News18 Odia Digital
ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ (Rajinikanth) ନିଜ ରାଜନୈତିକ ଦଳ ରଜନୀ ମକ୍କାଲ ମଣ୍ଡରାମକୁ (Rajini Makkal Mandram - RMM) ଭଙ୍ଗ କରିଦେଇଛନ୍ତି । ଭବିଷ୍ୟତରେ ତାଙ୍କର ରାଜନୀତିରେ ପ୍ରବେଶ କରିବା ପାଇଁ ହିଁ ଏହି ନୂଆ ଦଳ ଗଠିତ ହୋଇଥିଲା ।
ଚେନ୍ନାଇର କୋଡମ୍ବକ୍କମ୍ ରାଘଭେନ୍ଦ୍ର ହଲରେ ଆର୍.ଏମ୍.ଏମ୍. ପାର୍ଟିର କର୍ମକର୍ତ୍ତା ଓ ନିଜ ପ୍ରଶଂସକମାନଙ୍କ ସହ ଏକ ବୈଠକ ପରେ ସୋମବାର ଦିନ ରଜନୀକାନ୍ତ ଦଳକୁ ଭଙ୍ଗ କରାଯାଇଛି ବୋଲି ଘୋଷଣା କରିଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି, ‘‘ମୁଁ ସବୁ ରଜନୀ ମକ୍କାଲ୍ ମଣ୍ଡ୍ରମର କର୍ମକର୍ତ୍ତା ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି । ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତ୍ତି ନେବା ପରେ ରଜନୀ ମକ୍କାଲ ମାଣ୍ଡ୍ରମର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଥିଲା । ତାହା ସ୍ପଷ୍ଟ କରିବା ମୋ’ର କର୍ତ୍ତବ୍ୟ ଥିଲା,’’ ଏକ ବିବୃତିରେ କହିଛନ୍ତି ରଜନୀକାନ୍ତ ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀରଜନୀକାନ୍ତ (Rajinikanth) ଆହୁରି କହିଛନ୍ତି ଯେ ଆର୍.ଏମ୍.ଏମ୍.ର ବିଲୟ ହେବା ପରେ ଏହାର ପଦାଧିକାରୀ ଓ କର୍ମକର୍ତ୍ତାମାନେ ରଜନୀକାନ୍ତ ଫ୍ୟାନ କ୍ଲବ୍ ଆସୋସିଏସନର ଅଂଶ ବିଶେଷ ହୋଇ ରହିବେ । ଏହ ସଙ୍ଗଠନ ଜନସାଧାରଣଙ୍କ ସେବାରେ ସାମିଲ ହେବ ବୋଲି ସେ କହିଛନ୍ତି ।

ନିଜ ଝିଅ ସୌନ୍ଦର୍ଯ୍ୟାଙ୍କ ସହ ଆସି ରଜନୀକାନ୍ତ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଉଛନ୍ତି ।
‘‘ପରିସ୍ଥିତି ଯୋଗୁଁ ଆମେ ଯାହା ଭାବିଥିଲୁ ତାହା ହାସଲ କରିପାରିଲୁ ନାହିଁ । ଭବିଷ୍ୟତରେ ରାଜନୀତିରେ ଯୋଗ ଦେବା ପାଇଁ ମୋ’ର କୌଣସି ଉଦ୍ଦେଶ୍ୟ ନାହିଁ । ତେଣୁ ମୁଁ ରଜନୀ ମକ୍କାଲ ମଣ୍ଡ୍ରମକୁ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ରଜନୀକାନ୍ତ ମକ୍କାଲ ମଣ୍ଡ୍ରମର ପଦାଧିକାରୀମାନେ ରଜନୀକାନ୍ତ ଫ୍ୟାନ୍ କ୍ଲବ ଆସୋସିଏସନର ଅଂଶ ହୋଇ ରହିବେ । ଆମେ ଜନ ସେବା ଜାରି ରଖିବୁ,’’ ସେ ଏକ ବିବୃତ୍ତିରେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେରଜନୀକାନ୍ତଙ୍କ ଅଣ-ରାଜନୈତିକ ଜନ ସେବା ସଂସ୍ଥା ‘ଫ୍ୟାନ୍ସ ଫୋରମ୍’କୁ RMM ପାର୍ଟିରେ ପରିବର୍ତ୍ତନ କରାଯାଇଥିଲା । ସେହି ନୂଆ ସଙ୍ଗଠନ ୨୦୧୮ରେ ଆରମ୍ଭ ହୋଇଥିଲା ।ଏଥି ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅଫିସ୍ ପଦାଧିକାରୀ ନିଯୁକ୍ତ ହୋଇଥିଲେ ଓ ଏହାର ଅଲଗା ଅଲଗା ଶାଖା ମଧ୍ୟ ଗଠନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ପ୍ରିୟଙ୍କା ହତ୍ୟା: ଯୁବତୀଙ୍କ ସହ ତାଙ୍କ ୩ ବର୍ଷର ପୁଅର ହତ୍ୟା ଯୋଜନା କରିଥିଲା ଯାଜପୁରର ଜଗନ୍ନାଥମେ ମାସରେ ରଜନୀକାନ୍ତ ତାମିଲ ନାଡୁର (Tamil Nadu) ମୁଖ୍ୟ ମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ (MK Stalin) ଭେଟି କରୋନା ମୁକାବିଲା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ । ଅଲ୍-ଇଣ୍ଡିଆ ରେଡିଓ ରଜନୀକାନ୍ତ ଓ ଷ୍ଟାଲିନଙ୍କ ସାକ୍ଷାତ ସମ୍ପର୍କିତ ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲା । ଏହି ଅବସରରେ ରଜନୀକାନ୍ତ ଲୋକମାନଙ୍କୁ ନିବେଦନ କରିଥିଲେ ଯେ ସେମାନେ କରୋନା ନିୟମ ପାଳନ କରନ୍ତୁ, ଯାହା ଫଳରେ କରୋନା ଭାଇରସର ପ୍ରସାରକୁ ରୋକାଯାଇପାରିବ ।
ଏହାର ତିନି ଦିନ ପୂର୍ବରୁ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ (Soundarya Rajinikanth), ତାଙ୍କ ସ୍ୱାମୀ ବିଶାଗାନ୍ (Vishagan) ଓ ତାଙ୍କ ଶ୍ୱଶୁର ଭନାଙ୍ଗମୁଡି (Vanangamudi) ଷ୍ଟାଲିନଙ୍କୁ ଭେଟି କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ଦାନ କରିଥିଲେ। ମେ ୧୩ ତାରିଖରେ ରଜନୀକାନ୍ତ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ନିଜ ଝିଅଙ୍କ ସହ ପହଞ୍ଚି କରୋନା ଟିକା କୋଭିଶିଲ୍ଡର ଦ୍ୱିତୀୟ ଡୋଜ ଦେଇଥିଲେ ।
ସୁପରଷ୍ଟାର୍ ରଜନୀକାନ୍ତ ନିକଟରେ ନିଜ ଫିଲ୍ମ ‘ଆନ୍ନାଥେ’ର (Annaatthe) ସୁଟିଂ ପାଇଁ ହାଇଦ୍ରାବାଦ ଯାଇଥିଲେ । ସୂର୍ଯ୍ୟ ପିକ୍ଚର୍ସ ନିଜ ସୋସିଆଲ୍ ମିଡି଼ଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରି ସିରୁଥା ଶିବା ଓ ରଜନୀକାନ୍ତଙ୍କ ବିଷୟରେ ଆଲୋଚନା କରିଥିଲେ । ରଜନୀକାନ୍ତ ମାସେ ଧରି ଶୁଟିଂ କାର୍ଯ୍ୟସୂଚୀ ପୂରଣ କରିବା ପରେ ଚେନ୍ନାଇ ଫେରିଥିଲେ ।‘ଅନ୍ନାଥେ’ ଫିଲ୍ମରେ ନୟନତାରା, ମୀନା, ଖୁସବୁ ଓପ୍ରକାଶ ରାଜ୍ ଆଦି ଅଭନେତାମାନେ ନଜର ଆସିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।