ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଉଚ୍ଚସ୍ତରୀୟ ଚିଠି ଲେଖାଯାଇଛି। ସରକାର ଗୁରୁବାର କହିଛନ୍ତି ଯେ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ୨୪ ଡିସେମ୍ବର ଠାରୁ କରୋନା ଟେଷ୍ଟ କରାଯିବ।
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଚୀନ ସହ ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭେୟ ସମେତ ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ମିଟିଂ ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିମାନ ବନ୍ଦରରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ଟେଷ୍ଟିଂ ପାଇଁ ଗାଇଡଲାଇନ ଜାରି କରିଛନ୍ତି।
ମିଟିଂ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଉଚ୍ଚସ୍ତରୀୟ ଚିଠି ଲେଖାଯାଇଛି। ସରକାର ଗୁରୁବାର କହିଛନ୍ତି ଯେ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ୨୪ ଡିସେମ୍ବର ଠାରୁ କରୋନା ଟେଷ୍ଟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ ପ୍ରତିଶତ ଯାତ୍ରୀଙ୍କ ଟେଷ୍ଟ କରାଯିବ। ଯେଉଁଥିରେ ଭିନ୍ନ ଭିନ୍ନ ଦେଶର ଯାତ୍ରୀଙ୍କ ଟେଷ୍ଟିଂ କରାଯିବ। ଚିଠିରେ ଏହା ମଧ୍ୟ ଲେଖାଯାଇଛି ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ଯାତ୍ରୀଙ୍କୁ କରୋନା ଟେଷ୍ଟ କିଟ୍ ଦିଆଯିବ। ତେବେ କେଉଁ ଯାତ୍ରୀଙ୍କ ଟେଷ୍ଟ ହେବ, ଏହାର ନିଷ୍ପତ୍ତି ଉକ୍ତ ଏୟାରଲାଇନ୍ସ ତରଫରୁ କରାଯିବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।