କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ଆରମ୍ଭ ହେଲା ରାପିଡ ଟେଷ୍ଟ

ଭୁବନେଶ୍ୱରର ପାଞ୍ଚଟି ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ସ୍ୱାବ ନମୁନା ସଂଗ୍ରହ କରାଯାଉଛି । ୧୭ ତାରିଖ ଯାଏଁ ଚାଲିବ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ । ଏହି ସମୟରେ ସ୍କୁଲର ଦୁଇ ଜଣ ଶିକ୍ଷକ, ଜଣେ ସ୍ଵିପର୍ ଓ ଜଣେ ୱାଚମ୍ୟାନ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି ।

କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ଆରମ୍ଭ ହେଲା ରାପିଡ ଟେଷ୍ଟ
ଭୁବନେଶ୍ୱରର ଏକ ସ୍କୁଲରେ ରାପିଡ୍ ଟେଷ୍ଟ୍ ପାଇଁ ପ୍ରସ୍ତୁତି ଚାଲିଛି ।
  • News18 Odia
  • Last Updated: April 11, 2020, 6:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ବିପକ୍ଷରେ ଲଢ଼ିବା ପାଇଁ ଆଉ ପାଦେ ଆଗେଇ ଆସି ରାଜ୍ୟ ସରକାର ଆଜି ଠାରୁ ରାଜ୍ୟରେ ଆରମ୍ଭ କରିଛନ୍ତି ରାପିଡ ଟେଷ୍ଟ । ଯେଉଁ ଲୋକଙ୍କର ଥଣ୍ଡା, କାଶ ବା ଜ୍ୱର ଭଳି ଲକ୍ଷଣ ଦେଖାଯିବ ସେମାନେ ସହଜରେ ନିଜର କୋଭିଡ ଟେଷ୍ଟ କରାଇପାରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଆଜି ଠୁଁ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ  ଆରମ୍ଭ ହୋଇଛି କରୋନା ସ୍ଵାବ ଟେଷ୍ଟ୍। ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ରାଜଧାନୀର ପାଞ୍ଚଟି ସ୍କୁଲରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରିବେ। ଝାରପଡା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇ ସ୍କୁଲ ରେ ବ୍ୟବସ୍ଥା କରାଯାଇଛି।

୧୭ ତାରିଖ ଯାଏଁ ଚାଲିବ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ । ଏହି ସମୟରେ ସ୍କୁଲର ଦୁଇ ଜଣ ଶିକ୍ଷକ, ଜଣେ ସ୍ଵିପର୍ ଓ ଜଣେ ୱାଚମ୍ୟାନ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି । ସକାଳ ୯ ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ ଯାଏ କରୋନା  ସନ୍ଦିଗ୍ଧ ଙ୍କ ଠାରୁ ନମୁନା ସଂଗ୍ରହ କରିବେ ମେଡିକାଲ୍ ଟିମ୍ ।

ଆଜି ଶହୀଦ ନଗର ପ୍ରାଥମିକ ବିଦ୍ୟାଳୟରେ ଲୋକେ ସ୍ୱତଃସ୍ଫୁର୍ତ୍ତଭାବେ ଆସି ଏହି ପରୀକ୍ଷା କରାଇଥିବା ଦେଖିବାକୁ ମିଳିଛି । ଲକଡାଉନରେ ପ୍ରତିଦିନ ଘରୁ ବାହାରି କାମକୁ ଯାଉଥିବା ଲୋକେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଘରେ ପହଞ୍ଚାଉଥିବା ଲୋକ ଆଜି ନିଜର ସ୍ୱାବ ଟେଷ୍ଟ କରାଇଥିବାବେଳେ ଏଭଳି ଏକ ପଦକ୍ଷପ କୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି । ‘ବର୍ତ୍ତମାନ ସ୍ଥିତିରେ କାହା ଦେହରେ ଭୂତାଣୁ ଅଛି ତାହା ଜାଣିବା କଷ୍ଟକର । ଏଣୁ ପରୀକ୍ଷା ହିଁ ଗୋଟିଏ ବାଟ ବୋଲି କହିଛନ୍ତି ରାଜଧାନିବାସୀ।

ଆସୁଥିବା ଲୋକଙ୍କୁ ପ୍ରଥମେ ଡାକ୍ତର ସମ୍ପୂର୍ଣ୍ଣ ସ୍କ୍ରିନିଂ କରୁଛନ୍ତି । କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହେଲେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଛି।

ସ୍କୁଲରେ ଏହି ନମୁନା ସଂଗ୍ରହ କରିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ, ଜଣେ ସ୍ୱିପର ଓ ଉଆଚ ମ୍ୟାନ ରହିବେ ବୋଲି ନିର୍ଦେଶ ରହିଛି । ତେବେ ଯେଉଁ ଘଡି ସନ୍ଧି ମୁହୂର୍ତ୍ତରେ ଘରୁ କେହି ବାହାରୁ ନାହାନ୍ତି ସେଠି ଶିକ୍ଷୟିତ୍ରି କାମରେ ଲାଗିଛନ୍ତି ।

‘‘କରୋନାର ମୁକାବିଲା ପାଇଁ ସମସ୍ତେ ଲାଗିଛନ୍ତି, ଏଥିରେ ଆମକୁ ବି କାମ କରିବାର ସୁଯୋଗ ମିଳିଛି। ଏହା ଛଡ଼ା ସରକାରଙ୍କ ନିର୍ଦେଶ ମାନି ଆଜି ଠୁ ଏହି ନମୁନା ସଂଗ୍ରହ କାମରେ ଆମେ ବି ସାମିଲ ହୋଇଛୁ,’’ କହିଛନ୍ତି ଶହୀଦ ନଗର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ କୁମାର ସାହୁ ।

ତେବେ ରାଜ୍ୟରେ ଯେତେ ଅଧିକ ଟେଷ୍ଟ ହେବ ସେତେ ଅଧିକ ସତ୍ୟ ଜଣା ପଡିବ। ବାସ୍ତବରେ ରାଜ୍ୟରେ କରୋନା ଆକ୍ରାନ୍ତ କେତେ ରହିଛନ୍ତି ଓ ଏହାର ଷ୍ଟେଜ ସମ୍ପର୍କରେ ମଧ୍ୟ ଜାଣିହେବ। ଫଳରେ ଏହା ସହ ମୁକାବିଲା କରିବା ବୋଧ ହୁଏ ସହସାଧ୍ୟ ହେବ।
First published: April 11, 2020, 6:22 PM IST
corona virus btn
corona virus btn
Loading