News18 Odia Digital
ପୁରୀ: ଜୁନ ୨୩ରେ ମହାପ୍ରଭୁଙ୍କ ଘୋଷଯାତ୍ରା ବିନା ଭକ୍ତରେ ହେବାକୁ ଥିବା ବେଳେ ରଥକୁ କିଏ ଟାଣିବ ତାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତ ବର୍ଷ ସେବାୟତମାନେ ଟାଣିବେ ରଥ । ଏଥି ପାଇଁ ସେବାୟତ ନିଯୋଗ ମାନଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେଉଁ ସେବାୟତମାନେ ନୀତି ଓ ପହଣ୍ଡି କରିବା ସହ ରଥ ଟାଣିବେ ସେମାନଙ୍କ ପାଇଁ ପ୍ରାୟ ୫,୦୦୦ ସ୍ୱତନ୍ତ୍ର ଡିଜାଇନର ସମ୍ବଲପୁରୀ ମାସ୍କ ବରାଦ ଦିଆଯାଇଛି ।
ବିନା ମାସ୍କ କି ବିନା ପରିଚୟ ପତ୍ରରେ ରଥ ଟାଣିବା ପାଇଁ କୌଣସି ସେବାୟତଙ୍କୁ ଅନୁମତି ଦିଆଯିବନି । ସମ୍ପୂର୍ଣ କୋବିଡ-୧୯ ଗାଇଡଲାଇନ ଅନୁପାଳନ କରି ରଥ ଯାତ୍ରା କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ ରଥ ଯାତ୍ରାକୁ ମିଳିନାହିଁ ଗ୍ରୀନ ସିଗନାଲ । ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିନା ଭକ୍ତରେ ରଥ ଯାତ୍ରା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥିର କରିଛି ।
‘‘ଏତେ ବଡ଼ ରଥ ସବୁ କିଏ ଟାଣିବ ସେ ନେଇ ଉପରିସ୍ଥ ନିର୍ଦ୍ଦେଶ ଅନୁସାରେ ଆମେ ସମସ୍ତ ନିଯୋଗମାନଙ୍କୁ ଡାକି ବୈଠକ କରିଛୁ । ପୂଜାପଣ୍ଡା ସେବାୟତ, ସିଂହାରୀ ସେବାୟତ ଓ ପ୍ରତିହାରୀ ସେବାୟତମାନେ ସେମାନଙ୍କର ୧୫୦ ଜଣ ଲେଖାଏଁ ସଦସ୍ୟ ରହିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ରଥଟଣା ଲାଗି ବିଭିନ୍ନ ନିଯୋଗ ସେବାୟତଙ୍କ ତାଲିକା ଦେବେ। କେଉଁ ନିଯୋଗର କେତେ ସଦସ୍ୟ ରହିବେ ସେ ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଉଛି । ରଥ ଯାତ୍ରାକୁ ନେଇ ସମସ୍ତ ସେବାୟତଙ୍କ ସହଯୋଗ ଓ ଶ୍ରୀମନ୍ଦିର ପ୍ରଶାସନର ସହ ସମନ୍ୱୟରେ ଶୃଙ୍ଖଳିତ ରଥ ଯାତ୍ରା କରାଯିବ । ଏଥର ଭକ୍ତ ନୁହେଁ, ପ୍ରାୟ ୧,୦୦୦ରୁ ୧,୨୦୦ ସେବାୟତ ରଥଟଣାରେ ସାମିଲ ହେବେ । ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ କେବଳ ଭକ୍ତ ଭାବେ ସେବାୟତମାନେ ସହଯୋଗ କରି ରଥ ଟାଣିବେ । ଆବଶ୍ୟକ ସ୍ଥଳେ ପୁଲିସ, ଜଗନ୍ନାଥ ଟେମ୍ପୁଲ ପୁଲିସ ମଧ୍ୟ ସହଯୋଗ କରି ରଥ ଟାଣିବେ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।

ସେବାୟତମାନଙ୍କ ପାଇଁ ଏମିତି ୫,୦୦୦ ସମ୍ବଲପୁରୀ ମାସ୍କ ବରାଦ ଦିଆଯାଇଛି ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିନା ଭକ୍ତରେ ହେବ ରଥ ଯାତ୍ରା । କେହି ବିନା ପରିଚୟପତ୍ରରେ ଟାଣି ପାରିବେନି ରଥ । ‘‘କୋବିଡ଼-୧୯କୁ ନେଇ ଏଭଳି କଟକଣା ଯୁକ୍ତ ରଥ ଯାତ୍ରା କରିବାକୁ ନିଷ୍ପତ୍ତି ନେଉଛି ପ୍ରଶାସନ । ରଥ ଯାତ୍ରାର ନୀତି ପହଣ୍ଡି ଓ ରଥ ଟାଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଦିଆଯିବ ପରିଚୟ ପତ୍ର । କୋବିଡ଼-୧୯ ଗାଇଡ଼ଲାଇନକୁ ଅନୁପାଳନ କରିବା ପାଇଁ ତିନି ରଥ ପାଇଁ ତିନଟି ଭିନ୍ନ ଭିନ୍ନ ରଙ୍ଗର ସ୍ୱତନ୍ତ୍ର ଡ଼ିଜାଇନିଂର ସମ୍ବଲପୁରୀ ମାସ୍କ ପରିଧାନ କରିବେ ସେବାୟତମାନେ । ରଥର ରଙ୍ଗ ଅନୁଯାୟୀ ନାଲି-ହଳଦିଆ, ନାଲି-କଳା ଓ ନାଲି-ସବୁଜ ରଙ୍ଗର ତିନି ପ୍ରକାର ସମ୍ବଲପୁରୀ ମାସ୍କ ତିଆରି କରାଯିବ । ଯେଉଁ ରଥ ଯେଉଁ ସେବାୟତ ଟାଣିବେ ସେହି ରଙ୍ଗର ମାସ୍କ ବ୍ୟବହାର କରିବେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବିନା ପରିଚୟ ପତ୍ରରେ ପ୍ରବେଶ ଉପରେ ମଧ୍ୟ କଟକଣା କରାଯିବ । ପ୍ରାୟ ୫,୦୦୦ ମାସ୍କ ପାଇଁ ବୟନିକାକୁ ବରାଦ ଦିଆଯାଇଛି,’’ କହିଛନ୍ତି ଜେନା ।
ପ୍ରତି ରଥରେ ଚାରିଟି ଦଉଡ଼ି ସଂଯୋଗ କରାଯାଇଥାଏ । ପ୍ରତି ଦଉଡ଼ିର ଲମ୍ବ ୨୨୦ ଫୁଟ । ‘‘ଏହି ପରି ମୋଟ ୮୮୦ ଫୁଟ ଦଉଡ଼ି ଧରି ଭକ୍ତମାନେ ପ୍ରତି ରଥକୁ ଟାଣୁଥିଲେ । ପ୍ରତି ରଥକୁ ଟାଣିବାକୁ ୫୦୦ରୁ ଅଧିକ ଲୋକ ଲାଗନ୍ତି । ସେହି ଅନୁସାରେ ତିନି ରଥ ପାଇଁ ଦେଢ ହଜାରରୁ ଅଧିକ ଲୋକ ଆବଶ୍ୟକ । ତେଣୁ ସେବାୟତ ହୁଅନ୍ତୁ କି ଘଣ୍ଟୁଆ ହୁଅନ୍ତୁ କି ରଥ ନିର୍ମାଣ ସେବାୟତ ହୁଅନ୍ତୁ, କେତେ ସଂଖ୍ୟାରେ ସେବାୟତ ରଥ ଟାଣିବେ ତା’ର ତାଲିକା ପ୍ରସ୍ତୁତ କରୁଛି ପ୍ରଶାସନ । ହେଲେ ରଥ ଟାଣିବା ପାଇଁ କେତେ ଲୋକେ ହେଲେ ଚଳିବ, ସେହି ଅନୁସାରେ ରଥ ଟଣାଯିବା ପାଇଁ ବ୍ୟବସ୍ଥା ରହିଛି । ସବୁ କିଛି ମହାପ୍ରଭୁଙ୍କ ଇଛା,’’ କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ।
ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ । ଶ୍ରୀମନ୍ଦିର ପ୍ରଶାସନ ବି ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଲାଣି ରଥ ଯାତ୍ରା ଆୟୋଜନ କରିବା ପାଇଁ । ଏବେ ଖାଲି ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ ।
ଏହା ବି ପଢ଼ନ୍ତୁ: ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।