ରମାଦେବୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା COVID ପଜିଟିଭ ହେଲେ; ଆରମ୍ଭ ହେଲା ବ୍ୟାପକ ପରୀକ୍ଷା

କରୋନା ପଜିଟିଭ ହୋଇଥିବା ଅଧ୍ୟାପିକା ଜଣକ ବାହାର ରାଜ୍ୟରୁ ଫେରି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେ କରୋନା ପଜିଟିଭ୍ ହୋଇଥିବା ଜଣା ପଡ଼ିବା ପରେ କ୍ୟାମ୍ପସରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା COVID ପଜିଟିଭ ହେଲେ; ଆରମ୍ଭ ହେଲା ବ୍ୟାପକ ପରୀକ୍ଷା
ରମାଦେବୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କୋଭିଡ ପଜିଟିଭ ହୋଇଥିବା ଖବର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

କରୋନା ପଜିଟିଭ ହୋଇଥିବା ଅଧ୍ୟାପିକା ଜଣକ ବାହାର ରାଜ୍ୟରୁ ଫେରି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେ କରୋନା ପଜିଟିଭ୍‌ ହୋଇଥିବା ଜଣା ପଡ଼ିବା ପରେ କ୍ୟାମ୍ପସରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେହି ଅଧ୍ୟାପିକାଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କର କୋଭିଡ ଟେଷ୍ଟ ଗୁରୁବାର ଦିନ କରାଯାଇଛି । ଶୁକ୍ରବାର ଠାରୁ ହଷ୍ଟେଲଗୁଡ଼ିକରେ ଆରମ୍ଭ ହେବ କୋଭିଡ ପରୀକ୍ଷା ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ

‘‘ଆମର ଜଣେ ଅଧ୍ୟାପିକା କୋଭିଡ ପଜିଟିଭ ହୋଇଛନ୍ତି । ଖବର ପାଇ ଆମେ ବି.ଏମ୍.ସି.କୁ ଜଣାଇଥିଲୁ । କାଲି ସାନିଟାଇଜସନ୍‌ ଶେଷ ହେବା ପରେ ଆଜି ପଥମେ ତାଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିବା ସବୁ ଲୋକଙ୍କ କୋଭିଡ ଟେଷ୍ଟ ଚାଲିଛି । ଆମେ ହଷ୍ଟେଲ ପିଲାଙ୍କ ପାଇଁ ମଧ୍ୟ ଟେଷ୍ଟ କରିବା ନେଇ ବି.ଏମ୍.ସି.କୁ କହିଛୁ,’’ କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ଗୁରୁବାର ଦିନ ୨୦୦ ଜଣଙ୍କର ଟେଷ୍ଟ କରାଯାଇଛି।


ବି.ଏମ୍.ସି. ଏହି ଖବର ପାଇ ତୁରନ୍ତ ଟେଷ୍ଟିଂ ଆରମ୍ଭ କରିଛି । ବିଶ୍ୱବିଦ୍ୟାଳୟରେ କେତେ ଜଣଙ୍କର ଟେଷ୍ଟ ହେବ ସେ ନେଇ ଏକ ତାଲିକା ମାଗିଥିଲା ବି.ଏମ୍.ସି.। ଗୁରୁବାର ଦିନ ୨୦୦ ଜଣଙ୍କର ଟେଷ୍ଟ କରାଯାଇଛି। ଶୁକ୍ରବାର ଠାରୁ ଏହାକୁ ଆହୁରି ବ୍ୟାପକ କରାଯିବ। ହଷ୍ଟେଲ ରେ ପ୍ରାୟ ୧,୦୦୦ ଜଣଙ୍କ ଟେଷ୍ଟର ଆବଶ୍ୟକତା ରହିଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | Drugs Case: ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍ଅଭିନେତା ଏଜାଜ୍ ଖାନ୍ଗିରଫ ହେଲେ

‘‘ଆମେ କ୍ୟାମ୍ପସରେ କୋଭିଡ ଟେଷ୍ଟ ଜୋରଦାର କରିଛୁ। ଆଜି ଆର.ଡ଼ି. କ୍ୟାମ୍ପସରେ ୨୦୦ ଜଣଙ୍କ ଟେଷ୍ଟ କରିଛୁ । କାଲି ୧,୦୦୦ ପାଇଁ ତାଲିକା ଆସିଛି । ଏକା ସାଙ୍ଗରେ ଏତେ ହୋଇପାରିବ ନାହିଁ । ଧୀରେ ଧୀରେ ସମସ୍ତଙ୍କର କରିବା ପାଇଁ ନିଷ୍ପତ୍ତି ହୋଇଛି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

ଭୁବନେଶ୍ୱରରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ଯୋଗୁଁ ଭୟର ବାତାବରଣ ପୁଣି ଥରେ ସୃଷ୍ଟି ହୋଇଛି । ସୋମବାର ପର୍ଯ୍ୟନ୍ତ ଛୁଟି ଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଟେଷ୍ଟ ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁଳପତି କହିଛନ୍ତି ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’

ପ୍ରାୟ ସପ୍ତାହେ ହେବ ଓଡିଶାରେ ଦୈନିକ ସଂକ୍ରମଣ ୨୦୦ ପାର୍‌ କରୁଛି । ମାର୍ଚ୍ଚ ୨୫ରେ ୨୧୪ ଜଣ ପଜିଟିଭ୍‌ ବାହାରିଥିବା ବେଳେ ମାର୍ଚ୍ଚ ୨୬ରେ ୨୩୪ ଜଣ, ମାର୍ଚ୍ଚ ୨୭ରେ ୨୧୦ ଜଣ, ମାର୍ଚ୍ଚ ୨୮ରେ ୨୯୦ ଜଣ, ମାର୍ଚ୍ଚ ୨୯ରେ ୨୦୮ ଜଣ, ମାର୍ଚ୍ଚ ୩୦ରେ ୨୧୮ ଜଣ ଓ ମାର୍ଚ୍ଚ ୩୧ରେ ୨୯୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ଦୀର୍ଘ ଦିନର ରେକର୍ଡ଼ ଭାଙ୍ଗିଛି ।



ଦିନକୁ ଦିନ ସ୍ଥିତି ଘାତକ ହେଉଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ହଟସ୍ପଟ୍‌ ପାଲଟିଛନ୍ତି । ସ୍ଥିତି ସୁଧାରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଅଧିକାରୀମାନେ । ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ଏବେ ଠାରୁ କୋଭିଡ ଡରାଇବା ଆରମ୍ଭ କରିଛି ।
Published by: Anand ST Das
First published: April 1, 2021, 7:27 PM IST