ରାକ୍ଷୀ ପୂର୍ଣ୍ଣିମା ଆସୁଛି: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁଠି ପହଞ୍ଚିବ ଏ ଥର ରାକ୍ଷୀ

ଭାଇ ଭଉଣୀଙ୍କ ବନ୍ଧନରେ ବାଧକ ସାଜିଛି କରୋନା ଭାଇରସ୍ । ପୋଷ୍ଟ ଅଫିସ୍ କର୍ତ୍ତୃପକ୍ଷ ସାରା ରାଜ୍ୟ ଓ ଦେଶ ସମେତ ୨୫ଟି ଦେଶକୁ ରାକ୍ଷୀ ପଠେଇବାର ସୁବିଧା କକିଛନ୍ତି, ହେଲେ ଲକଡାଉନ ଯୋଗୁଁ ବଜାରରେ ଯଥେଷ୍ଟ ରାକ୍ଷୀ ମିଳୁନାହିଁ ।

ରାକ୍ଷୀ ପୂର୍ଣ୍ଣିମା ଆସୁଛି: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁଠି ପହଞ୍ଚିବ ଏ ଥର ରାକ୍ଷୀ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 25, 2020, 10:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାକୁ ଆଉ ମାତ୍ର ଦିନ ସାତଟା ବାକି ରହିଛି । ହେଲେ ଏ ବର୍ଷ କରୋନା ସଙ୍କଟ ଯୋଗୁଁ ପର୍ବ ପର୍ବାଣୀ ସବୁ କିଛି ଫିକା ଲାଗୁଚି । ଲକଡାଉନ ଓ ସଟଡାଉନ ଯୋଗୁଁ ବଜାରରେ ମିଳୁନି ରାକ୍ଷୀ । ପ୍ରତି ବର୍ଷ ହଜାର ହଜାର ରାକ୍ଷୀ ରାଜ୍ୟ ତଥା ଦେଶ ବିଦେଶକୁ ପୋଷ୍ଟ କରାଯାଉଥିବା ବେଳେ ଏ ବର୍ଷ ରାକ୍ଷୀ ଅଭାବ ଯୋଗୁଁ ଲୋକେ ରାକ୍ଷୀ ପଠାଉ ନାହାଁନ୍ତି ।

ଏ ବର୍ଷ ରାଜ୍ୟର ସବୁ ଜିଲ୍ଲାକୁ ପୋଷ୍ଟାଲ ସର୍ଭିସ ମାଧ୍ୟମରେ ରାକ୍ଷୀ ସଠିକ ସମୟରେ ପହଞ୍ଚିବ ବୋଲି ପୋଷ୍ଟ ଅଫିସ୍‌ କର୍ତ୍ତୃପକ୍ଷ କହିଛନ୍ତି । ସାରା ରାଜ୍ୟ ଓ ଦେଶ ସମେତ ୨୫ଟି ଦେଶକୁ ରାକ୍ଷୀ ପଠାଇବାର ସୁବିଧା କରାଯାଇଛି। କିନ୍ତୁ କଣ୍ଟେନମେଣ୍ଟ ଜୋନକୁ କୌଣସି ପରିସ୍ଥିତିରେରେ ବି ରାକ୍ଷୀ ପହଞ୍ଚିପାରିବନି ବୋଲି କହିଛନ୍ତି ଅଧିକାରୀମାନେ ।

‘‘ପ୍ରତ୍ୟେକ ବର୍ଷ ରାକ୍ଷୀ କିଭଳି ପୂର୍ଣ୍ଣିମା ଆଗରୁ ଠିକଣା ଜାଗାରେ ସୁରକ୍ଷିତ ଭାବେ ପହଞ୍ଚିବ ସେଥି ପାଇଁ ଆମେ ଚେଷ୍ଟା କରୁ। ହେଲେ ଏଥର କରୋନା ବ୍ୟାଘାତ ସୃଷ୍ଟି କରିଛି। ତେଣୁ ସବୁଠି ଠିକ ସମୟରେ ପହଞ୍ଚିବ କି ନା ସନ୍ଦେହ । କାରଣ ଏବେ ବି କିଛି ସହର ଓ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି,’’ କହିଛନ୍ତି ଭାରତୀୟ ଡାକର ନିର୍ଦ୍ଦେଶକ (ପୋଷ୍ଟାଲ ସର୍ଭିସ) ଆଦିତ୍ୟ କୁମାର ।

ଅନଲାଇନରେ ମିଳୁଥିବା କେତେକ ରାକ୍ଷୀ ଓ ତା’ର ଦାମ୍


ବଜାରରେ ରାକ୍ଷୀ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଜିନିଷ ଏବେ ଲକଡାଉନରେ ମିଳିବା କଷ୍ଟକର ହୋଇପଡ଼ିଛି । ଏହାରି ଭିତରେ ଅନଲାଇନ ରାକ୍ଷୀ ଏ ବର୍ଷ ଏକ ମାତ୍ର ଭରସା ସାଜିଛି। ସମସ୍ତଙ୍କ ଆଶା ଅନଲାଇନ ରାକ୍ଷୀରେ। ଖାଲି ରାକ୍ଷୀ ନୁହଁ, ମନଲାଖି ଚକୋଲେଟ ଓ ମିଠା ସାଙ୍ଗକୁ ଆକର୍ଷଣୀୟ ଉପହାର ମଧ୍ଯ ରହିଛି। ନା ରାକ୍ଷୀ କିଣି ହେଉଛି ନା କରୋନା ପାଇଁ ଭାଇ ପାଖକୁ ଯାଇ ହେଉଛି। ଏ ଭଳି ସ୍ଥିତିରେ କିଏ ଅନଲାଇନ ରାକ୍ଷୀ କିଣୁଛି ତ ଆଉ କିଏ ନିଜେ ଘରେ ବସି ରାକ୍ଷୀ ତିଆରି କରିଛି।

‘‘ରାକ୍ଷୀ ହେଉଛି ରକ୍ଷା ସୂତ୍ର । ଆମକୁ ଯେଉଁମାନେ ରକ୍ଷା କରନ୍ତି, ଆମେ ତାଙ୍କୁ ରାଖୀ ବାନ୍ଧିବା ଦରକାର। ଏ ବର୍ଷ ମୁଁ କରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧି ଧନ୍ୟବାଦ ଦେବି । ହେଲେ ରାକ୍ଷୀ ନ ମିଳିବାରୁ ମୁଁ ନିଜେ ରାକ୍ଷୀ ବନେଇ ତାଙ୍କୁ ବାନ୍ଧିବି,’’ କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଲିନା ପ୍ରିୟଦର୍ଶିନୀ ।

ଏହା ବି ପଢ଼ନ୍ତୁ: ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

ରାକ୍ଷୀ ପୂର୍ଣ୍ଣିମାରେ ବି କରୋନା ଲଗେଇଛି ଗ୍ରହଣ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଚାରିଟି ଜିଲ୍ଲା ସମେତ ରାଉରକେଲାରେ ସମ୍ପୂର୍ଣ୍ଣ ଲାକଡାଉନ ଯୋଗୁଁ ରାକ୍ଷୀ ବ୍ୟବସାୟୀ ଓ ଗ୍ରାହକ ଉଭୟ ଦୁଃଖ ପ୍ରକାଶ କରିଛନ୍ତି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 25, 2020, 10:07 PM IST
corona virus btn
corona virus btn
Loading