ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡ଼ୀଙ୍କ ମୃତ୍ୟୁ ହେଲା; ସେ କରୋନାରେ ସଂକ୍ରମିତ ଥିଲେ

କୋଭିଡ-୧୯ରେ ପୀଡ଼ିତ ହୋଇ ଅଙ୍ଗଡ଼ୀ ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ କର୍ଣ୍ଣାଟକର ବେଲଗାମ୍ ଆସନରୁ ସାଂସଦ ଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡ଼ୀଙ୍କ ମୃତ୍ୟୁ ହେଲା; ସେ କରୋନାରେ ସଂକ୍ରମିତ ଥିଲେ
ସୁରେଶ ଅଙ୍ଗଡ଼ୀ
  • News18 Odia
  • Last Updated: September 23, 2020, 10:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗଡ଼ୀଙ୍କ (Suresh Angadi) ବୁଧବାର ଦିନ ଦେହାନ୍ତ ହୋଇଯାଇଛି । ସେ କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ନରେନ୍ଦ୍ର ମୋଦୀଙ୍କ (Narendra Modi) କ୍ୟାବିନେଟରେ ସୁରେଶ ଅଙ୍ଗଡ଼ୀ ରେଳ ରାଜ୍ୟ ମନ୍ତ୍ରୀ (MOS Railways Suresh Angadi) ଥିଲେ ।

କୋଭିଡ-୧୯ ସଂକ୍ରମିତ ଅଙ୍ଗଡ଼ୀ ଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ କର୍ଣ୍ଣାଟକର (Karnataka) ବେଲଗାମ୍ ଆସନରୁ ସାଂସଦ ଥିଲେ । ୨୦୧୯ରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କୁ ରେଳ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ସୁରେଶ ଅଙ୍ଗଡ଼ୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ସୁରେଶ ଅଙ୍ଗଡ଼ୀ ଜଣେ ମହାନ କାର୍ଯ୍ୟକର୍ତ୍ତା ଥିଲେ ଯିଏ କର୍ଣ୍ଣାଟକରେ ବିଜେପି (Bharatiya Janata Party) ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ ।

ପ୍ରଧାନ ମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି, ‘‘ସେ ଜଣେ ଉତ୍ସର୍ଗୀକୃତ ସାଂସଦ ଓ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ଯାହାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ । ତାଙ୍କ ଚାଲିଯିବା ଏକ ଦୁଃଖଦ ଘଟଣା । ଏହି ଦୁଃଖ ସମୟରେ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ମୋ’ର ସମବେଦନା ରହିଛି । ଓମ୍ ଶାନ୍ତି।’’



କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି, ‘‘ସୁରେଶ ଅଙ୍ଗଡ଼ୀଜୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ । ସେ ମୋ’ ଭାଇଙ୍କ ପରି ଥିଲେ । କାର୍ଯ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା ଓ ଉତ୍ସର୍ଗୀକୃତତା ବିଷୟରେ କହିବା ପାଇଁ ଶବ୍ଦ ଅଭାବ ହେବ । ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ମୋ’ର ସମବେଦନା । ଓମ୍ ଶାନ୍ତି ।’’





ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ମଧ୍ୟ ପ୍ରଦେଶର ଦାମୋ ଲୋକସଭା ଆସନରୁ ବିଜେପି ସାଂସଦ ପ୍ରହ୍ଲାଦ ପଟେଲ ଗୁରୁବାର ଟୁଇଟ୍ କରି କହିଛନ୍ତି, “ମୋ’ର କରୋନା ରିପୋର୍ଟ ଗତ କାଲି ରାତିରେ ପଜିଟିଭ୍‌ ଆସିଛି । ମଙ୍ଗଳବାର ମୋତେ ଭେଟିଥିବା ଲୋକେ ସଚେତନ ହେବା ଉଚିତ୍ ।”

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଏହା ବି ପଢ଼ନ୍ତୁ ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

ପଟେଲଙ୍କ ବ୍ୟତୀତ ମନ୍ତ୍ରୀମଣ୍ଡଳରେ ତାଙ୍କ ସହଯୋଗୀ ଅମିତ ଶାହା, ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, କୈଳାଶ ଚୌଧୁରୀ, ଅର୍ଜୁନ ରାମ ମେଘୱାଲ ଓ ଗଜେନ୍ଦ୍ର ଶେଖାୱତ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି ।



ଏମାନଙ୍କ ବ୍ୟତୀତ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ବି.ଏସ୍. ୟେଦୁରୁପ୍ପା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ତାମିଲ ନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ମଧ୍ୟ କୋଭିଡ-୧୯ରେ ପୀଡ଼ିତ ହୋଇଛନ୍ତି ।
Published by: Anand Shankar Thankur Das
First published: September 23, 2020, 10:22 PM IST
corona virus btn
corona virus btn
Loading