ସାବିତ୍ରୀ ଭଳି ଗଣପର୍ବ ରଜକୁ ବି ଫିକା ରଖିବ କରୋନା ମହାମାରୀ; କଟକରେ କୌଣସି ପ୍ରସ୍ତୁତି ନାହିଁ

ପ୍ରତି ବର୍ଷ ରଜ ସମୟରେ କଟକର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୁଏ । ରଜ ଦୋଳି ଖେଳ ସହ ପୁଚି ଖେଳ ଓ ପୋଡ଼ପିଠା ଓ ପାନ ତିଆରି କରିବା ପ୍ରତିଯୋଗିତା ହୁଏ । ଏ ଥର କୌଣସି କମିଟି କୌଣସି ପ୍ରକାର ପ୍ରସ୍ତୁତି କରି ନାହାଁନ୍ତି ।

କଟକରେ ଏକ ମଲରେ ରଜ ପାଇଁ ନୂଆ ଡ୍ରେସ୍ କିଣିବାକୁ ଆସିଥିବା ଏକ ପରିବାର

କଟକରେ ଏକ ମଲରେ ରଜ ପାଇଁ ନୂଆ ଡ୍ରେସ୍ କିଣିବାକୁ ଆସିଥିବା ଏକ ପରିବାର

  • Share this:
News18 Odia Digital

କଟକ: ପ୍ରତି ବର୍ଷ ଭଳି ଗତ ବର୍ଷ ମଧ୍ୟ ଗଣପର୍ବ ରଜକୁ ବେଶ ଧୁମଧାମରେ ପାଳନ କରିଥିଲେ ଲୋକେ। ସାଙ୍ଗମାନଙ୍କ ଗହଣରେ ରଜ ଦୋଳି ଖେଳି, ରଜ ଗୀତ ଗାଇ ଉତ୍ସବ ମନାଇଥିଲେ ସମସ୍ତେ । କିନ୍ତୁ ସାବିତ୍ରୀ ଭଳି ଏହି ଗଣପର୍ବ ରଜକୁ ମଧ୍ୟ ଗ୍ରାସ କରିବାକୁ ଯାଉଛି କରୋନା । ଫଳସ୍ବରୂପ ଚଳିତ ବର୍ଷ ଏହି ସବୁ ଦୃଶ୍ୟ ଆଉ ଦେଖିବାକୁ ମିଳି ନ ପାରେ । ସାଙ୍ଗ ମେଳରେ ଦୋଳି ଖେଳ ସମୟରେ ଆଉ ଶୁଭି ନ ପାରେ ‘ବନସ୍ତେ ଡ଼ାକିଲା ଗଜ’ ଲୋକ ଗୀତ ।

କରୋନା ଯୋଗୁଁ ରଜ ପୂର୍ବରୁ ସୃଷ୍ଟି ହେଉଥିବା ଉତ୍ସବମୂଖର ପରିବେଶ ଏ ଥର ଫିକା ହୋଇଯାଇଛି । ଏହି ଗଣପର୍ବକୁ ନେଇ କେଉଁଠି କିଛି ପ୍ରସ୍ତୁତି ହେଉଥିବା ଦିଶୁନାହିଁ । କୌଣସି ସ୍ଥାନରେ ରଜ ଦୋଳି ତିଆରିହେଉଥିବା ଦେଖିବାକୁ ମିଳୁ ନ ଥିବା ବେଳେ ଘରେ ରହି ରଜ ପାଳିବେ ବୋଲି କହିଛନ୍ତି କଟକ ବାସିନ୍ଦା ।

‘‘ପ୍ରତି ବର୍ଷ ରଜ ସମୟରେ ମୁଁ ମେକପ୍ ଜିନିଷ କିଣିଥାଏ । କିନ୍ତୁ ଏ ବର୍ଷ ରଜରେ ବି ମାସ୍କ ପିନ୍ଧିବାକୁ ପଡ଼ିବ । ମେକପ୍ ନେଇ ଆଉ ଲାଭ ନାହିଁ । ତେଣୁ ସେଗୁଡିକ କିଣିଲି ନାହିଁ । ରଜରେ ଆମେ ଫିଲ୍ମ ଦେଖିବାକୁ ବି ଯାଉ । ହେଲେ କରୋନା ପାଇଁ ସିନେମା ହଲ ବନ୍ଦ ଥିବାରୁ ତାହା ବି ହେବ ନାହିଁ । ଅଧିକ ଲୋକ ଏକାଠି ହେବେ ନାହିଁ, କେହି କାହା ଘରକୁ ଯିବେ ନାହିଁ । ତେଣୁ ରଜ ଦୋଳି ଖେଳ ହେବ ନାହିଁ କି ସାଙ୍ଗମାନଙ୍କ ଘରକୁ ଯାଇ ହେବ ନାହିଁ । ସେଥି ପାଇଁ ଘରେ ରହି ଏହି ପର୍ବ ପାଳିବି,’’ କହିଛନ୍ତି କଟକ ଜଗତପୁର ବାସିନ୍ଦା ଶୁଭଶ୍ରୀ ନାୟକ ।

ଏ ଥର ରଜରେ କୌଣସି ପ୍ରତିଯୋଗିତା ଆୟୋଜିତ ହେବ ନାହିଁ ବୋଲି ଝିଅମାନଙ୍କ ମନରେ ଆସିଛି ଦୁଃଖ ।


ପ୍ରତି ବର୍ଷ ରଜ ସମୟରେ ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସେଠାରେ ରଜ ଦୋଳି ଖେଳ ଠାରୁ ଆରମ୍ଭ କରି ପୁଚି ଖେଳ ଏବଂ ପୋଡ଼ପିଠା ଠାରୁ ପାନ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ । କିନ୍ତୁ କୋଭିଡ-୧୯ର କଟକଣା ଯୋଗୁଁ ସହରର କୌଣସି କମିଟି କୌଣସି ପ୍ରକାର ପ୍ରସ୍ତୁତି କରି ନାହାଁନ୍ତି ।

‘‘ଜଗତପୁର ଅଞ୍ଚଳରେ ପ୍ରତି ବର୍ଷ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଇଥାଏ । ଏଥି ପାଇଁ ବିଭିନ୍ନ ସ୍ଥାନରେ ଝିଅମାନଙ୍କ ମନୋରଞ୍ଜନ ପାଇଁ ଦୋଳି ଖେଳ, ପୋଡ଼ପିଠା ପ୍ରସ୍ତୁତି ପ୍ରତିଯୋଗିତା ଓ ମୁରୁଜ ପ୍ରତିଯେଗିତା ହୁଏ । ହେଲେ ଏଥର ସବୁ ବନ୍ଦ ଅଛି,’’ କହିଛନ୍ତି ଜଗତପୁର ବାସିନ୍ଦା ନବକିଶୋର ସ୍ବାଇଁ ।

ତେବେ ଏହାରି ଭିତରେ ବହୁ ଅପେକ୍ଷା ପରେ ଆଜି ସହରର ରଜ ବଜାରରେ ସାମନ୍ୟ ଭିଡ଼ ପରିଲକ୍ଷିତ ହୋଇଛି । ଆସନ୍ତା କାଲି (ଜୁନ୍‌ ୧୨) ସରକାର ସନ୍ଧ୍ୟାରେ କର୍ଫ୍ୟୁର ଆରମ୍ଭ ସମୟ ରାତି ୧୦ଟା କରିଥିବା ଯୋଗୁଁ ଲୋକେ ସପିଙ୍ଗ୍‌ କରିବାକୁ ସୁଯୋଗ ପାଇବେ । ଆଜି ସପିଙ୍ଗ୍‌‌ ମଲଗୁଡ଼ିକରେ ପୂର୍ବ ଦିନ ଅପେକ୍ଷା ଅଧିକ ଗ୍ରାହକଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ରଜରେ ନୂଆ ବସ୍ତ୍ର ପରିଧାନ କରିବାର ଏକ ପରମ୍ପରା ଥିବାରୁ ସେଥି ପାଇଁ ସହରର ବିଭିନ୍ନ ସପିଙ୍ଗ୍‌ ମଲରେ ଲୋକେ କିଣାକିଣି ଆରମ୍ଭ କରିଛନ୍ତି । କିନ୍ତୁ କେବଳ ରଜକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପୂର୍ବ ଭଳି ଆଗ୍ରହ ଦେଖା ଦେଇନାହିଁ ।

‘‘ବ୍ୟବସାୟ କିଛି ବଢିଛି, ହେଲେ ଗତ ବର୍ଷ ତୁଳନାରେ ଏହା କିଛି ବି ନୁହେଁ । ଯାହା ବ୍ୟବସାୟ ହୋଇଥାନ୍ତା ସଂନ୍ଧ୍ୟା ୭ଟା ପରେ ସୋ'ରୁମ ବନ୍ଦ କରିବାକୁ ପଡୁଥିବାରୁ ତାହା ହେଉନି । ସରକାର ୧୨ ତାରିଖ କର୍ଫ୍ୟୁ କୋହଳ କରିଥିବାରୁ କିଛି ଆଶା ସୃଷ୍ଟି ହୋଇଛି,’’ କହିଛନ୍ତି ବାଦାମବାଡ଼ିରେ ଥିବା ଏମ୍‌. ବଜାର ସପିଂ ମଲର ପରିଚାଳକ ଶିବରାମ ଘୋଷ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: