News18 Odia Digital
ପୁରୀ: ରଥ ଯାତ୍ରା ପାଇଁ ପୁରୀ ସହର ପ୍ରସ୍ତୁତ ହୋଇ ରହିଛି । କାଲି ରଥ ଯାତ୍ରା ଆୟୋଜନ ପାଇଁ ସୁପ୍ରିମ କୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଆଜି ରାତି ୯ଟାରୁ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ ଘୋଷଣା କରାଯାଇଛି ସଟଡାଉନ। ଜିଲ୍ଲାରେ କର୍ଫ୍ୟୁ ଭଳି କଟକଣା ଜାରି ରହିବ ।
ସୋମବାର ରାତି ୯ଟା ପରେ ପୁରୀ ଜିଲ୍ଲା ଭିତରକୁ ପ୍ରବେଶ ନିଷେଧ ମଧ୍ୟ କରାଯାଇଥିବା କହିଛନ୍ତି ପୁରୀ ଏସ୍.ପି. ଉମାଶଙ୍କର ଦାଶ । ବୁଧବାର ଅପରାହ୍ଣ ୨ଟା ଯାଏ ଜାରି ରହିବ କର୍ଫ୍ୟୁ । ପୋଲିସ ଡିଜି ଅଭୟ କହିଛନ୍ତି ଯେ ରଥ ଯାତ୍ରା ପାଇଁ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପୁରୀରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । କୌଣସି ବାହାର ଲୋକ ଏପରିକି ପୁରୀ ଲୋକେ ବି ବଡ଼ଦାଣ୍ଡକୁ ଆସନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଜିଲ୍ଲାପାଳ ବଲୱନ୍ତ ସିଂ ଓ ଏସ୍.ପି. କହିଛନ୍ତି ବିନା ଭକ୍ତରେ ରଥ ଯାତ୍ରା ସଂପନ୍ନ କରାଯିବା ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି ।
‘‘ମୁଁ ନିଶ୍ଚିତ ଯେ ଆମର ରଥ ଯାତ୍ରା କାଲି ଅତି ଭଲ ଭାବରେ ଓ ଭକ୍ତ ଶୂନ୍ୟ ଭାବରେ କୋଭିଡ୍ ପାଣ୍ଡେମିକ ପାଇଁ ସ୍ଥିର ହୋଇଥିବା ସବୁ ଗାଇଡଲାଇନ୍ ପାଳନ କରି ଆୟୋଜିତ ହେବ,’’ କହିଛନ୍ତି ରାଜ୍ୟର ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ । ସେ ଓ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି ପୁରୀରେ ପହଞ୍ଚି ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଭାଗ ନେଇଥିଲେ । ସେହି ବୈଠକରେ ପୁରୀ ସହର ଓ ଜିଲ୍ଲାର ସଟଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ବିଜେ କାହାଳୀ ବାଜି ତାଳଧ୍ବଜ ରଥରେ ଦଉଡ଼ି ଲଗାଇ ଅନୁକୂଳ କରାଯାଉଛି ।
ରଥ ଯାତ୍ରା ଲାଗି ନୀତି ନିର୍ଘଣ୍ଟ ବି ଚୂଡ଼ାନ୍ତ ହୋଇସାରିଛି । ଭୋର୍ ୩ଟାରେ ମଙ୍ଗଳଆଳତି, ୩.୧୫ରେ ମଇଲମ, ୩.୩୦ରେ ତଡ଼ପ ଲାଗି, ୪ଟାରେ ରୋଷହୋମ, ୪.୩୦ରେ ଅବକାଶ, ୪.୪୫ରେ ସୂର୍ଯ୍ୟପୂଜା ଓ ୫ଟାରେ ଦ୍ବାରପାଳ ପୂଜା ଲାଗି ସମୟ ନିର୍ଘଣ୍ଟ ସ୍ଥିର ହୋଇଛି । ସେହି ପରି ଭୋର୍ ୫ଟାରେ ଦ୍ବାରପାଳ ପୂଜା, ୫.୩୦ରୁ ୫.୪୫ ଯାଏ ଗୋପାଳ ବଲ୍ଲଭ, ସକାଳ ଧୂପ ହେବ । ୬.୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳା ଅର୍ପଣ ।
ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ହେବ ୧୦ଟାରେ । ୧୦ରୁ ୧୦:୩୦ ଯାଏ ହେବ ମଦନମୋହନ ବିଜେ । ୧୦:୩୦ରୁ ୧୧ଟା ଯାଏ ହେବ ଚିତାଲାଗି । ୧୧ଟାରୁ ୧୧:୩୦ ଯାଏ ବେଶ ଶେଷ ହେବ । ୧୧:୩୦ରୁ ୧୨:୧୫ ଯାଏ ହେବ ଛେରା ପହଁରା । ୧୧:୪୫ରୁ ୧୨:୩୦ ଯାଏ ହେବ ଚାରମାଳ ଫିଟା ଓ ଘୋଡ଼ା ଓ ସାରଥି ଲାଗି । ମଧ୍ୟାହ୍ନ ୧୨ରୁ ହେବ ରଥଟଣା ।

ଗଜପତି ମହାରାଜା ଦିବ୍ୟସିଂହ ଦେବ
ପୁରୀରେ ରଥ ଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ‘‘କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛି । ରଥ ଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତି କରିଛନ୍ତି ଓ ଠିକ୍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କର ସବୁ ରୀତିନୀତି ମଧ୍ୟ ଠିକ୍ ଭାବେ ଚାଲିଛି । ପ୍ରସ୍ତୁତିର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ପୁରୀ ପଠାଯାଇଛି । କୋଭିଡ ୧୯ ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ,’’ କହିଛନ୍ତି ନବୀନ ।
ସୁପ୍ରିମ କୋର୍ଟ ରଥ ଯାତ୍ରା ପାଇଁ ଅନୁମତି ଦେବା ପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଛନ୍ତି ଯେ ଭକ୍ତଙ୍କ ଗୁହାରି ଶୁଣିଛନ୍ତି ଭାବଗ୍ରାହୀ । ‘‘ବିଶ୍ବର ଅଗଣିତ ଭକ୍ତଙ୍କ ଗୁହାରି ଶୁଣିଛନ୍ତି ସେ । ସୁପ୍ରିମ୍ କୋର୍ଟ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିଥିବାରୁ ମୁଁ ଋଣୀ । ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟର ସମର୍ଥନ ଲାଗି କୃତଜ୍ଞତା ଜଣାଉଛି,’’ କହିଛନ୍ତି ଗଜପତି ।
ଏହା ବି ପଢ଼ନ୍ତୁ: ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲାଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।