ବଡ଼ ଖବର: ଦେଶରେ ୧୦୦ଟି ନୂଆ ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ରେଳବାଇ

Indian Railway Special Trains | ସେପ୍ଟେମ୍ବର ୧ ଠାରୁ ଦେଶରେ ଅନଲକ୍ ୪ ଆରମ୍ଭ ହୋଇଛି । ବର୍ତ୍ତମାନ ରେଳବାଇ ୩୦ଟି ରାଜଧାନୀ ଟ୍ରେନ୍ ସମେତ ସ୍ପେଶାଲ୍ ଟ୍ରେନ୍ ନାମରେ ମୋ’ଟ ୨୩୦ଟି ଏକ୍ସପ୍ରେସ ଟ୍ରେନ୍ ଚଳାଉଛି ।

ବଡ଼ ଖବର: ଦେଶରେ ୧୦୦ଟି ନୂଆ ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ରେଳବାଇ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2020, 7:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News19 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଙ୍କଟ (Coronavirus Crisis) ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରେଳବାଇ (Indian Railways) ଅନଲକ୍-୪ (Unlock 4) ଅଧୀନରେ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି । ରେଳବାଇ ପ୍ରାୟ ୧୦୦ଟି ନୂଆ ସ୍ପେଶାଲ୍‌ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି ।

ଏହି ସ୍ପେଶାଲ୍‌ ଟ୍ରେନଗୁଡ଼ିକୁ ଚଳାଇବା ପାଇଁ ରେଳବାଇ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ଜାରି ରଖିଛି । ଗୃହ ମନ୍ତ୍ରଣାଳୟ ଠାରୁ ସବୁଜ ସଙ୍କେତ ପାଇବା ପରେ ଏହି ନୂଆ ସ୍ପେଶାଲ୍‌ ଟ୍ରେନଗୁଡ଼ିକ ଚଳାଚଳ କରିବ । ସେପ୍ଟେମ୍ବର ୧ ଠାରୁ ଦେଶରେ ଅନଲକ୍ ୪ ଆରମ୍ଭ ହୋଇଛି । ବର୍ତ୍ତମାନ ରେଳବାଇ ୩୦ଟି ରାଜଧାନୀ ଟ୍ରେନ୍‌ ସମେତ ସ୍ପେଶାଲ୍‌ ଟ୍ରେନ୍ ନାମରେ ମୋ’ଟ ୨୩୦ଟି ଏକ୍ସପ୍ରେସ ଟ୍ରେନ୍ ଚଳାଉଛି ।

ଯେଉଁ ୧୦୦ଟି ଟ୍ରେନ୍‌ ଚଳାଇବାକୁ ରେଳବାଇ ପ୍ରସ୍ତୁତ ହେଉଛି ସେଗୁଡ଼ିର ନାମ ବି 'ସ୍ପେଶାଲ୍ ଟ୍ରେନ୍‌' ରଖାଯିବ । ଏହି ଟ୍ରେନଗୁଡ଼ିକ ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଚାଲିବ । ରେଳ ମନ୍ତ୍ରଣାଳୟ ପର୍ଯ୍ୟାୟକ୍ରମେ ରେଳ ସେବା ପୁଣି ଥରେ ସ୍ୱାବାବିକ କରିବା ବିଷୟରେ ଆଲୋଚନା କରୁଛି । ଉତ୍ସବର ସିଜିନ୍‌ ଆରମ୍ଭ ହେଉଛି । ଦଶରା ଓ ଦୀପାବଳୀକୁ ଆଖିରେ ରଖି ରେଳବାଇ ନୂଆ ସ୍ପେଶାଲ୍‌ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି । ଏହା ଦ୍ୱାରା ଯାତ୍ରୀମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ଓ ଯାତ୍ରୀମାନେ କରୋନାର ଏହି ସଙ୍କଟମୟ ସମୟରେ ସୁରକ୍ଷିତ ଯାତ୍ରା କରିପାରିବେ ।

ମାର୍ଚ୍ଚରୁ ଟ୍ରେନ୍‌ ଯାତାୟାତ ବନ୍ଦ ରହିଛି

କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମାର୍ଚ୍ଚ ୨୨ ତାରିଖରୁ ଯାତ୍ରୀବାହୀ ଟ୍ରେନ୍ ଓ ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା । ଦେଶରେ ପ୍ରଥମ ଥର ପାଇଁ ରେଳ ସେବା ଏମିତି ଭାବେ ବନ୍ଦ କରାଯାଇଥିଲା । ଦେଶରେ ପ୍ରବାସୀ ଶ୍ରମିକମାନେ ଏଠି ସେଠି ଫସି ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇବା ପାଇଁ ମେ ୧ ତାରିଖରୁ ରେଳବାଇ ସ୍ପେଶାନ୍ଲ୍‌ ଟ୍ରେନ୍ ଚଳାଇଥିଲା । ମେ ୧୨ ତାରିଖରୁ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନର ମାର୍ଗରେ କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଇଥିଲା ଓ ତା’ପରେ ଜୁନ୍ ୧ରୁ ୧୦୦ ଯୋଡ଼ା ଟ୍ରେନ୍ ଆରମ୍ଭ କରାଯାଇଥିଲା ।

ଏହା ବି ପଢ଼ନ୍ତୁ Pranab Mukherjee: ଭୂମି ସହ ଜଡ଼ିତ ବ୍ୟକ୍ତି; କିରାଣୀରୁ ଭାରତ ରତ୍ନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

ଟ୍ରେନ୍‌ ଯାତ୍ରା ମହଙ୍ଗା ହେବାକୁ ଯାଉଛି

ଆଗାମୀ ଦିନରେ ଆପଣଙ୍କ ପାଇଁ ଟ୍ରେନରେ ଯାତ୍ରା କରିବା ପୂର୍ବ ଅପେକ୍ଷା ମହଙ୍ଗା ହେବାକୁ ଯାଉଛି । ଯାତ୍ରୀମାନଙ୍କୁ ବଡ଼ ରେଳ ଷ୍ଟେସନରୁ ଟ୍ରେନ୍ ଧରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଷ୍ଟେସନ୍ ୟୁଜର୍ ଫି (Station User Fees) ଦେବାକୁ ପଡ଼ିବ । ରେଳବାଇ ଏହି ପଦକ୍ଷେପକୁ ୟୁଜର୍‌ ଡେଭଲପମେଣ୍ଟ୍‌ ଫି (UDF) ଭାବରେ ନେଉଛି ।



UDF ସେହି ରେଳ ଷ୍ଟେସନଗୁଡ଼ିକ (Railway Station) ପାଇଁ ହେବ ଯେଉଁଗୁଡ଼ିକୁ ଘରୋଇ କମ୍ପାନୀଗୁଡିକ ଦ୍ୱାରା ରିଡେଭଲପମେଣ୍ଟ୍‌ ପ୍ରକଳ୍ପ ଅଧୀନରେ ତିଆରି କରାଯିବ । ଏହି ଷ୍ଟେସନଗୁଡ଼ିକରେ ସବୁ ପ୍ପରକାରର ଆଧୁନିକ ସୁବିଧା ଉପଲବ୍ଧ ହେବ । ଏହି ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ଏହି ଷ୍ଟେସନଗୁଡିକର ବ୍ୟାବସାୟିକ କାର୍ଯ୍ୟ ବି ସମ୍ଭାଳିବେ ।
Published by: Anand Shankar Thankur Das
First published: September 1, 2020, 7:12 PM IST
corona virus btn
corona virus btn
Loading