ଏ ବର୍ଷ ନନ୍ଦିଘୋଷ ଗଡ଼ିବ ନାହିଁ ସିନା, ଶ୍ରୀମନ୍ଦିର ଭିତରେ ହେବ ରଥ ଯାତ୍ରାର ଅନୁକଳ୍ପ

ଶ୍ରୀମନ୍ଦିର ଭିତରେ ରଥ ଯାତ୍ରାର ଅନୁକଳ୍ପ କେମିତି ହେବ ସେ ନେଇ ଶେଷ ନିଷ୍ପତ୍ତି ନେବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଏହା ଅସାଧାରଣ ପରିସ୍ଥିତିରେ ଏକ ଅସାଧାରଣ ବ୍ୟବସ୍ଥା ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ରଥ ନିର୍ମାଣ ଏବେ ବି ଅଟକି ନାହିଁ ।

ନିର୍ମାଣର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ରଥ; (ଡାହାଣ) ସେଥିରେ ଲାଗିବାକୁ ଥିବା ଘୋଡ଼ା ସବୁ

ନିର୍ମାଣର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ରଥ; (ଡାହାଣ) ସେଥିରେ ଲାଗିବାକୁ ଥିବା ଘୋଡ଼ା ସବୁ

  • Share this:
News18 odia Digital

ପୁରୀ: ଏ ବର୍ଷ ରଥ ଯାତ୍ରା ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିବା ସହ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତିର ଅନୁପାଳନ କରି ହେବ । ଶ୍ରୀମନ୍ଦିର ଭିତରେ ପାଳନ ହେବ ରଥ ଯାତ୍ରାର ବିଧି ବ୍ୟବସ୍ଥା । ଏ ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ଆଉ ରିଭ୍ୟୁ ପିଟିସନ ଦାଖଲ କରିବେ ନାହିଁ ସରକାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବିଷୟରେ ଆଲୋଚନା ହେବା ପରେ ଛତିଶା ନିଯୋଗ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ଶେଷ ନିଷ୍ପତ୍ତି କରିବେ ।

ଏବେ ବି ରଥ ନିର୍ମାଣରେ ଅଟକି ନାହିଁ ରଥ ନିର୍ମାଣ ସେବକଙ୍କ ହାତ । ମହାପ୍ରଭୁଙ୍କ ଯାତ୍ରା ହେବ ବୋଲି ଆତ୍ମବିଶ୍ୱାସ ଓ ଆସ୍ଥା ସହ ପୂର୍ଣ୍ଣାଙ୍ଗ କରୁଛନ୍ତି ରଥ କାର୍ଯ୍ୟ ସେମାନେ ।

‘‘ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ଆଉ କ୍ୟାବିନେଟର ନିର୍ଦ୍ଦେଶ ଅନୁପାଳନଯୋଗ୍ୟ । ହେଲେ କିଭଳି ବିଧି ବ୍ୟବସ୍ଥାରେ ଅନୁକଳ୍ପ କରାଯିବ ସେ ନେଇ ମୁଖ୍ୟ ଶାସନ ସଚିବ ଓ ଆଇନ ମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଆଲୋଚନା କରାଯିବା ଦରକାର,’’ କହିଛନ୍ତି ଗୋବର୍ଦ୍ଧନ ପୀଠର ମଠାଧୀଶ ସ୍ୱାମୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ ।

ରଥ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ବୋଲି କହି ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ‘‘ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ, ହେଲେ ରଥ ଯାତ୍ରାକୁ ବନ୍ଦ କରିବା ଠିକ ନୁହେଁ । ଅଳ୍ପ ସେବାୟତ ଓ ପୋଲିସ ବାହିନୀ ସାହାଯ୍ୟରେ ରଥ ଯାତ୍ରା ଅୟୋଜନ ହୋଇ ପାରିବ । ଏହି ନିଷ୍ପତ୍ତିର ପୁନର୍ବିଚାର ହେବାର ଆବଶ୍ୟକତା ରହିଛି ।’’

ରଥ ଯାତ୍ରାର ଏକ ଫାଇଲ୍ ଫଟୋ


ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୁଏ । ‘‘ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଛାଡି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ଧାର୍ମୀୟ ବ୍ୟବସ୍ଥାର ପ୍ରକ୍ରିୟା ଶ୍ରୀମନ୍ଦିର ଭିତରେ କରାଯିବ । ମ୍ୟାନେଜମେଣ୍ଟର ନିଷ୍ପତ୍ତି ସରକାର ଗ୍ରହଣ କଲେନାହି। କ୍ୟାବିନେଟର ନିଷ୍ପତ୍ତି ପରେ ରାଜ୍ୟ ସରକାର ରିଭ୍ୟୁ ପିଟିସନ ଦାଖଲ କରିବା ଆବଶ୍ୟକ ନାହିଁ । ଧାର୍ମୀୟ ବ୍ୟବସ୍ଥାରେ ଗଜପତିଙ୍କ ଭୂମିକା ନାହିଁ । ପୂର୍ବରୁ ରାଜଗୁରୁ ଓ ପରେ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ ନିଆଯାଉଥିଲା । ଏଵେ ଜଗତଗୁରୁଙ୍କ ପରାମର୍ଶ ନିଆଯିବ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିକୁ ବାଦ ଦେଇ ଚଳିତ ବର୍ଷ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା  । ଆଉ ଏଥର ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନ, ଅଧର ପଣା, ସୁନାବେଶ ଓ ନିଳାଦ୍ରି ବିଜେ ରଥ ଉପରେ ହେବ ନାହିଁ । ତିନି ରଥ ନିର୍ମାଣ ସରିଥିବା ବେଳେ ତାକୁ କଣ କରାଯିବ ସେ ନେଇ ଆଲୋଚନା କରାଯିବ । ଚଳିତ ବର୍ଷ ରଥ ଯାତ୍ରା ଏକ ଇତିହାସ ରଚିବାକୁ ଯାଉଛି,’’ ସେ କହିଛନ୍ତି ।

ଏବେ ବି ଛିଡ଼ିନି ରଥ ଯାତ୍ରାର ଅଙ୍କକଷା । ରଥ ନ ଗଡ଼ିଲେ କିଭଳି ହେବ ରଥ ଯାତ୍ରା ବିଧି ସେ ନେଇ ଚାଲିଛି ତର୍ଜମା । ଏ ନେଇ ଆଜି ବସିଥିବା ପରିଚାଳନା କମିଟି ବୈଠକରେ ବି ବାହାରିପାରିଲାନି ନିଷ୍କର୍ଷ । କାରଣ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ପରିଚାଳନା କମିଟି ସଦସ୍ୟ ସାମାଜିକ ଦୂରତ୍ୱ ରଖି ଆଲୋଚନା କରିଥିଲେ । ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଓ ଜିଲାପାଳ ବଲୱନ୍ତ ସିଂ ଉପସ୍ଥିତ ଥିଲେ ।

‘‘ରଥ ଯାତ୍ରା ବନ୍ଦ ହେବା ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ମହାପ୍ରଭୁଙ୍କ ଅଣସରରେ କାର୍ଯ୍ୟ ବି ଚାଲିଛି । କ’ଣ ରୂପରେଖ ରଥ ଯାତ୍ରାର ହେବ ସେ ନେଇ ଦଇତାପତି ନିଯୋଗର ବୈଠକ ପରେ ସ୍ପଷ୍ଟ ହେବ,’’ କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ।

ରୂପକାର ସେବକ ପୁର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ jଥ ଯାତ୍ରା ନ ହେବା କଥା ଜାଣି ତାଙ୍କ ଆଖିରେ ଭରି ଯାଉଛି ଲୁହ । ‘‘ହେଲେ ଅଟକୁନି ନିହାଣ ଓ ମୁଗୁର । ଶେଷ ସ୍ପର୍ଶ ଦିଆଯାଉଛି ଘୋଡ଼ାରେ । ବାରଟି ଘୋଡ଼ା ବି ଅପେକ୍ଷାରେ କେତେବେଳେ ଯୋଡାହେବେ ରଥରେ । ମନ ଦୁଃଖରେ ଭରି ଯାଉଛି । କାଳିଆର ନନ୍ଦିଘୋଷ ରଥ ଗଡ଼ିବନି । ସୁପ୍ରିମ କୋର୍ଟଙ୍କ ରାୟ ପରେ ଭୋକ ଶୋଷ ଭୁଲିହୋଇଯାଉଛି । ତଥାପି ମନୋବଳ ଦୃଢ଼ ରଖି ଅପେକ୍ଷା କରିଛୁ ଯେ କାଳିଆ କରିବ କିଛି ଲୀଳା,’’ ସେ କହିଛନ୍ତି ।

ଚିତ୍ରକରମାନେ ରଥରେ ଲାଗିବାକୁ ଥିବା ବଭିନ୍ନ ଅଂଶରେ ରଙ୍ଗ ଦେଉଛନ୍ତି ।


ସୁପ୍ରିମ କୋର୍ଟ ନିଷ୍ପତ୍ତି ପରେ ବି ଅଟକି ନାହିଁ ରଥ ନିର୍ମାଣ । କାମରେ ଲାଗିଛନ୍ତି ରଥ ନିର୍ମାଣ ସେବକ । ଆଜି ସିଂହାସନ ଓ ପ୍ରଭା ଲାଗିଥିବା ବେଳେ ରଥର ରଙ୍ଗ କାର୍ଯ୍ୟ ଚାଲିଛି । ଏବେ ବି ବିଶ୍ୱାସ ଅଛି ଯେ ମହାପ୍ରଭୁଙ୍କ ରଥ ଗଡ଼ିବ । ପରିଶ୍ରମ କରି ସମ୍ପୂର୍ଣ୍ଣ ରଥ ଶେଷ କରିବେ ବୋଲି ଏବେବି ଅଣ୍ଟା ଭିଡି ଉଦ୍ୟମ କରୁଛନ୍ତି ରଥ ନିର୍ମାଣ ସେବକମାନେ ।

‘‘ଏତେ ନିର୍ମାଣ କରିବା ପରେ ଏ ଭଳି କୋର୍ଟଙ୍କ ନିଷ୍ପତ୍ତି ଢେର୍‌ ଆଘାତ ଦେଇଛି । କେମିତି ମହାପ୍ରଭୁ ଏଭଳି କଲେ? ଆମର ହାତ ତିଆରି ରଥରେ ବସିବେନି? ରଥ କ’ଣ ଚୁଲିକି ଯିବ? ଏହି ରଥକୁ ନଷ୍ଟ ନ କରି ରଖାଯାଉ ଆଗାମୀ ପିଢ଼ି ଜାଣିବେ । କେତେ କଷ୍ଟରେ ନିର୍ମାଣ କରାଯାଇଛି ଏହି ରଥ ସବୁ! ଆମ ପରିଶ୍ରମ ବ୍ୟର୍ଥ ନ ହେଉ ,’’ କହିଛନ୍ତି ତାଳଧ୍ୱଜ ରଥର ବିଶ୍ୱକର୍ମା ।

ବାରଟି ଘୋଡ଼ାରେ ତୁଳୀରେ ଶେଷ ସ୍ପର୍ଶ ଦେଉଛନ୍ତି ଚିତ୍ରକରମାନେ । ସେମାନଙ୍କ ଆଖିରେ ଏବେ ବି ଭରସା ଅଛି କାଳିଆ ସାଆନ୍ତଙ୍କ ଲୀଳା ଉପରେ । ତୁଳୀ ଅଟକିନି ଚିତ୍ରକରଙ୍କର । ରଥ ଚକରେ ରଙ୍ଗ ଲାଗୁଛି ।

‘‘ଏ ଭଳି ସମୟରେ ମହାପ୍ରଭୁ ଏ ଭଳି କଷ୍ଟ ଦେବେ ବୋଲି ଭାବି ନ ଥିଲୁ । କାମ ଚାଲିଛି । ଚକା ଆଖିକୁ ଚାହିଁ କାର୍ଯ୍ୟ ସାରି ହିଁ ଘରକୁ ଯିବୁ,‘‘ ଭାବବିହ୍ଵଳ ହୋଇ କହିଛନ୍ତି ଚିତ୍ରକର ସେବକ ଚନ୍ଦ୍ରଶେଖର ମହାପାତ୍ର । ‘‘ରଥରେ ଅନେକ ପରିଶ୍ରମ କରାଯାଇ ଅନେକ ଇତିହାସ ଯୋଡ଼ି ହୋଇଥିବାରୁ ଏହାକୁ ସଂରକ୍ଷିତ ରଖାଯିବା ଉଚିତ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: