‘ନକଲି କୋଭିଡ ଔଷଧ’ ଜବତ ହେବା ପରେ ପ୍ରଶ୍ନ ଘେରକୁ ଆସିଲା ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର୍ କାର୍ଯ୍ୟାଳୟ

କଟକରେ ‘ନକଲି କୋଭିଡ ଔଷଧ’ ଜବତ ହୋଇଛି ବୋଲି ଦାବି କରିବା ପରେ ଡ୍ରଗ୍ କଣ୍ଟ୍ରୋଲରଙ୍କ ନିରବତା ସନ୍ଦେହ ବଢ଼ାଇଛି । ଚଢ଼ାଉରେ କ୍ରାଇମ୍ ବ୍ରାଞ୍ଚ ଏଡିଜିଙ୍କ ଟିମକୁ ସାମିଲ କରାଯାଇ ନ ଥିଲା ଓ କମିଶନରେଟ୍ ପୋଲିସକୁ ବି ଅନ୍ଧାରରେ ରଖାଯାଇଥିଲା ।

ଜବତ ହୋଇଥିବା ‘ନକଲି କୋଭିଡ୍ ଔଷଧ’ ଓ ଶିବ ଜେନା

ଜବତ ହୋଇଥିବା ‘ନକଲି କୋଭିଡ୍ ଔଷଧ’ ଓ ଶିବ ଜେନା

  • Share this:
News18 Odia Digital

କଟକ: ୭୦ ଲକ୍ଷ ଟଙ୍କାର ନକଲି କୋଭିଡ୍‌ ଔଷଧ ଜବତ ହେବା ଘଟଣାର ଖୋଳତାଡ଼ ଆରମ୍ଭ କରିଛି ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ । ରାଜ୍ୟର ବିଭିନ୍ନ ଷ୍ଟକିଷ୍ଟ୍‌ ଓ ଔଷଧ ଦୋକାନକୁ ଯାଇ ସେଠାରୁ କଟକରୁ ଚାଲାଣ ହୋଇଥିବା ଏହି ନକଲି ଔଷଧଗୁଡ଼ିକୁ ଜବତ କରିଛି ଏକ ଫ୍ଳାଇଂ ସ୍କ୍ୟାର୍ଡ । ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଜବତ ପ୍ରକ୍ରିୟା ଚାଲିଥିବା ବେଳେ ଜବତ ହୋଇଥିବା ଔଷଧର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି ।

ଏହାରି ଭିତରେ ମୁହଁ ଖୋଲିଛନ୍ତି ଏହି ନକଲି ଔଷଧ ଚାଲାଣ ଅଭିଯୋଗର ସାମନା କରୁଥିବା କଟକ କନିକା ଛକ ସ୍ଥିତ ଔଷଧ ହୋଲସେଲର୍ ସଂସ୍ଥା ‘ମେଡିଲିଓଡ୍ ମେଡିକାମେଣ୍ଟ୍‌’ର ମାଲିକ ଶିବ ଜେନା । ତାଙ୍କ ସଂସ୍ଥା ଉପରେ ଚଢ଼ାଉ ହେବା ପରେ ସଫେଇ ଦେଇ ସେ କହିଛନ୍ତି ଯେ ଏହି ସବୁ ଔଷଧ ନକଲି ବୋଲି ସେ ଜାଣି ନ ଥିଲେ । ଏହା ବ୍ୟତୀତ ସେ ସବୁ ଔଷଧକୁ ବିଲ୍‌ ସହ କିଣିଛନ୍ତି ଓ ବିଲ୍‌ ସହ ବିକ୍ରି କରିଛନ୍ତି ବୋଲି ବି କହିଛନ୍ତି । ଫାବିଫିରାଭିର୍‌ ଔଷଧର ଗୋଟିଏ ବି ବଟିକା ଓଡ଼ିଶା ବଜାରରେ ବିକ୍ରି ପାଇଁ ସେ ପଠାଇ ନ ଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍

‘‘ଯାହା ବି ଫାବିଫିରାବିର୍‌ ଔଷଧ ମୁଁ ବିକିଛି ସେ ସବୁ ଯାଇଛି ଗ୍ବାଲିୟର୍‌ । ସେ ସବୁକୁ ବି ମୁଁ ବିଲଂ ସହ ବିକ୍ରି କରିଛି । ମୁଁ ଗାଜିଆବାଦରୁ ମାଲ୍ କିଣିଛି, ଗାଜିଆବାଦର ଫାର୍ମର ଜି.ଏସ୍‌.ଟି. ନମ୍ବର ଅଛି, ଆକାଉଣ୍ଟରେ ପେମଣ୍ଟ୍‌ କରିଛି । ହିମାଚଳ ପ୍ରଦେଶର ଫ୍ୟକ୍ଟ୍ରି ସହିତ ମୋ’ର କିଛି ଲିଙ୍କ୍‌ ନାହିଁ । ସେଗୁଡ଼ିକ ନକଲି ଔଷଧ ବୋଲି ମୁଁ ଜାଣି ନାହିଁ । ଗାଜିଆବାଦ ଫାର୍ମର ଡ୍ରଗ୍ ଲାଇସେନ୍ସ୍, ଫାର୍ମ ମାଲିକଙ୍କ ଫଟୋ, ତା’ର ଜି.ଏମ୍‌.ପି. ସାର୍ଟିଫିକେଟ୍, ଫାବିଫିରାବିର୍‌ ବିକ୍ରି କରିବା ପାଇଁ ସେ ପାଇଥିବା ଅନୁମତି ପତ୍ର ଭଳି ସବୁ କାଗଜପତ୍ର ମୁଁ ଡ୍ରଗ୍‌ ଇନ୍ସପେକ୍ଟରଙ୍କୁ ଦେଇଛି । ଏହି ସବୁ କାଗଜପତ୍ରକୁ ଭେରିଫାଏ କରିବା ପାଇଁ ଓଡ଼ିଶାରେ କୌଣସି ଫୋରମ୍ ନାହିଁ । ତେଣୁ ମୋ’ର ଦୋଷ କଣ?’’ ପଚାରିଛନ୍ତି ଶିବ ଜେନା ।

ହୋଲସେଲର୍ ସଂସ୍ଥା ‘ମେଡିଲିଓଡ୍ ମେଡିକାମେଣ୍ଟ୍’ର ଡିପୋ


ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ମୁକେଶ ଅମ୍ବାନୀ

ଯଦି ତାଙ୍କ କଥା ସତ ହୋଇଥାଏ, ତେବେ ସମଗ୍ର ଦେଶରେ ଔଷଧ ପ୍ରସ୍ତୁତି ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଥିବା ପୂରା ବ୍ୟବସ୍ଥା ଯେ ଏକ ବିପର୍ଯ୍ୟସ୍ତ ସ୍ଥିତିରେ ଅଛି ତାହା ପ୍ରମାଣିତ ହେଉଛି । ଏହା ଔଷଧ କାରବାର ଉପରେ ନଜର ରଖିଥିବା ଡ୍ରଗ୍ କଣ୍ଟ୍ରୋଲର କାର୍ଯ୍ୟାଳୟର ଅପରାଗତା ଓ ଅବହେଳାକୁ ମଧ୍ୟ ପଦାରେ ପକାଉଛି । କାରଣ ପ୍ରତିଟି ଔଷଧର ହୋଲସେଲ୍‌ କରୁଥିବା ବ୍ୟବସାୟୀଙ୍କୁ ସେହି କମ୍ପାନୀ ନିଜ ଔଷଧ ବବାଦରେ ଏକ ‘ଆନାଲିଟିକାଲ୍ ସାର୍ଟିଫିକେଟ୍’ ଦେଇଥାଏ । କିନ୍ତୁ ଏହି ନକଲି କୋଭିଡ ଔଷଧ ପ୍ରସ୍ତୁତ କରୁଥିବା ଓ କେବଳ କାଗଜ ପତ୍ରରେ ହିମାଚଳ ପ୍ରଦେଶର ସୋଲନରେ ଥିବା  ‘ମାକ୍ସ ରିଲିଫ୍ ହେଲଥ୍ କେୟାର୍’ କମ୍ପାନୀର ଓ ଗାଜିଆବାଦରେ ଥିବା ବିତରଣ ସଂସ୍ଥାର କାଗଜପତ୍ର ଯାଞ୍ଚ ହୋଇ ନ ଥିବା ପ୍ରତୀତ ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି

ଏଠାରେ ପ୍ରଶ୍ନ ଉଠୁଛି: ବିନା ‘ଆନାଲିଟିକାଲ୍ ସାର୍ଟିଫିକେଟ୍’ରେ ଗାଜିଆବାଦର ସି.ଆଣ୍ଡ.ଏଫ୍‌. (ବିତରଣ ସଂସ୍ଥା) କିପରି ଏହି ନକଲି ଔଷଧଗୁଡ଼ିକୁ ବିକ୍ରି କରୁଥିଲା? ଉତ୍ତର ପ୍ରଦେଶର ଡ୍ରଗ୍ କଣ୍ଟ୍ରୋଲର୍‌ ତାକୁ ବ୍ୟବସାୟ ପାଇଁ କେମିତି ଅନୁମତି ଦେଇଥିଲେ? ଏହା ବ୍ୟତୀତ ଓଡ଼ିଶାର ଡ୍ରଗ୍ କଣ୍ଟ୍ରେଲରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଯଦି ଏହି ନକଲି କୋଭିଡ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ‘ମାକ୍ସ ରିଲିଫ୍ ହେଲଥ୍ କେୟାର୍’ ଏକ ପଞ୍ଜୀକୃତ କମ୍ପାନୀ ତାହେଲେ ବିନା ‘ଆନାଲିଟିକାଲ୍ ସାର୍ଟିଫିକେଟ୍’ରେ ସେହି କମ୍ପାନୀକୁ ଓଡ଼ିଶା ବଜାରରେ ବ୍ୟବସାୟ ପାଇଁ ଅନୁମତି ମିଳିଥିଲା କେମିତି?



କଟକ କନିକା ଛକରେ ଥିବା ଶିବ ଜେନାଙ୍କ ହୋଲସେଲିଂ ସଂସ୍ଥାର ଡିପୋ ଉପରେ ଚଢ଼ାଉ କରି ନକଲି କୋଭିଡ ଔଷଧ ଜବତ ହୋଇଛି ବୋଲି ଦାବି କରିବା ପରେ ଡ୍ରଗ୍‌ କଣ୍ଟ୍ରୋଲର କାର୍ଯ୍ୟାଳୟର ନିରବତା ଏବେ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଡ୍ରଗ୍‌ କଣ୍ଟ୍ରୋଲର୍‌ କାର୍ଯ୍ୟାଳୟ କୋଭିଡ୍‌ ଔଷଧ କଳାବଜାରୀ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢ଼ାଉରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମକୁ ସାମିଲ ନ କରିବା ଓ ଏପରିକି କମିଶନରେଟ ପୋଲିସକୁ ବି ଅନ୍ଧାରରେ ରଖିବା ଘଟଣା ମଧ୍ୟ ଏହି କାର୍ଯ୍ୟାଳୟର ପାରଦର୍ଶିତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।
Published by:Anand S.T. Das
First published: