କରୋନା କଟକଣାରେ ପାଳିତ ହେଲା ରଜ; କଟକରେ ଘରେ ରହି ଲୋକେ ପାଳିଲେ ଏହି ଗଣ ପର୍ବ

ସାଂସ୍କୃତିକ ସହର କଟକରେ ପ୍ରତି ବର୍ଷ ଧୁମଧାମରେ ପାଳନ କରାଯାଇଥାଏ ରଜ ପର୍ବ । ଏଥି ପାଇଁ ସହରର ପ୍ରତି ସାହି ବସ୍ତିରେ ସ୍ବତନ୍ତ୍ର ଆୟୋଜନ ମଧ୍ୟ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ରଜ ମଉଜ ସମ୍ପୂର୍ଣ୍ଣ ଫିକା ପଡ଼ିଛି ।

ଘରେ ଦୋଳି ଲଗେଇ ମୁହଁରେ ମାସ୍କ ପିନ୍ଧି କଟକରେ ଲୋକେ ରଜ ପାଳନ କରିଛନ୍ତି ।

ଘରେ ଦୋଳି ଲଗେଇ ମୁହଁରେ ମାସ୍କ ପିନ୍ଧି କଟକରେ ଲୋକେ ରଜ ପାଳନ କରିଛନ୍ତି ।

  • Share this:
News18 Odia Digital

କଟକ: ଗଛ ବଦଳରେ ଘର ବାଲକୋନିରେ ଲାଗିଲା ଦୋଳି । ପଡ଼ିଆ ବଦଳରେ ଘର ଅଗଣାରେ ପାଳିତ ହେଲା ରଜ ଉତ୍ସବ । ତାହା ପୁଣି କେବଳ ନିଜ ପରିବାର ସଦସ୍ୟଙ୍କ ସହିତ । ଆଜି ପହିଲି ରଜ ଅବସରରେ କଟକ ସହରର ଅଧିକାଂଶ ଘରେ ଏମିତି ପାଳିତ ହୋଇଛି ରଜ ଉତ୍ସବ ।

ପରିବାରର ସାନ ଠୁ ବୟସ୍କ ସମସ୍ତେ ଏକାଠି ହୋଇ ଏହି ପର୍ବକୁ ପାଳନ କରିଛନ୍ତି । ଏହା ସହ ପୋଡ଼ ପିଠା ଓ ପାନର ମଜା ମଧ୍ୟ ନେଇଛନ୍ତି । ତେବେ ରଜ ସମୟରେ ବାହାରକୁ ଯାଇପାରୁ ନ ଥିବାରୁ ମନରେ କ୍ଷୋଭ ଥିଲେ ମଧ୍ୟ ପରିସ୍ଥିତି ଯୋଗୁଁ ଘରେ ରହି ଏହି ଉତ୍ସବ ପାଳନ କରୁଥିବା କରିଛନ୍ତି ଲୋକେ ।

‘‘କରୋନା ପାଇଁ ଏ ଥର ରଜରେ ଆମେ ଘରୁ ବାହରକୁ ଯାଇ ପାରୁନୁ । ସେଥି ପାଇଁ ଘରେ ରହି ରଜ ପାଳୁଛୁ । ଗତ ବର୍ଷ ମୁଁ ସାଙ୍ଗମାନଙ୍କ ଘରକୁ ଯାଇ ରଜ ପାଳିଥିଲି । ହେଲେ ଏ ବର୍ଷ ଯାଇ ପାରିଲିନାହିଁ,’’ କହିଛନ୍ତି ଷ୍ଟାଣ୍ଡାର୍ଡ ୪ରେ ପଢୁଥିବା ଆୟୁଷୀ ଦାସ ।

କଟକ ବାମ୍ଫିସାହି ବାସିନ୍ଦା ଶିବାଙ୍ଗୀ ଦାସ କହିଛନ୍ତି: ‘‘ପ୍ରତି ବର୍ଷ ରଜ ତ ଆମେ ବାହାରେ ବୁଲାବୁଲି କରି ପାଳନ କରିଥାଉ । କିନ୍ତୁ ଯେହେତୁ ଦେଶ ଏତେ ବଡ଼ ବିପତ୍ତିର ସାମନା କରୁଛି, ତେଣୁ ଆମକୁ ବି ଜଣେ ସଚେଚନ ନାଗରିକ ଭାବେ ସରକାରଙ୍କ ସମସ୍ତ ନିୟମକୁ ମାନିବାକୁ ପଡ଼ିବ । ମୋ’ ବାବା ଆଉ ଭାଇ ଘରେ ଦୋଳି ଲଗାଇଛନ୍ତି ଆଉ ଆମେ ସମସ୍ତେ ଘରେ ରହି ରଜ ପାଳୁଛୁ ।’’

ପହିଲି ରଜରେ ସଟଡାଉନ୍ ଥିବାରୁ କଟକର ରାସ୍ତା ସବୁ ଶୁନ୍ ଶାନ୍ ରହିଥିଲା ।


ସାଂସ୍କୃତିକ ସହର କଟକରେ ପ୍ରତି ବର୍ଷ ଧୁମଧାମରେ ପାଳନ କରାଯାଇଥାଏ ରଜ ପର୍ବ । ଏଥି ପାଇଁ ସହରର ପ୍ରତି ସାହି ବସ୍ତିରେ ସ୍ବତନ୍ତ୍ର ଆୟୋଜନ ମଧ୍ୟ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ରଜ ମଉଜ ସମ୍ପୂର୍ଣ୍ଣ ଫିକା ପଡ଼ିଛି ।

ଆଜି ସଟଡ଼ାଉନର ଦ୍ବତୀୟ ଦିନ ଥିବାରୁ ସହରର ରସ୍ତା ଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ଥିଲା । ସହରର ପ୍ରତି ଗଳି କନ୍ଦିରେ ପଇନ୍ତରା ମାରୁଥିଲା ପିସିଆର ଭ୍ୟାନ । ସହରର ପ୍ରତି ପ୍ରମୁଖ ଛକରେ ଥିଲା ପୋଲିସର କଡ଼ା ପହରା । କେବଳ ଅତି ଜରୁରୀ କାମ ଥିବା ଲୋକେ ହିଁ ଘରୁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ଯେଉଁମାନେ ବି ଘରୁ ବାହାରୁଥିଲେ ସେମାନଙ୍କୁ ପୋଲିସର ପଚରା ଉଚରାର ସାମନା କରିବାକୁ ପଡ଼ୁଥିଲା । ଗୋଟିଏ ପଟେ କରୋନା ଭୟ ଓ ଅନ୍ୟ ପଟେ ସଟଡ଼ାଉନ ଥିବାରୁ ନିଜ ନିଜ ଘରେ ରହି ରଜ ଉତ୍ସବ ପାଳିଛନ୍ତି ଲୋକେ । ପୋଲିସ୍‌ ଓ ସ୍ୱାସ୍ଥ୍ୟ କର୍ମୀମାନେ ନିଜ କର୍ତ୍ତବ୍ୟ ଆଗରେ ରଜ ମଉଜକୁ ପଛରେ ରଖିଥିବା ଦେଖିବାକୁ ମିଳିଥିଲା ।

‘‘ମୋ‘ର ଆଜି ଡିୟୁଟି ଅଛି । ତେଣୁ ମୁଁ ଡିଉଟିକୁ ଯାଉଛି । ଘରକୁ ଫେରିବା ପରେ ହିଁ ଯାହା ହେବ । କିନ୍ତୁ ଏଥର ରଜକୁ ନେଇ କିଛି ପ୍ଲାନ୍ ନାହିଁ । ବାସ ଘରେ ରହିବା, ସେଫ୍ ରହିବା,’’ କହିଛନ୍ତି କଟକର ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ମହିଳା ।

କଟକ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦେଖି ରଜ ସମୟରେ କଟକଣାକୁ କଠୋର କରିଛି ଜିଲ୍ଲା ପ୍ରଶାସନ । ଘର ବାହାରେ କୌଣସି ପ୍ରକାର ଖେଳ ବା ଲୋକ ଏକାଠି ହେଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମାଜିଷ୍ଟ୍ରେଟ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଳାପାଳ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: