‘‘ଜୀବନରେ ଏତେ ଦୁଃଖ ଯିଏ ଦେଖିଛି ଏ କରୋନା ତାକୁ କ’ଣ ଡରାଇବ?’’: ପୁରୀର ବ୍ୟବସାୟୀ ବବି ସାହୁ

ବବି ଦୋକାନ ଚଳାଇବା ଆରମ୍ଭ କରିବା ବେଳେ ଦୋକାନରୁ ଦୈନିକ ଲାଭ ହେଉଥିଲା ମାତ୍ର ୨୦୦ରୁ ୪୦୦ ଟଙ୍କା। ସେଥିରେ ଛଅ ପ୍ରାଣୀଙ୍କ ଘର ଚଳାଇବା କାଠିକର ପାଠ ହେଉଥିଲା । ଆଜି ଦିନ ଟିକେ ସୁଧୁରିଥିଲେ ବି କରୋନା ପୁଣି ଦାଉ ସାଜିଛି ।

‘‘ଜୀବନରେ ଏତେ ଦୁଃଖ ଯିଏ ଦେଖିଛି ଏ କରୋନା ତାକୁ କ’ଣ ଡରାଇବ?’’: ପୁରୀର ବ୍ୟବସାୟୀ ବବି ସାହୁ
ନିଜ ଜଳଖିଆ ଦୋକାନରେ ବବି ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏଗାର ବର୍ଷ ତଳେ ରୋଗାକ୍ରାନ୍ତ ହୋଇ ବାପାଙ୍କ ମୃତ୍ୟୁ ହେବା ବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବବି ସାହୁଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା । ତିନି ଭଉଣୀ, ଗୋଟିଏ ଭାଇ ଓ ମାଆଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଥିଲା । ହେଲେ ଅକ୍ଲାନ୍ତ ପରିଶ୍ରମ ହିଁ ବବିଙ୍କୁ ବଞ୍ଚିବାର ବାଟ ଦେଖାଇଥିଲା । ଆଜି ୨୬ ବର୍ଷୀୟା ବବି ଖାଲି ନିଜ ଗୋଡ଼ରେ ଛିଡ଼ା ହୋଇ ନାହାନ୍ତି, ବରଂ ଅନ୍ୟମାନଙ୍କ ପାଇଁ ସାହସର ସ୍ରୋତ ପାଲଟିଛନ୍ତି ।

ସଦର ଥାନା ଅଞ୍ଚଳର ଜଗନ୍ନାଥ ବଲ୍ଲଭ ଗ୍ରାମର ବବି ସାହୁଙ୍କ ବାପା ଶରତ ସାହୁ ଗାଁ ଛକରେ କରିଥିବା ଜଳଖିଆ ଦୋକାନର ସ୍ୱଳ୍ପ ଆୟରୁ ସାତ ପ୍ରାଣୀର କୁଟୁମ୍ବ ଚଳାଉଥିଲେ । ଦୀର୍ଘ ଦିନ ଧରି ରୋଗରେ ପଡ଼ିବା ପରେ ଅନେକ ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ସେ ୨୦୧୦ ମସିହାରେ ମୃତ୍ୟୁ ବରଣ କରିଥିଲେ । ହଠାତ୍‌ ପରିବାରକୁ ମାଡ଼ି ଆସିଥିବା ଦୁଃଖକୁ ସାମନା କରିଥିଲେ ବବି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

‘‘ସେତେବେଳକୁ ଆମର ସବୁ ଜମି ବିକ୍ରି ହୋଇ ସାରିଥିଲା । ମୁଁ, ମୋ’ ଭାଇ ଓ ମୋ’ ତିନି ଭଉଣୀଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା । ପାଞ୍ଚ ପିଲାଙ୍କୁ ନେଇ କେମିତି ସଂସାର ଚଳେଇବେ ବୋଲି ମା' ମାହାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ହେଲେ ମୁଁ ସାହସ ଧରି ବାପାଙ୍କ ଜଳଖିଆ ଦୋକାନ ପୁଣି ଥରେ ଆରମ୍ଭ କରିଥିଲି । ସେ ଦିନର କଷ୍ଟ କେବେ କାହାକୁ ନ ଆସୁ,’’ ନିଜ ଜଳଖିଆ ଦୋକାନରେ ଗ୍ରାହକମାନଙ୍କ ହାତକୁ ପିଆଜି ଓ ପକୁଡ଼ି ବଢ଼େଇ ଦେଉଁ ଦେଉଁ କହିଛନ୍ତି ବବି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…

କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ବବିଙ୍କ ଦୋକାନ ଆଜିକାଲି ଫାଙ୍କା ରହୁଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

ଜଳଖିଆ ଦୋକାନରେ ଚା’, ପିଆଜି, ପକୁଡ଼ି ଓ ବରା ଠାରୁ ଆରମ୍ଭ କରି ଜିଲାପି ଓ ରସଗୋଲା ସବୁ ତିଆରି କରନ୍ତି ବବି । ଏଥିରେ ମା’ ମାହାରି ବି ସାହାଯ୍ୟ କରନ୍ତି । ସାନ ଭାଇ ଗୁପ୍‌ଚୁପ୍‌ ବିକ୍ରି କରେ । ପିଲାଟି ବେଳୁ ଏହି ସବୁ ଖାଦ୍ୟସାମଗ୍ରୀ ତିଆରି କରିବାର ଅଭିଜ୍ଞତା ବବିଙ୍କ ମନୋବଳ ଦୃଢ଼ କରିଥିଲା । ସେ ଆଗ୍ରହରେ ପ୍ରସ୍ତୁତ କରିଥିବା ଖାଦ୍ୟର ସ୍ବାଦ ପାଇଁ ତାଙ୍କ ଦୋକାନରେ ଭିଡ଼ ଜମେ ଓ ଭଲ ଆୟ ହୁଏ ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ବବି ଦୋକାନ ଚଳାଇବା ଆରମ୍ଭ କରିବା ବେଳେ ଦୋକାନରୁ ଦୈନିକ ଲାଭ ହେଉଥିଲା ମାତ୍ର ୨୦୦ରୁ ୪୦୦ ଟଙ୍କା। ସେଥିରେ ଛଅ ପ୍ରାଣୀଙ୍କ ଘର ଚଳାଇବା କାଠିକର ପାଠ ହେଉଥିଲା । ଦୋକାନ ଚଳାଇବାରେ ତାଙ୍କୁ ତିନି ଭଉଣୀ (ସବିତା, କବିତା ଓ ଛବି), ଭାଇ ଓ ମାଆ ସାହାଯ୍ୟ କରୁଥିଲେ । ଏହି ଦୋକାନର ଆୟକୁ ସଞ୍ଚି ସଞ୍ଚି ତିନି ସେଥିରେ ଭଉଣୀଙ୍କ ବିବାହ ହୋଇଥିଲା । ଏବେ ଗଲା ପାଞ୍ଚ ବର୍ଷ ହେବ ବବି ଏକା ଚଳାଉଛନ୍ତି ସେହି ଦୋକାନ ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

ଏଡ଼େ କଷ୍ଟରେ ଏହି ଛୋଟ ଦୋକାନଟି ଚଳାଇ ପରିବାର ପୋଷୁଥିବା ବବିଙ୍କ ପାଇଁ କରୋନା ମହାମାରୀ ଓ ଲକଡାଉନ୍‌ ଦାଉ ସାଜିଛି । ଏବେ ଦୋକାନ ଫାଙ୍କା ରହୁଛି । ଯେତିକି ତିଆରି ହେଉଛି ତା’ର ଅଧା ବଳୁଛି । ହେଲେ ଏଭଳି ସ୍ଥିତିରେ ମଧ୍ୟ ହାରି ଯାଇ ନାହାନ୍ତି ବବି । କରୋନା ମହାମାରୀ ସମୟରେ ମାସ୍କ ପିନ୍ଧି ଦୋକାନ ଚଳାଉଛନ୍ତି । ସେ କହିଛନ୍ତି, ‘‘ଜୀବନରେ ଏତେ ଦୁଃଖ ଯିଏ ଦେଖିଛି, ଏ କରୋନା ତାକୁ କ’ଣ ଡରାଇବ?’’

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

‘‘ବବି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଏକ ଆଦର୍ଶ । ଜୀବନର କଷଣକୁ ସାହସର ସହ ସହି ସେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ତାଙ୍କ ପରିଶ୍ରମ ଓ ସହନଶୀଳତା ଏହି ଅଞ୍ଚଳର ସବୁ ଯୁବତୀ ଓ ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି,’’ କହିଛନ୍ତି ବବିଙ୍କୁ ଜାଣିଥିବା ଉପଜିଲ୍ଲାପାଳ ଭବତାରଣ ସାହୁ ।



ଜଗନ୍ନାଥ ବଲ୍ଲଭର ବାସିନ୍ଦା ସ୍ୱାସ୍ଥ୍ୟ କର୍ମୀ ୪୫ ବର୍ଷୀୟ ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି ବବି ସୁନ୍ଦର ଖାଦ୍ୟ ବନେଇବା ଜାଣନ୍ତି ଓ ବ୍ୟବସାୟର ପଦ୍ଧତି ବି ଶିଖି ସାରିଛନ୍ତି । ‘‘ନିଜ ବ୍ୟବସାୟ ପ୍ରତି ନିଷ୍ଠା ଓ ଗ୍ରାହକମାନଙ୍କ ସନ୍ତୋଷ ପାଇଁ ତାଙ୍କ ଆଗ୍ରହ ଯୋଗୁଁ ସେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ସେ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତିର ପ୍ରତୀକ,’’ କହିଛନ୍ତି ମହାପାତ୍ର ।
Published by: Anand ST Das
First published: May 8, 2021, 11:54 PM IST