୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ

ମାତ୍ର ୧୧ ଦିନ ମଧ୍ୟରେ ବାପ ପୁଅଙ୍କୁ ମିଶାଇ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ନେଇଛି କିଲର୍‌ କରୋନା ଭାଇରସ୍‌ । ସାନ ପୁଅ କ୍ରିକେଟର୍‌ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁରେ ସଚିନ ତେନ୍ଦୁଲକର ଦୁଃଖ ପ୍ରକାଶ କରିଥିଲେ ।

(ବାମରୁ ଡାହାଣ) ଯଶୋବନ୍ତ ମହାପାତ୍ର, ରଘୁନାଥ ମହାପାତ୍ର ଓ ପ୍ରଶାନ୍ତ ମହାପାତ୍ର

(ବାମରୁ ଡାହାଣ) ଯଶୋବନ୍ତ ମହାପାତ୍ର, ରଘୁନାଥ ମହାପାତ୍ର ଓ ପ୍ରଶାନ୍ତ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣରେ ମାତ୍ର ୧୧ ଦିନ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ଯୁ ହୋଇଛି । ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ପରେ ତାଙ୍କର ଦୁଇ ପୁଅଙ୍କୁ ବି ଏ ଦୁନିଆରୁ ନେଇଯାଇଛି ମହାମାରୀ କରୋନା ଭାଇରସ୍‌ ।

ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତ ମହାପାତ୍ରଙ୍କର ଭୁବନେଶ୍ୱରର ସମ୍‌ ହସପିଟାଲରେ ମେ ୨୦ ତାରିଖରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଏହାର ଦିନକ ପୂର୍ବରୁ ତାଙ୍କ ସାନ ଭାଇ ତଥା ଓଡ଼ିଶାର ସ୍ୱନାମଧନ୍ୟ କ୍ରିକେଟ୍‌ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କର (cricketer Prashant Mohapatra) କରୋନା ସଂକ୍ରମଣରେ ଦେହାନ୍ତ ହୋଇଥିଲା । ପ୍ରଶାନ୍ତଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା । ସେମାନଙ୍କ ପିତା ରଘୁନାଥ ମହାପାତ୍ରଙ୍କର (Raghunath Mohapatra) କରୋନା ସଂକ୍ରମଣ ଚିକିତ୍ସା ସମୟରେ ଭୁବନେଶ୍ୱର ଏମ୍ସରେ ମେ ୯ ତାରିଖ ଦିନ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ୭୮ ବର୍ଷ ହୋଇଥିଲା ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେ

ସୂଚନା ଅନୁସାରେ ଯଶୋବନ୍ତ କରୋନା ସଂକ୍ରମିତ ହେବା ପରେ ଗତ କିଛି ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମେ ୧୯ ତାରିଖରେ ଭୁବନେଶ୍ୱର ଏମ୍ସରୁ (AIIMS Bhubaneswar) ରୁ ସମ୍‌ କୋଭିଡ ହସ୍ପିଟାଲକୁ (SUM Covid Hospital) ସ୍ଥାନାନ୍ତର କରାଯାଇଥିଲା ।

କ୍ରିକେଟ୍ ଖେଳାଳି ପ୍ରଶାନ୍ତ ମହାପାତ୍ର (ଫଟୋ: ଟ୍ୱିଟର୍‌)


ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଜଣେ ପରେ ଜଣେ ହୋଇ ବାପ ପୁଅ ତିନି ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ମହାପାତ୍ରଙ୍କ ପରିବାର, ସମ୍ପର୍କୀୟ ଓ ସେମାନଙ୍କୁ ଜାଣିଥିବା ଲୋକଙ୍କ ସମେତ ସାରା ଓଡ଼ିଶାର ଲୋକଙ୍କ ମନରେ ଗଭୀର ଦୁଃଖ ଆଣିଦେଇଛି । ପ୍ରଶାନ୍ତ ମହାପାତ୍ର ଓଡ଼ିଶାର ଜଣେ ଜଣାଶୁଣା କ୍ରିକେଟ୍‌ ଖେଳାଳି ଥିଲେ ଓ ଭୁବନେଶ୍ୱରରେ ଏଜି ଅଫିସରେ ଜଣେ ସିନିଅର୍‌ ଅଡ଼ିଟର୍‌ ରୂପେ କାର୍ଯ୍ୟ କରୁଥିଲେ ।

ରାଜ୍ୟ ସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ନବେ ଦଶକରେ ମହାନ କ୍ରିକେଟର୍‌ ରାହୁଲ ଡ୍ରାଭିଡ୍‌ ଓ ଅନିଲ୍‌ କୁମ୍ବଲେଙ୍କ ସହ ଭାରତର ଅଣ୍ଡର୍‌-୧୯ ଟିମରେ ଖେଳଥିଲେ ପ୍ରଶାନ୍ତ ମହାପାତ୍ର । ସେହି ସମୟରେ ସେ ଓଡ଼ିଶା ରଣଜୀ ଦଳରେ ଖେଳୁଥିଲେ ଓ ଓଡ଼ିଶା କ୍ରିକେଟ୍ ଦଳର ଅଧିନାୟକ ଥିଲେ । ମୁନ୍ନା ନାଁରେ ପରିଚିତ ପ୍ରଶାନ୍ତ ଓପନିଂରେ ଆକ୍ରାମକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ । ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ଏକ ମାତ୍ର ଓଡ଼ିଆ ଛାତ୍ର ଥିଲେ ପ୍ରଶାନ୍ତ । ଶିବାଜୀ ପାର୍କରେ ନେଟ୍‌ ପ୍ରାକ୍ଟିସ୍‌ ବେଳେ ପ୍ରଶାନ୍ତଙ୍କ ଖେଳ ଦେଖି ରମାକାନ୍ତ ଆଚରେକର୍‌ ତାଙ୍କୁ ନିଜ କ୍ରିକେଟ୍‌ ଅକାଡେମୀରେ ସାମିଲ୍‌ କରିଥିଲେ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

୧୯୯୦ରେ ପ୍ରଶାନ୍ତ ବିହାର ବିପକ୍ଷରେ ନିଜ ଡେବ୍ୟୁ କରିଥିଲେ ଓ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୨,୧୯୬ ରନ୍ ସ୍କୋର୍‌ କରିଥିଲେ । ସେ ଦୁଲିପ୍ ଟ୍ରଫି ଓ ଦେଓଧର ଟ୍ରଫି ମଧ୍ୟ ଖେଳିଥିଲେ । ଜଣେ ମ୍ୟାଚ୍ ରେଫରି ଭାବରେ ସେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ବିସିସିଆଇ ଦ୍ୱାରା ଆୟୋଜିତ ମ୍ୟାଚ୍ ତଦାରଖ କରିଥିଲେ । ପ୍ରଶାନ୍ତ ଜଣେ ବିସିସିଆଇ ଅନୁମୋଦିତ ଦ୍ବିତୀୟ ଶ୍ରେଣୀ କୋଚ୍ ବି ଥିଲେ ।



ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ଖବର ପାଇ ସଚିନ ତେନ୍ଦୁଲକର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ‘‘ସେ ମୋ’ର ଘନିଷ୍ଠ ବନ୍ଧୁ ନ ଥିଲେ, ମାତ୍ର ମୁଁ ତାଙ୍କୁ ଜାଣିଥିଲି । ସେ ହସ ହସ ମୁହଁ ଥିବା ପରିଚିତ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ । ଆମେ ଯେବେ ବି କଟକ ବା ଭୁବନେଶ୍ୱର ଯାଇଛୁ ସେ ସବୁ ବେଳେ ତାଙ୍କ ଘରେ ବନାଯାଇଥିବା ଖାଦ୍ୟ ଆମ ପାଇଁ ନେଇ ଆସୁଥିଲେ । ଆମେ ପରସ୍ପରର ପରିବାର ବିଷୟରେ ପଚାରି ବୁଝୁଥିଲୁ,’’ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ କହିଛନ୍ତି ସଚିନ ତେନ୍ଦୁଲକର ।
First published: