RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ କରୋନା ଭୂତାଣୁ ସଂକ୍ରମିତ; ଆଇସୋଲେସନରେ ଜାରି ରଖିବେ କାର୍ଯ୍ୟ

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନିକଟରେ ତାଙ୍କ ଯୋଗାଯୋଗରେ ଆସିଥିବା ଲୋକ ସତର୍କ ରୁହନ୍ତୁ । ଦାସ ଆହୁରି କହିଛନ୍ତି ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଓ ସେ ଆଇସୋଲେସନରେ କାର୍ଯ୍ୟ କରିବେ ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ କରୋନା ଭୂତାଣୁ ସଂକ୍ରମିତ; ଆଇସୋଲେସନରେ ଜାରି ରଖିବେ କାର୍ଯ୍ୟ
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ କରୋନା ଭୂତାଣୁ ସଂକ୍ରମିତ ହେଲେ
  • News18 Odia
  • Last Updated: October 25, 2020, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (Reserve Bank of India) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikant Das) କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶକ୍ତିକାନ୍ତ ଦାସ କହିଛନ୍ତି, ତାଙ୍କର ସଂକ୍ରମଣର କୌଣସି ଲକ୍ଷଣ ନାହିଁ ଓ ସେ ନିଜକୁ ଆଇସୋଲେସନ କରି ନେଇଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ସାବଧନତା ଅବଲମ୍ବନ କରନ୍ତୁ । ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଓ ସେ ଆଇସୋଲେସନରେ କାର୍ଯ୍ୟ କରିବେ ।

ଶକ୍ତିକାନ୍ତ ଦାସ ରବିବାର ଦିନ ଟ୍ୱିଟ କରି କହିଛନ୍ତି- "ମୋତେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର ସଂକ୍ରମଣର ଲକ୍ଷଣ ନାହିଁ । ମୁଁ ନିଜକୁ ବହୁତ ଭଲ ଅନୁଭବ କରୁଛି । ଯେଉଁମାନେ ମୋ ସହ ସମ୍ପର୍କରେ ଆସିଛନ୍ତି ମୁଁ ସେମାନଙ୍କୁ ସତର୍କ କରିଦେଇଛି । ମୁଁ ଆଇସୋଲେସନରେ କାର୍ଯ୍ୟ ଜାରି ରଖିବି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ । ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ନର ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବି। "

ଶକ୍ତିକାନ୍ତ ଦାସଙ୍କ ବ୍ୟତୀତ ବର୍ତ୍ତମାନ ଦେଶର ଅନେକ ବଡ଼ ନେତା ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଅଛନ୍ତି । ଏଥି ସହ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ କେନ୍ଦ୍ର ସରକାର ମନ୍ତ୍ରୀ କରୋନାଙ୍କ ଅଧୀନରେ ଆସି ସାରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୭୭ ଅଧିକ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଥିବାବେଳେ ସମାନ ସମୟ ମଧ୍ୟରେ ୫୦,୧୨୯ ନୂତନ ସଂକ୍ରମଣ ରିପୋର୍ଟ ହୋଇଥିଲା । ଏହି ସମୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ୬୪,୦୯,୯୬୯ ଅଧିକ ।

ଗତ ଏକ ସପ୍ତାହ ଧରି ଏକ ହଜାରରୁ କମ୍ ଲୋକଙ୍କ ମୃତ୍ୟୁ ହେଉଛି । ମନ୍ତ୍ରଣାଳୟ କହିଛି ଯେ ୨ ଅକ୍ଟୋବର ଠାରୁ ଏହି ସଂଖ୍ୟା ୧୧୦୦ ରୁ କମ୍ ରହିଛି । ବର୍ତ୍ତମାନ ୬,୬୮,୧୫୪ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଯାହା ମୋଟ ରୋଗର ୮.୫୦ ପ୍ରତିଶତ ଅଟେ । ଦଶଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ - ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରପ୍ରଦେଶ ଓ ଛତିଶଗଡରେ ସୁସ୍ଥ ହୋଇଥିବା ୭୫% ମାମଲା ରେକର୍ଡ କରାଯାଇଛି ।
Published by: Jagdish Barik
First published: October 25, 2020, 9:36 PM IST
corona virus btn
corona virus btn
Loading