ସଙ୍ଗରୋଧ କେନ୍ଦ୍ର ପରିଚାଳନା ଓ ପଞ୍ଚାୟତ ନିର୍ବାଚନ: ନିରଞ୍ଜନଙ୍କ ଟାର୍ଗେଟରେ ଉଭୟ BJD ଓ BJP

ରାଜ୍ୟରେ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସଙ୍ଗରୋଧ କେନ୍ଦ୍ରକୁ କେନ୍ଦ୍ର କରି ରାଜନୈତିକ ଗୋଟି ଚାଳନା ଆରମ୍ଭ ହୋଇଛି ।

ସଙ୍ଗରୋଧ କେନ୍ଦ୍ର ପରିଚାଳନା ଓ ପଞ୍ଚାୟତ ନିର୍ବାଚନ: ନିରଞ୍ଜନଙ୍କ ଟାର୍ଗେଟରେ ଉଭୟ BJD ଓ BJP
ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରଖାଯାଉଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ି ଉପରେ ପ୍ରମୁଖ ରାଜନୈତିକ ଦଳଙ୍କର ରହିଛି ନଜର । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି ବିଜେପି ଓ ବିଜେଡିକୁ । ବିଜେପି କହିଛି ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବୁ, ଆଉ ବିଜେଡି କହିଛି କାଁ ଭାଁ ଅବ୍ୟବସ୍ଥାକୁ ଛାଡ଼ି ସବୁ ସଙ୍ଗରୋଧ କେନ୍ଦ୍ର ସୁରୁଖୁରୁରେ ଚାଲିଛି ।

୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସଙ୍ଗରୋଧ କେନ୍ଦ୍ରକୁ କେନ୍ଦ୍ର କରି ରାଜନୈତିକ ଗୋଟି ଚାଳନା ଆରମ୍ଭ ହୋଇଛି । କଂଗ୍ରେସର ‘ସ୍ପିକ ଇଣ୍ଡିଆ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ବେଳେ ଏହାକୁ ନେଇ ବିଜେଡି ଓ ବିଜେପିକୁ ଜବରଦସ୍ତ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ ।

‘‘ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର, ପ୍ରତିଶୃତି ଓ ପ୍ରତାରଣାର ସରକାର ଭାବେ ତିଷ୍ଠି ରହିଛନ୍ତି । ନିର୍ବାଚନ ସ୍ୱପ୍ନ ନ ଦେଖି, ଓଡ଼ିଶାର ଜନସାଧାରଣଙ୍କ ସମସ୍ୟା ଦୂର କରନ୍ତୁ। ବର୍ତ୍ତମାନ କରୋନା ଯୁଦ୍ଧ ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଓ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାହାର ଦୁଃଖ ଦୂର କରିବାର ଚିନ୍ତା ନାହିଁ, ଏମାନଙ୍କୁ ନିର୍ବାଚନ ଚିନ୍ତା ଘାରିଲାଣି । ସରକାର କହୁଛନ୍ତି ସାତ ଲକ୍ଷ ବେଡ଼ କରିଛନ୍ତି, ତିନି ଲକ୍ଷ ଲୋକ ଆସିଛନ୍ତି । ସେଥିରୁ ଏକ ଲକ୍ଷ କେଉଁଆଡେ ଚାଲି ଗଲେଣି। କ୍ୱାରେଣ୍ଟାଇନ ସେଣ୍ଟରର ଅବସ୍ଥା କହିଲେ ନ ସରେ। ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନ ପୂର୍ବରୁ ଭୂମିକା କଣ ଥିଲା, ନିର୍ବାଚନ ପରେ ଭୂମିକା ଭିନ୍ନ ହେଲା। କହୁଛନ୍ତି କାନ୍ଧରେ କାନ୍ଧ ମିଶାଇ କାମ କରିବା, ହେଲେ ବର୍ତ୍ତମାନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି,’’ କହିଛନ୍ତି ପଟ୍ଟନାୟକ ।

ସେ କେତେକ ଦାବି ବି କରିଛନ୍ତି । ସେଥିରେ ମୁଖ୍ୟ ଦାବିଗୁଡ଼ିକ ହେଉଛି: ତୁରନ୍ତ ଗରିବ ପରିବାରକୁ ୧୦,୦୦୦ ଟଙ୍କା ଏବଂ ଛଅ ମାସ ପାଇଁ ମାସକୁ ୭,୫୦୦ ଟଙ୍କା ଦିଆଯାଉ; ଛୋଟ ବ୍ୟବସାୟକୁ ଋଣ ନୁହେଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ; ବିନା ଖର୍ଚ୍ଚରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯାଉ; MNREGA ଅଧୀନରେ କାର୍ଯ୍ୟ ଦିନକୁ ବର୍ଷକୁ ୨୦୦ ଦିନକୁ ବୃଦ୍ଧି କରାଯାଉ; ଖରିଫ ଋତୁ ଚାଷ ପାଇଁ ସରକାର କୃଷକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରନ୍ତୁ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ


ପିସିସି ସଭାପତି ଙ୍କ ଅଭିଯୋଗ ଉପରେ ପ୍ରତୀକ୍ରିୟା ରଖିଛନ୍ତି ବିଜେଡି ଓ ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତ: ‘‘ଏବେ ସହଯୋଗ ଓ  ଅନୁରୋଧର ସମୟ। କିନ୍ତୁ ଠିକ ଢଙ୍ଗରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ପରିଚାଳନା ନ କଲେ ବିଜେପି ବିରୋଧ କରିବ । କେନ୍ଦ୍ରରୁ ଆସୁଥିବା  ଅର୍ଥକୁ ନେଇ ଭ୍ରଷ୍ଟାଚାରକୁ ପ୍ରଶୟ ଦେଲେ ଆମେ ବିରୋଧ କରିବୁ । ଅନିୟମିତତାକୁ ଧରିବାକୁ ସବୁ ପଞ୍ଚାୟତରେ RTI ପ୍ରମୁଖ ନିଯୁକ୍ତ କରିବୁ। ପ୍ରଧାନ ମନ୍ତ୍ରୀ ଆବାସ, ରାସନ କାର୍ଡ଼ ଓ MGNREGA କାମରେ ଆସୁଥିବା ଅର୍ଥରେ ଚଞ୍ଚକତା କଲେ  ସ୍ୱର ଉତ୍ତୋଳନ କରିବୁ । ସରକାର କଡ଼ା ବିରୋଧର ସମ୍ମୁଖୀନ ହେବେ। କେନ୍ଦ୍ର ପଠାଉଥିବା ଅର୍ଥର କଡ଼ାଗଣ୍ଡା ହିସାବ ନେବୁ।’’

ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର


ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର କହିଛନ୍ତି: ‘‘ଏ ଭଳି ଅଭିଯୋଗ ଠିକ ନୁହେଁ। କାଁ ଭାଁ କିଛି ଜାଗାରେ ଅସୁବିଧା ହେଉଛି । ତାହା ସ୍ୱାଭାବିକ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସବୁ ସ୍ତରର ଜଣ ପ୍ରତିନିଧି ଦିନ ରାତି କାମରେ ଲାଗିଛନ୍ତି । ଏଭଳି କହିବା ଠିକ ନୁହେଁ ।’’

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 10:37 PM IST
corona virus btn
corona virus btn
Loading