ଦେଶର ସବୁ ଠୁ ବଡ଼ ଟେଲିକମ୍ କମ୍ପାନୀ Reliance Jioର Q1 ଲାଭ ବଢ଼ି ୨,୫୨୦ କୋଟି ଟଙ୍କା ହେଲା
Reliance Jio Q1 Result: ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨,୫୨୦ କୋଟି ଟଙ୍କାର ଲାଭ ପ୍ରାପ୍ତ କରିଛି । ମାର୍ଚ୍ଚ କ୍ୱାର୍ଟରରେ ଜିଓର ଲାଭ ଥିଲା ୨,୩୩୨ କୋଟି ଟଙ୍କା ।

ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ।
- News18 Odia
- Last Updated: July 30, 2020, 11:31 PM IST
ନୂଆ ଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ (Reliance Jio) ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨,୫୨୦ କୋଟି ଟଙ୍କାର ଲାଭ ପ୍ରାପ୍ତ କରିଛି । ମାର୍ଚ୍ଚ ତ୍ରୈମାସିକ (କ୍ୱାର୍ଟର୍)ରେ ଜିଓର (Jio) ଲାଭ ଥିଲା ୨,୩୩୨ କୋଟି ଟଙ୍କା ।
ବର୍ଷର ପ୍ରଥମ ତ୍ରୈମାସିକରେ ଜିଓର ଆୟ ଥିଲା ୧୬,୫୫୭ କୋଟି ଟଙ୍କା । ଲକଡାଉନ୍ ସମୟରେ ୱାର୍କ ଫ୍ରମ୍ ହୋମ୍ କାରଣରୁ ଜିଓର ଡାଟା ବ୍ୟବହାରରେ ବୃଦ୍ଧି ଦେଖାଯାଇଥିଲା । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଲାଗିଥିବା ପ୍ରତିବନ୍ଧକ ସତ୍ତ୍ୱେ ଜିଓର ଗ୍ରାହକ ଆଧାରରେ ବି ବୃଦ୍ଧି ଘଟିଛି ।
ପ୍ରଥମ ତିନି ମାସରେ ରିଲାଏନ୍ସ ଜିଓର ପ୍ରତି ଉପଭୋକ୍ତା ହାରାହାରି ରାଜସ୍ୱ (ARPU-Average Revenue Per Users) ୭.୪ ପ୍ରତିଶତ ବୃଦ୍ଧି ପାଇ ୧୪୦.୩ ଟଙ୍କା ହୋଇଛି । ତା’ ପୂର୍ବ ତିନି ମାସରେ ARPU ଥିଲା ୧୩୦.୬ ଟଙ୍କା ।

ପ୍ରଥମ ତିନି ମାସରେ ରିଲାଏନ୍ସ ଜିଓର ARPU ୭.୪ ପ୍ରତିଶତ ବୃଦ୍ଧି ପାଇ ୧୪୦.୩ ଟଙ୍କା ହୋଇଛି ।
ଘରୁ କାର୍ଯ୍ୟ କରିବାର (WHF) ପ୍ରଚଳନ ବଢ଼ିଥିବା ଯଓଗୁଁ ଜିଓର ଡାଟା ବ୍ୟବହାର ବେଶ୍ ବୃଦ୍ଧି ପାଇଛି । ଲକଡାଉନ୍ ପ୍ରତିବନ୍ଧକ ସତ୍ତ୍ୱେ ଉଭୟ ଭଏସ୍ ଓ ଡାଟା ଟ୍ରାଫିକ୍ ବୃଦ୍ଧି ସହିତ ଗ୍ରାହକଙ୍କ ସଂଖ୍ୟା ବି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏକ ତ୍ରୈମାସିକ ଭିତ୍ତିରେ ରିଲାଏନ୍ସ ଜିଓର ଗ୍ରାହକଙ୍କ ସଂଖ୍ୟା ଚତୁର୍ଥ ତ୍ରୈମାସରେ ୩୮.୮ କୋଟିରୁ ୩୯.୮୩ କୋଟିକୁ ବୃଦ୍ଧି ପାଇଛି । Q୧ ରେ ୧.୫୧ କୋଟିର ୱାୟରଲେସ୍ ଗ୍ରସ୍ ଆଡିସନ୍ ଥିଲା । ପ୍ରଥମ ତ୍ରୈମାସରେ ପ୍ରତି ଉପଭୋକ୍ତା ଡାଟା ବ୍ୟବହାର ୧୨.୧ GB ଥିଲା ।
#BreakingNews। REL JIO Q1
-मुनाफा Rs 2,520 Cr
-आय Rs 16,557 Cr
-Average Revenue Per User Rs 140.3 pic.twitter.com/my6jfZmdYx
— CNBC-AWAAZ (@CNBC_Awaaz) July 30, 2020
ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ
ଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ଆର୍.ଆଇ.ଏଲ୍. (RIL)ର ଡିଜିଟାଲ୍ ୟୁନିଟ୍ ଜିଓ ପ୍ଲାଟଫର୍ମ (Jio Platforms) ପ୍ରଥମ ତ୍ରୈମାସରେ ଫେସବୁକ୍ ଠାରୁ ଆରମ୍ଭ କରି ବିଶ୍ୱର କେତେକ ବଡ଼ ଟେକ୍ନୋଲୋଜି ନିବେଶକଙ୍କ ଠାରୁ ୧,୫୨,୦୫୬ କୋଟି ଟଙ୍କା ସଂଗ୍ରହ କରିଛି । ବିଶ୍ୱରେ ଲକଡାଉନ୍ ସମୟରେ ଆଗକୁ ବଢ଼ୁଥିବା କେତେକ କମ୍ପାନୀ ମଧ୍ୟରୁ RIL ଗୋଟିଏ । RIL ବର୍ତ୍ତମାନ ଦୁନିଆର ୫୦ଟି ମୂଲ୍ୟବାନ କମ୍ପାନୀ ମଧ୍ୟରୁ ଗୋଟିଏ । ଏହାର ମାର୍କେଟ୍ କ୍ୟାପ୍ ଏବେ ୧୩.୯୨ ଲକ୍ଷ କୋଟି ଟଙ୍କା ।
(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)