କୋଭିଡ ନିୟମକୁ ଫୁ କଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସହ ମିଶି କଲେ ନାଚଗୀତ

Ravenshaw University students break Covid rules in song dance | ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଥଲେଟିକ ମିଟର ଉଦଯାପନ ସମାରୋହରେ ନାଚଗୀତ କରୁଥିବା ଛାତ୍ରଛାତ୍ରୀମାନେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ।

ଶହ ଶହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନାଚଗୀତ କରୁଥିବା ସମୟର ଏକ ଦୃଶ୍ୟ ।

ଶହ ଶହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନାଚଗୀତ କରୁଥିବା ସମୟର ଏକ ଦୃଶ୍ୟ ।

  • Share this:
News18 Odia Digital

କଟକ: ଦୃତ ଗତିରେ ବ୍ୟାପୁଥିବା କୋଭିଡ଼ର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍‌ କଟକରେ ଠାବ ହୋଇସାରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଏମିତି ଏକ ଚିତ୍ର ସାମନାକୁ ଆସିଛି ଯାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି । ବୁଧବାର ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ନାଚଗୀତ କରୁଥିବା ଦେଖାଯାଇଥିଲା ।

ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଥଲେଟିକ ମିଟର ଉଦଯାପନ ସମାରୋହରେ ନାଚଗୀତ କରୁଥିବା ଛାତ୍ରଛାତ୍ରୀମାନେ କୋଭିଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ଚାଲିଥିବା ଏହି ନାଚଗୀତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ତ ଦୁରର କଥା, କେହି ଜଣେ ବି ମାସ୍କ୍‌ ପିନ୍ଧି ନ ଥିଲେ ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

ଗତ ଦୁଇ ଦିନରେ ମଧ୍ୟରେ ରାଜ୍ୟରେ ଚାରିଟି ଓମିକ୍ରନ୍‌ ମାମଲା ସାମନାକୁ ଆସିବା ପରେ ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଓମିକ୍ରନ୍‌ ସଂକ୍ରମଣ ଅତି କ୍ଷୀପ୍ର ଗତିରେ ବ୍ୟାପୁଥିବାରୁ ଏଥି ପାଇଁ ଲୋକଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସରକାର ।

ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଏକ କାରଣ-ଦର୍ଶାଅ ନୋଟିସ୍ ଜାରି ହେବାକୁ ଯାଉଛି ।


ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଆଶ୍ଚର୍ଯ୍ୟର କଥା ଯେ ରେଭେନ୍ସା ବିଶ୍ବବିଦ୍ୟାଳୟର ସେହି ନୃତ୍ୟଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେକଙ୍କୁ ତ ଛାତ୍ରଛାତ୍ରୀମାନଙ୍କ ସହ ନୃତ୍ୟଗୀତ କରୁଥିବା ବି ଦେଖିବାକୁ ମିଳିଥିଲା । ଏ ନେଇ ନ୍ୟୁଜ18 ଓଡ଼ିଆ ଡିଜିଟାଲ୍‌ ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଟକ ସହରରେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗରୁତର ସହ ନେଇ ଜିଲ୍ଲାରେ ଚିହ୍ନଟ ହେଉଥିବା ପ୍ରତି କେଭିଡ ରୋଗୀଙ୍କର ଜିନମ୍‌ ସିକ୍ବେନସିଂ କରିବା ପାଇଁ ନିଷ୍ପତ୍ତି କରିଛି । ଏମିତି ସ୍ଥିତିରେ ରେଭେନ୍ସା କ୍ୟାମ୍ପସରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ବିନା ମାସ୍କ୍‌ ଓ ସାମାଜିକ ଦୂରତା ରକ୍ଷା କରି ମଉଜ କରିବା ଘଟଣା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ମିଳିଥିବା ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ନିୟମ ଉଲ୍ଲଙ୍ଘନ ପାଇଁ କଟକ ମହାନଗର ନିଗମ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଏକ କାରଣ-ଦର୍ଶାଅ ନୋଟିସ୍‌ ଜାରି କରିବାକୁ ଯାଉଛି । କେଉଁ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଗଲା ଓ ଏଥି ପାଇଁ କାହାର ଅନୁମତି ନିଆଯାଇଥିଲା ସେ ନେଇ ରେଭେନ୍ସା କତ୍ତୃପକ୍ଷଙ୍କୁ ଉତ୍ତର ମଗାଯିବ ବୋଲି ଜଣା ପଡିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘‘ସହରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏମିତି ପରିସ୍ଥିତିରେ ଏମିତି କାର୍ଯ୍ୟକ୍ରମର ଆୟୋଜନ କରାଯିବା ଦୁର୍ଭାଗ୍ୟଜନକ । ଯଦି ଏମାନଙ୍କ ମଧ୍ୟରୁ ଜଣେ କେହି ସଂକ୍ରମିତ ହୋଇ ସାରିଥାନ୍ତି ତେବେ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିପାରେ,’’ କହିଛନ୍ତି ସିଏମସିର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ।
Published by:Anand S.T. Das
First published: