କରୋନା: ଛାତ୍ରୀମାନଙ୍କ ଉଗ୍ର ଆନ୍ଦୋଳନ ପରେ ଘୁଞ୍ଚିଲା ରମାଦେବୀ ବିଶ୍ୱବିଦ୍ୟାଳୟର ପରୀକ୍ଷା

ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ ଓ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ରମାଦେବୀର ପରୀକ୍ଷା ଘୁଞ୍ଚିବା ପରେ ଏବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ବି ଆନ୍ଦୋଳନାତ୍ମକ ସ୍ଥିତି ଦେଖିବାକୁ ମିଳିଛି ।

କରୋନା: ଛାତ୍ରୀମାନଙ୍କ ଉଗ୍ର ଆନ୍ଦୋଳନ ପରେ ଘୁଞ୍ଚିଲା ରମାଦେବୀ ବିଶ୍ୱବିଦ୍ୟାଳୟର ପରୀକ୍ଷା
ରମାଦେବୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ପ୍ରଦର୍ଶନ କରୁଥିବା କେତେକ ଛାତ୍ରୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ନେଇ ଛାତ୍ରୀମାନଙ୍କ ଆନ୍ଦୋଳନ ଲାଗି ରହିଥିବା ବେଳେ ଆଜି ଏହାକୁ ଘୁଞ୍ଚାଇ ଦିଆଯାଇଛି । ଷଷ୍ଠ ବା ଫାଇନାଲ ପରୀକ୍ଷା ଜୁନ ୨୫ରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥିର କରାଯାଇଥିଲା । ହେଲେ ଏବେ ଏହାକୁ ୧୫ ଦିନ ଘୁଞ୍ଚାଯାଇଛି ।

ଜୁଲାଇ ୩ ତାରିଖରେ ପରୀକ୍ଷା ହେବ ବୋଲି ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପୂର୍ବରୁ ପରୀକ୍ଷାକୁ ନେଇ ଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଥିଲେ ଓ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଏପରିକି କୁଳପତିଙ୍କୁ ମଧ୍ୟ ତାଲା ପକାଇବାକୁ ପଛାଇ ନଥିଲେ ଉତ୍ୟକ୍ତ ଛାତ୍ରୀମାନେ । ଏହାକୁ ନେଇ ବିଶ୍ୱବିଦ୍ୟାଳୟ ବାହାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଛାତ୍ରୀମାନଙ୍କ ଆନ୍ଦୋଳନ ପରେ କୁଳପତି ପଦ୍ମଜା ମିଶ୍ର କହିଥିଲେ ଯେ ଉଚ୍ଚ ଶିକ୍ଷା ବିଭାଗର ପରୀକ୍ଷା ସାରା ରାଜ୍ୟରେ ଯେଉଁ ଦିନ ହେବ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ମଧ୍ୟ ସେହି ଦିନ ହେବ। ଏହାକୁ ନେଇ ଆଜି ପୁଣି ଥରେ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । କରୋନା ସଂକ୍ରମଣ ସମୟରେ ଶହ ଶହ ପିଲା ଏକାଠି କିଭଳି ବସି ପରୀକ୍ଷା ଦେବେ ବୋଲି ଉତ୍ୟକ୍ତ ଛାତ୍ରୀମାନେ କୁଳପତି ଓ ପିଜି କାଉନ୍ସିଲ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ ।

ଆନ୍ଦୋଳନ ବେଳେ କୁଳପତିଙ୍କୁ ମଧ୍ୟ ତାଲା ପକାଇବାକୁ ପଛାଇ ନଥିଲେ ଉତ୍ୟକ୍ତା ଛାତ୍ରୀମାନେ ।


‘‘ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବାହାରୁ ଅନେକ ଛାତ୍ରୀ ପରୀକ୍ଷା ଦେବା ପାଇଁ ଆସିବେ। କେଉଁମାନେ ସଂକ୍ରମିତ ହୋଇଛନ୍ତି ତାହା ଜାଣିବା କଷ୍ଟକର । ଏ ଭଳି ସ୍ଥିତିରେ ଏକାଠି ବସି ପରୀକ୍ଷା ଦେବା କେତେ ଯୁକ୍ତିଯୁକ୍ତ?’’ ପିଜି ବିଭାଗର ଛାତ୍ରୀ ଇପ୍ସିତା ପଚାରିଛନ୍ତି। ଏ ଭଳି ପରିସ୍ଥିତିରେ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯାଉ ନଚେତ ସମ୍ପୂର୍ଣ୍ଣ ବାତିଲ କରାଯାଉ ବୋଲି ସେ କହିଛନ୍ତି। ବିକଳ୍ପ ବ୍ୟବସ୍ଥା କରି ଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରିବା ସହ ପରୀକ୍ଷା ବାତିଲ କରିବାକୁ ବି ଦାବି କରିଛନ୍ତି ଅନେକ ଛାତ୍ରୀ ।

ଏହି ଆନ୍ଦୋଳନ ପରେ ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷାକୁ ୧୫ ଦିନ ପାଇଁ ଘୁଞ୍ଚାଯାଇଛି । ତେବେ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରୁଥିବା ଛାତ୍ରୀମାନେ ଏଥିରେ କେତେ ସହମତ ଓ ଆଗକୁ କି ପଦକ୍ଷେପ ନେବେ ତାହା ଦେଖିବାର ଅଛି।

ଆଜି ସମାନ ଦାବି ନେଇ ଉତ୍କଳ ବିଶ୍ଵବିଦ୍ୟାଳୟରେ ମଧ୍ୟ ଆନ୍ଦୋଳନାତ୍ମକ ସ୍ଥିତି ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷାକୁ ଅନଲାଇନ କରିବା କିମ୍ବା ବାତିଲ କରିବାକୁ ଦାବି କରି କୁଳପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 10:35 PM IST
corona virus btn
corona virus btn
Loading