କରୋନା ଭାଇରସ ଯୋଗୁଁ ‘ଫାଷ୍ଟ ଆଣ୍ତ ଫ୍ୟୁରିଅସ୍ 9’,‘ମୁଲାନ୍’ ଓ ‘ସୂର୍ଯ୍ୟବଂଶୀ’ ଫିଲ୍ମ ରିଲିଜରେ ବିଳମ୍ବ

‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ 9’ର ରିଲିଜ ତାରିଖ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହା ଇଦ୍‌ରେ ‘ଲକ୍ଷ୍ମୀ ବମ୍’ ଓ ‘ରାଧେ: ୟୋର୍ ମୋଷ୍ଟ୍ ୱାଣ୍ଟେଡ୍ ଭାଇ’ ସହିତ ପରଦାକୁ ଆସିବାର ଥିଲା ।

କରୋନା ଭାଇରସ ଯୋଗୁଁ ‘ଫାଷ୍ଟ ଆଣ୍ତ ଫ୍ୟୁରିଅସ୍ 9’,‘ମୁଲାନ୍’ ଓ ‘ସୂର୍ଯ୍ୟବଂଶୀ’ ଫିଲ୍ମ ରିଲିଜରେ ବିଳମ୍ବ
‘ଏ କ୍ୱାଏଟ୍ ପ୍ଲେସ୍ ୨’ ଓ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ ୯’ର କେତେକ ଦୃଶ୍ୟ ।
  • News18 Odia
  • Last Updated: March 14, 2020, 9:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ଭାଇରସର ବଢ଼ୁଥିବା ପ୍ରକୋପ ଯୋଗୁଁ ସମଗ୍ର ବିଶ୍ୱରେ ପରଦାକୁ ଆସିବାକୁ ଥିବା ସମସ୍ତ ଚଳଚ୍ଚିତ୍ର ପ୍ରଭାବିତ ହୋଇଛି । ଏହି ତାଲିକାରେ ଯୋଡ଼ିହୋଇଥିବା ନୂତନ ଚଳଚ୍ଚିତ୍ର ଭାବେ ନିର୍ଦ୍ଦେଶକ ଜନ୍ କ୍ରାସିନସ୍କିଙ୍କ ‘ଏ କ୍ୱିଟ୍ ପ୍ଲେସ୍ ୨’ ଓ ୟୁନିଭର୍ସାଲ୍ ପିକ୍ଚର୍ସର ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ 9’ ଅଛନ୍ତି । କ୍ରାସିନସ୍କି ଏକ ବିବୃତ୍ତି ଜାରି କରି କରୋନା ଭାଇରସ୍ ମହାମାରୀ ଯୋଗୁଁ ଚଳଚ୍ଚିତ୍ର ରିଲିଜରେ ବିଳମ୍ବ ହେବ ବୋଲି ଜଣେଇଛନ୍ତି ।

ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ‘ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ 9’ର ରିଲିଜ ତାରିଖ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହା ଇଦରେ ‘ଲକ୍ଷ୍ମୀ ବମ୍’ ଓ ‘ରାଧେ: ୟୋର୍‌ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ’ ସହିତ ପରଦାକୁ ଆସିବାର ଥିଲା ।

କେବଳ ଏତିକି ନୁହେଁ, ଅନେକ ହିନ୍ଦୀ ଚଳଚ୍ଚିତ୍ରର ରିଲିଜ ତାରିଖ ବି ଘୁଞ୍ଚାଇ ଦିଆଯାଇଛି । ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ତ ଡେରିରେ ରିଲିଜ୍‌ ହେବ, ତା’ ସହିତ ‘ସାର୍’ (Sir) ଫିଲ୍ମର ରିଲିଜ କରିବାରେ ବିଳମ୍ବ ହେବ ବୋଲି ନିର୍ମାତାମାନେ ଜଣେଇଛନ୍ତି । ଏହା ପୂର୍ବରୁ ଅକ୍ଷୟ କୁମାର ମଧ୍ୟ ‘ସୂର୍ଯ୍ୟବଂଶୀ’ର ବିଳମ୍ବରେ ମୁକ୍ତିଲାଭ କରିବା ଉପରେ ଟୁଇଟ୍ କରିଥିଲେ ।

ୱାଲ୍ଟ ଡିଜ୍ନି କମ୍ପାନୀ ବି ’ସତର୍କତାର ଆଧିକ୍ୟ’ କାରଣରୁ ଆନୁଷ୍ଠାନିକ ଭାବେ ରିଲିଜ ହେବାକୁ ଥିବା ‘ମୁଲାନ୍’, ‘ଦି ନ୍ୟୁ ମ୍ୟୁଟାଣ୍ଟସ୍’ ଓ ‘ଆଣ୍ଟଲର୍ସ’ର ରିଲିଜକୁ ସ୍ଥଗିତ ରଖିଛି । ପରେ 2020 ରିଲିଜ୍ ପାଇଁ ଷ୍ଟୁଡିଓ ନୂତନ ତାରିଖ ଘୋଷଣା କରିବ ।

ଅନ୍ୟାନ୍ୟ ପ୍ରମୁଖ ଚଳଚ୍ଚିତ୍ର ଯାହାକି ଗ୍ରୀଷ୍ମ ମାସରେ ରିଲିଜ୍ ହେବାର ଯୋଜନା ରହିଛି ସେଥିରେ ଅଛନ୍ତି ୱାର୍ଣ୍ଣର ବ୍ରଦର୍‌ସର ‘ୱାଣ୍ଡର୍ ୱୋମ୍ୟାନ୍ 1984’ (ଜୁନ୍ ୫ରେ), ପାରାମାଉଣ୍ଟର ‘ଟପ୍ ଗନ୍: ମାଭେରିକ୍’ (ଜୁନ୍ ୨୪ରେ), ଡିଜନିର ‘ଜଙ୍ଗଲ୍ କୃଜ୍’ (ଜୁଲାଇ ୨୪ରେ) ଓ ମାର୍ଭେଲର ‘ବ୍ଲାକ୍ ୱିଡୋ’ (ମେ ୧ରେ) ରିଲିଜ ହେବାର ଅଛି ।
First published: March 14, 2020, 9:50 PM IST