ଟିକଟ କାଉଣ୍ଟରରେ ବୁକିଂ ଆରମ୍ଭ ହେଲା, ହେଲେ ଟିକଟ କ୍ୟାନସଲ ହେଉ ନ ଥିବାରୁ ଯାତ୍ରୀ ଅସନ୍ତୁଷ୍ଟ

ସରକାରୀ ପ୍ରଚାର ସତ୍ତ୍ୱେ ରେଳ ଟିକଟ କ୍ୟାନସଲେସନ୍ ଓ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନେକ ଯାତ୍ରୀ ହତାଶ ହୋଇଛନ୍ତି ।

ଟିକଟ କାଉଣ୍ଟରରେ ବୁକିଂ ଆରମ୍ଭ ହେଲା, ହେଲେ ଟିକଟ କ୍ୟାନସଲ ହେଉ ନ ଥିବାରୁ ଯାତ୍ରୀ ଅସନ୍ତୁଷ୍ଟ
ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଟିକଟ ବୁକିଂ କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ଯୋଗୁଁ ଜାରୀ ହୋଇଥିବା ନୀତି ନିୟମ ତଥା ସତର୍କତା ପାଳନ କରି ରେଳ ଷ୍ଟେସନର କାଉଣ୍ଟରରେ ଆରମ୍ଭ ହୋଇଥିବା ସଂରକ୍ଷିତ ଟିକଟ ବୁକିଂ ବ୍ୟବସ୍ଥାକୁ ନେଇ ପ୍ରଥମ ଦିନରେ ଯାତ୍ରୀମାନେ ବେଶ୍‌ ଉତ୍ସାହିତ ଥିଲେ । ହେଲେ ଟିକଟ କ୍ୟାନସଲ୍‌ ଓ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନେକ ଯାତ୍ରୀ ହତାଶ ହୋଇଛନ୍ତି ।

ପୂର୍ବ ଘୋଷଣା ଅନୁସାରେ ଶୁକ୍ରବାର ଠାରୁ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କାଉଣ୍ଟରରେ ସଂରକ୍ଷିତ ଟିକଟ ବୁକିଂ ପ୍ରକ୍ରିୟା । ଜୁନ ପହିଲାରେ ସାରା ଦେଶରେ ଅଧିକ ୧୦୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ନିଷ୍ପତ୍ତି ପରେ ଏଭଳି ବୁକିଂ କାଉଣ୍ଟର ଖୋଲିବା ପାଇଁ ହୋଇଥିଲା ନିଷ୍ପତ୍ତି । ଏହି ପରିପ୍ରେକ୍ଷୀରେ ୧୨ ଯୋଡ଼ା ଟ୍ରେନ ଚଳାଇବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ ଏଥି ପାଇଁ ଭୁବନେଶ୍ବର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଟିକଟ କାଉଣ୍ଟରେ ହୋଇଛି ବ୍ୟବସ୍ଥା । ଭୁବନେଶ୍ୱରରେ ସଂରକ୍ଷଣ ପାଇଁ ମୋଟ ତିନୋଟି କାଉଣ୍ଟରର ବ୍ୟବସ୍ଥା ହୋଇଛି, ଯାହାକୁ ନେଇ ରେଳ ଯାତ୍ରୀମାନେ ବେଶ ଉତ୍ସାହିତ  ।

‘‘ଲମ୍ବା ସମୟ ବ୍ୟବଧାନ ପରେ ସଂରକ୍ଷିତ ଟିକଟ ପାଇଁ ରେଳ ଟିକଟ କାଉଣ୍ଟର ଖୋଳୁଥିବାରୁ ମୋ’ ଭଳି ଅନେକ ଯାତ୍ରୀ ଖୁସି। ଏହା ଦ୍ବାରା ଆମକୁ ଟିକଟ କିଣିବା ଲାଗି ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ବାସୁଦେବ ନନ୍ଦ । ବିଶାଖାପାଟଣା ଯିବାକୁ ପ୍ରାୟ ଦୁଇ ମାସ ଧରି ଅପେକ୍ଷା କରିଥିବା ସନ୍ଦିପ ଚୌଧୁରୀ କହିଛନ୍ତି: ‘‘ଆମେ ହତାଶ ହେଉଥିଲୁ କେବେ ଖୋଲିବ ରେଳ ଟିକଟ କାଉଣ୍ଟର । ଆମ ଭଳି ମଜୁରିଆଙ୍କ ପାଖରେ ନେଟରେ ଟିକଟ କାଟିବା ସମ୍ଭବ ନୁହେଁ । ଦଲାଲଙ୍କ ଦ୍ୱାରା ଟିକଟ କିଣୁଥିଲୁ । ଏବେ ଖୁସି ଯେ ଆମେ ଲାଇନରେ ଛିଡ଼ା ହୋଇ ଟିକଟ କିଣି ପାରିବୁ ।’’

ବୁକିଂ କ୍ଲର୍କମାନେ ଆସି ଷ୍ଟେସନ୍‌ କାଉଣ୍ଟରରେ ଯୋଗ ଦେଇଛନ୍ତି ।


ହେଲେ ସରକାରୀ ପ୍ରଚାର ସତ୍ତ୍ୱେ ଟିକଟ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନେକ ଯାତ୍ରୀ ହତାଶ ହୋଇଥିବା ଦେଖିବାକୁ ମିଳିଥିଲା । ‘‘ରେଳ ବିଭାଗ ଲୁଚୁକାଳି ଖେଳ ଖେଳୁଛି । ବିଜ୍ଞପ୍ତିରେ କୁହାଯାଇଛି ଯେ କାଉଣ୍ଟରରେ ଉଭୟ ବୁକିଂ ଓ କ୍ୟାନସଲ କରିହେବ। ହେଲେ ଏଠିକି ଆସିଲା ବେଳକୁ କୁହାଯାଉଛି ଏବେ କ୍ୟାନସଲ କରିହେବ ନାହିଁ। ତେଣୁ ଆମେ ହତାଶ,’’ କହିଛନ୍ତି ଭୁବନେଶ୍ବର ବାସିନ୍ଦା ରତ୍ନ ନିଧୀ ଗରାବଡୁ ।

ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦେଶକ ଚିତ୍ତ ରଞ୍ଜନ ବେହେରା କହିଛନ୍ତି: ‘‘ଜୁନ ପହିଲାରୁ ପୂର୍ବତଟ ରେଳବାଇ ପକ୍ଷରୁ ମୋଟ ୧୨ ଯୋଡ଼ା ଟ୍ରେନ ବ୍ୟବସ୍ଥା ହୋଇଛି, ଯାହା  ଭିତରେ ଅଛି ୬ ଯୋଡ଼ା ଉତ୍ସ ଟ୍ରେନ, ୩ ଯୋଡ଼ା ଥରୋ ପ୍ୟାସେଜ ଟ୍ରେନ ଓ ଆଉ ୩ ଯୋଡ଼ା ଅନ୍ୟ ଡିଭିଜନରେ ଚାଲୁଥିବା ଟ୍ରେନ। କରୋନା ନିୟମ ଅନୁସାରେ ଦୁଇଟି ସିଫ୍ଟରେ ସକାଳ ୮ରୁ ଦିଅପରାହ୍ଣ ୩ଟା  ଓ ଦିନ ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିଛି ଆମ କାଉଣ୍ଟର । କରୋନା  ନିୟମ ମାନି କାଉଣ୍ଟର ବୁକିଂ ଲାଗି ସବୁ ବ୍ୟବସ୍ଥା ହୋଇଛି । ତେବେ କାଉଣ୍ଟରରେ ଟିକଟ କ୍ୟାନସଲକୁ ସାମୟିକ ଭାବେ ବନ୍ଦ ରଖାଯାଇଛି ।’’

ଲକଡାଉନ କାରଣରୁ ସାରା ଦେଶରେ ଲମ୍ବା ସମୟ ଧରି ବନ୍ଦ ରହିଥିଲା ଟ୍ରେନ ସେବା । ଏବେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଖୁବ୍‌ ଶୀଘ୍ର ପୂର୍ବ ଅବସ୍ଥା ଫେରିବା ନେଇ ସମ୍ଭାବନା ଦେଖାଦେଇଛି  ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 3:45 PM IST
corona virus btn
corona virus btn
Loading