣ କରିବା ଦିଗରେ ଉପଯୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ପରିବ୍ୟବସ୍ଥାକୁ ଅଧିକ ଦୃଢ଼ୀଭୁତ କରିବାକୁ ଆଉ ଦୁଇଟି ଡିଭିଜନ୍ ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି । ସେଥିରୁ ଗୋଟିଏ ଉତ୍ସର୍ଗୀକୃତ ଅକ୍ଷୟ ଶକ୍ତି ପ୍ରକଳ୍ପ ପରିଚାଳନା ଓ ନିର୍ମାଣ ଡିଭିଜନ ଏବଂ ଦ୍ୱିତୀୟଟି ସ୍ୱତନ୍ତ୍ର ଭାବରେ ଅକ୍ଷୟ ଶକ୍ତି ପ୍ରକଳ୍ପ ଫାଇନାନ୍ସ ଡିଭିଜନ୍ ହେବ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେରିଲାଏନ୍ସର ଏହି ପ୍ରୟାସ ଦ୍ୱାରା କିଛି ବର୍ଷ ମଧ୍ୟରେ ଯୁବ ଗୋଷ୍ଠୀଙ୍କ ପାଇଁ ନିୟୁତାଧିକ ସଂଖ୍ୟାରେ ନୂଆ ଓ ଗୁଣାତ୍ମକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତା’ ସହିତ ଏହା ଦ୍ୱାରା ରିଲାଏନ୍ସ ଗୁଜରାଟ ଓ ସମଗ୍ର ଭାରତକୁ ବିଶ୍ୱର ସୌର ଓ ହାଇଡ୍ରୋଜେନ ମାନଚିତ୍ରରେ ସ୍ଥାନ ଦେବ । ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସର ସବୁ ଉତ୍ପାଦ ‘ଭାରତରେ ନିର୍ମିତ, ଭାରତ ଦ୍ୱାରା ନିର୍ମିତ, ଭାରତ ପାଇଁ ଓ ସମଗ୍ର ବିଶ୍ୱ ପାଇଁ ନିର୍ମିତ’ ସାମଗ୍ରୀ ଭାବରେ ଗର୍ବର ସହିତ ପରିଚିତ ହେବ । ଏହା ପ୍ରଧାନ ମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଉ ଏକ ବୃହତ ଅବଦାନ ହୋଇପାରିବ ।
‘‘କୋଭିଡ୍ ସଙ୍କଟ ସମୟରେ ବି ରିଲାଏନ୍ସ ନିଜ ସାମାଜିକ ଦାୟିତ୍ବବୋଧତାକୁ ସୂଚାରୁ ରୂପେ ତୁଲାଇଛି । କରୋନା ମୁକାବିଲା ପାଇଁ କମ୍ପାନୀ ପାଞ୍ଚଟି ମିଶନ୍ ଚଳାଇଛି । ଦେଶର ଅକ୍ସିଜେନ୍ ସଙ୍କଟ ସମୟରେ ବିଭିନ୍ନ ସ୍ଥାନରେ ମିଶନ୍ ଅକ୍ସିଜେନ୍ ମଧ୍ୟ ଚଳାଇଛି । ଏହା ଛଡ଼ା ପିଲା, ମହିଳା, ବୃଦ୍ଧ ଓ କର୍ମଚାରୀମାନଙ୍କ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି ରିଲାଏନ୍ସ ଫାଉଣ୍ଡେସନ୍,’’ କହିଛନ୍ତି ମୁକେଶ ଅମ୍ବାନୀଙ୍କ ସହଧର୍ମିଣୀ ତଥା ରିଲାଏନ୍ସ ଫାଉଣ୍ଡେସନ୍ (Reliance Foundation) ଅଧ୍ୟକ୍ଷା ନୀତା ଅମ୍ବାନୀ (Nita Ambani)।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।