News18 Odia Digital
ନୂଆ ଦିଲ୍ଲୀ / ଭୁବନେଶ୍ୱର / ପୁରୀ: ବିଶ୍ବପ୍ରସିଦ୍ଧ ରଥ ଯାତ୍ରାକୁ ନେଇ ସୁପ୍ରିମ କୋର୍ଟରେ ଆଜି ଚାଲିଛି ଗୁରୁତ୍ବପୂର୍ଣ୍ଣ ଶୁଣାଣି । ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ଠାରୁ ନେଇ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ରଥ ଯାତ୍ରା ସପକ୍ଷରେ ତର୍କ ରଖିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହେବା ସହ ଆବାସିକ କମିଶନରଙ୍କ ଜରିଆରେ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି ରଥ ଯାତ୍ରା ହେବାକୁ ସମର୍ଥନ କରିଛନ୍ତି ।
ତିନି ପୃଷ୍ଠାର ଏହି ସତ୍ୟପାଠରେ ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ପୁରୀରେ ରଥ ଯାତ୍ରାର ଆୟୋଜନ ହୋଇପାରିବ । ସରକାର ରଥ ଯାତ୍ରା ଆୟୋଜନ ସପକ୍ଷରେ ଅଛନ୍ତି, କିନ୍ତୁ କେବଳ ପୁରୀରେ ହିଁ ରଥ ଯାତ୍ରାର ଆୟୋଜନ ହୋଇପାରିବ । ଗଜପତିଙ୍କ ଅନୁରୋଧ ଅନୁସାରେ କେବଳ ପୁରୀରେ ରଥ ଯାତ୍ରା ହେଲେ ସମସ୍ୟା ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ଗଜପତିଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ରଥ ଯାତ୍ରା ଆୟୋଜନ କରିପାରିବେ । ବିନା ଭକ୍ତରେ ଓ ବିନା ଗହଳିରେ କେବଳ ପୁରୀରେ ରଥ ଯାତ୍ରା ହୋଇପାରିବ ବୋଲି ଏହି ସତ୍ୟପାଠରେ କହିଛନ୍ତି ସରକାର ।
‘‘ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ରୀତିନୀତି ବାଧାପ୍ରାପ୍ତ ହେବା ଉଚିତ ନୁହେଁ । ଶତାବ୍ଦୀ ଶତାବ୍ଦୀର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ । କୋଟି କୋଟି ଲୋକଙ୍କ ପାଇଁ ଏହା ଆସ୍ଥା ଓ ବିଶ୍ବାସର ବିଷୟ । ଜଗନ୍ନାଥ ଆସନ୍ତାକାଲି ନ ଆସିଲେ ପରମ୍ପରା ଅନୁଯାୟୀ ୧୨ ବର୍ଷ ପର୍ଯ୍ୟନ୍ତ ଆଉ ଆସିପାରିବେ ନାହିଁ,’’ ସୁପ୍ରିମ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟା ।
ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ରଥ ଯାତ୍ରା ଯେମିତି ମହାମାରୀ ବ୍ୟାପିବାର କାରଣ ନ ହେବ, ସେଥି ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଗୋଟିଏ ଦିନ ପାଇଁ କର୍ଫ୍ୟୁ ଲାଗୁ କରିପାରନ୍ତି । କେବଳ କରୋନା ନେଗେଟିଭ୍ ଥିବା ସେବାୟତ ରୀତିନୀତିରେ ଅଂଶଗ୍ରହଣ କରିପାରିବେ । ଭକ୍ତମାନେ ଟିଭିରେ ଲାଇଭ୍ ଟେଲିକାଷ୍ଟ ଦେଖି ମହାପ୍ରଭୁଙ୍କ ଆଶୀର୍ବାଦ ନେଇପାରିବେ । ପୁରୀର ରାଜା ଓ ମନ୍ଦିର କମିଟି ଏହି ରୀତିନୀତିର ବ୍ୟବସ୍ଥା ତଦାରଖ କରିପାରିବେ ।

ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାରଙ୍କ ଠାରୁ ନେଇ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ରଥ ଯାତ୍ରା ହେବା ସପକ୍ଷରେ ସୁପ୍ରିମ କୋର୍ଟରେ ଯୁକ୍ତି ରଖିଛନ୍ତି । ଓଡ଼ିଶା ସରକାର ସର୍ବୋଚ୍ଚ କୋର୍ଟରେ କେନ୍ଦ୍ରର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ।
ଇତି ମଧ୍ୟରେ ରଥ ଯାତ୍ରା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ଶ୍ରୀମନ୍ଦିର ପରିଚାଳନା କମିଟି । ମୁଖ୍ୟ ମନ୍ତ୍ରୀ ଏକ ଅଧ୍ୟାଦେଶ ଜାରି କରି ନିଜ ଉଦ୍ୟମରେ ରଥ ଯାତ୍ରା କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ପରିଚାଳନା କମିଟିର ସଦସ୍ୟମାନେ । ପୁରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥ ଯାତ୍ରା କରିବା ସପକ୍ଷରେ ମତ ରଖିଥିବାରୁ ସେ ଦିଗରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବା ଉଚିତ ବୋଲି ସେମାନେ କହିଛନ୍ତି ।
ରଥ ଯାତ୍ରା ପାଇଁ ଆଜି ଆଜ୍ଞାମାଳ ବିଜେ ହେବ । ଏହା ପରେ ରଥ ଦକ୍ଷିଣମୋଡ଼ ହେବ । ଆଜ୍ଞାମାଳ ବିଜେ ପରେ ରଥ ସିଂହଦ୍ବାରକୁ ନ ଆସିଲେ ନୀତି ବନ୍ଦ ହୋଇଯାଇପାରେ । ରଥ ଯାତ୍ରା ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇ ରହିଥିବାରୁ ମୁଖ୍ୟ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ଏହା ବି ପଢ଼ନ୍ତୁ: ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲାଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।