ଆଉ ନାହାନ୍ତି ରାଜ୍ୟ ସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର; କରୋନା ଆକ୍ରାନ୍ତ ଥିଲେ

Odisha Rajya Sabha MP Raghunath Mohapatra Passes Away | ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ରାଜ୍ୟର କଳା ଜଗତରେ ସୃଷ୍ଟି ହୋଇଛି ଏକ ବଡ଼ ଶୂନ୍ୟ ସ୍ଥାନ । କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ଧରି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିଲେ ।

ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ସଭା ସାଂସଦ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କକ ୭୮ ବର୍ଷ ବୟସରେ ଦେହାବସାନ ହୋଇଛି । କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ଧରି ଭୁବନେଶ୍ବର ଏମ୍ସରେ (AIIMS) ଚିକିତ୍ସାଧୀନ ଥିଲେ । ହସପିଟାଲରେ ରବିବାର ଅପରାହ୍ଣରେ ତାଙ୍କର ପରଲୋକ ହୋଇଛି ।

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ରାଜ୍ୟର କଳା ଜଗତରେ ସୃଷ୍ଟି ହୋଇଛି ଏକ ବଡ଼ ଶୂନ୍ୟ ସ୍ଥାନ । ଏହି ପ୍ରସିଦ୍ଧ ଶିଳ୍ପୀଙ୍କ ଦେହାନ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ତିନି ଦିନ ତଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଜରିଆରେ ରଘୁନାଥଙ୍କ ପୁଅଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହା ପୂର୍ବରୁ ନୂଆ ଦିଲ୍ଲୀସ୍ଥିତ ଏମ୍ସର ନିର୍ଦେଶକ ଡଃ ରଣଦୀପ ଗୁଲେରିଆ ତାଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞ ଦଳ ଓ ଏମ୍ସ ନିର୍ଦ୍ଦେଶିକା ଡଃ ଗୀତାଞ୍ଜଳୀ ବଟମନୱାଣେଙ୍କ ସହ ଏକ ଭର୍ଚ୍ଚୁଆଲ୍‌ ସମ୍ମିଳନୀ ଜରିଆରେ କଥା ହୋଇଥିଲେ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ପଦ୍ମବିଭୂଷଣ ରଘୁନାଥ ମହାପାତ୍ର


ନିଜ ବିସ୍ତୃତ କଳାପୂର୍ଣ୍ଣ ଜୀବନରେ ରଘୁନାଥ ମହାପାତ୍ର ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ । ତାଙ୍କୁ ୧୯୭୫ରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ୨୦୧୮ ଜୁଲାଇରେ ସେ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

ପୁରୀ ଶାସନ ପଡି଼ଆରେ ୧୯୪୩ ମସିହାରେ ଜନ୍ମ ଗ୍ରଣ କରିଥିବା ରଘୁନାଥ ମହାପାତ୍ର ପିଲାଟି ବେଳରୁ ହାତର ଯାଦୁଗରୀରେ କଳା ଓ ଭାସ୍କର୍ଯ୍ୟ ପ୍ରତି ଆଗ୍ରହ ଦେଖାଇଥିଲେ । ସେ ଦ୍ବିତୀୟ କୋଣାର୍କ ମନ୍ଦିର ତିଆରି କରିବାକୁ ମନସ୍ଥ କରିଥିଲେ ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

‘‘ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି,’’ ଟ୍ୱିଟ୍‌ କରି ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।



ରଘୁନାଥ ମହାପାତ୍ରଙ୍କ ସହ ନିବିଡ଼ ବ୍ୟକ୍ତିଗତ ସମ୍ପର୍କ ଥିବା କହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରେ ଲେଖିଛନ୍ତି, ‘‘ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ । ତାଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା ।’’
Published by:Anand S.T. Das
First published: