RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହେଲେ, ନିଜକୁ ଅଲଗା ରଖି କାମ କରିବେ

ଶକ୍ତିକାନ୍ତ ଦାସ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୬୨,୦୭୭ରୁ ଅଧିକ ଲୋକ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ବେଳେ ୫୦,୧୨୯ଟି ନୂଆ ମାମଲା ଆସିଛି ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

  • Share this:
News18 Odia Digital

ନୂଆ ଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (RBI Governor Shaktikanta Das) କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ତାଙ୍କ ଠାରେ ସଂକ୍ରମଣର ଲକ୍ଷଣ ନାହିଁ, ହେଲେ ସେ ନିଜକୁ ଅଲଗା କରି (ଆଇସୋଲେସନରେ) ରଖିଛନ୍ତି ।

ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ସେ ସତର୍କ ରହିବାକୁ କହିଛନ୍ତି । ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଓ ସେ ନିଜେ ବିଚ୍ଛିନ୍ନତାରେ ରହି କାର୍ଯ୍ୟ କରିବେ।

ଶକ୍ତିକାନ୍ତ ଦାସ ରବିବାର ଦିନ ଟ୍ୱିଟ କରି କହିଛନ୍ତି, ‘‘ମୋତେ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ମୋ’ ଠାରେ ସଂକ୍ରମଣର ଲକ୍ଷଣ ନାହିଁ । ମୁଁ ବହୁତ ଭଲ ଅନୁଭବ କରୁଛି । ଯେଉଁମାନେ ମୋ’ ସହ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମୁଁ ସତର୍କ କରିଛି । ମୁଁ ପୃଥକ ରହି କାର୍ଯ୍ୟ ଜାରି ରଖିବି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ। ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ନର ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ଜାରି ରଖିବି ।’’



ଶକ୍ତିକାନ୍ତ ଦାସଙ୍କ ବ୍ୟତୀତ ବର୍ତ୍ତମାନ ଦେଶର ଅନେକ ବଡ଼ ନେତା ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ । ଏଥି ସହ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ବି କରୋନା ଆକ୍ରମଣ କରିସାରିଛି।

ଏହା ବି ପଢ଼ନ୍ତୁ | ସୈଫ୍ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨,୦୭୭ରୁ ଅଧିକ ଲୋକ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ବେଳେ ସମାନ ସମୟ ମଧ୍ୟରେ ୫୦,୧୨୯ଟି ନୂତନ ସଂକ୍ରମଣର ଖବର ଆସିଛି । ଏହି ସମୟ ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ୬୪,୦୯,୯୬୯ ଅଧିକ ରହିଛି ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ଗତ ସପ୍ତାହେ ଧରି ଦେଶରେ କରୋନା ସଂକ୍ରମଣରେ ଏକ ହଜାରରୁ କମ୍ ଲୋକ ମରୁଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୨ ତାରିଖ ଠାରୁ ମୃତ୍ୟୁ ସଂଖ୍ୟା ୧,୧୦୦ରୁ କମ୍ ରହିଆସୁଛି । ବର୍ତ୍ତମାନ ସାରା ଦେଶରେ ୬,୬୮,୧୫୪ ଜଣ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ୮.୫୦ ପ୍ରତିଶତ ।



ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ୭୫% ଦଶଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ – ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲ ନାଡୁ, ପଶ୍ଚିମ ବଙ୍ଗ, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ଆସାମ, ଉତ୍ତର ପ୍ରଦେଶ ଓ ଛତିଶଗଡ଼ – ଅଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।
First published: