କରୋନା ସଙ୍କଟରେ ଆଗକୁ ରଥ ଯାତ୍ରା: ସେବାୟତମାନଙ୍କୁ ଦିଆଗଲା ହୋମିଓପ୍ୟାଥି ପ୍ରତିଷେଧକ ଔଷଧ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ପୂର୍ଣ୍ଣିମା ଆଗରୁ ସେବାୟତମାନଙ୍କର କୋବିଡ ଟେଷ୍ଟ ହୋଇଥିଲା । ଏବେ ରଥ ଯାତ୍ରା ପାଇଁ ୨,୨୦୦ ସେବାୟତ ପରିବାରର ୧୦,୦୦୦ ସଦସ୍ୟଙ୍କୁ ହୋମିଓପ୍ୟାଥି ପ୍ରତିଷେଧକ ଔଷଧ ବଣ୍ଟାଯାଉଛି ।

କରୋନା ସଙ୍କଟରେ ଆଗକୁ ରଥ ଯାତ୍ରା: ସେବାୟତମାନଙ୍କୁ ଦିଆଗଲା ହୋମିଓପ୍ୟାଥି ପ୍ରତିଷେଧକ ଔଷଧ
ସେବାୟତମାନଙ୍କୁ ସ୍ୱାସ୍ଥ୍ୟ ଶିବିରରେ ଔଷଧ ବଣ୍ଟନ କରାଯାଉଥିବାରୁ ସେବାୟତମାନେ ଖୁସି ବ୍ୟକ୍ତ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସେବାୟତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଉଛି ଅନେକ ପଦକ୍ଷେପ  । କୋବିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେବାୟତମାନଙ୍କ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ସେମାନଙ୍କୁ ଦିଆଯାଇଛି ହୋମିଓପ୍ୟାଥି ଔଷଧ ।

ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ପୁରୀ ସ୍ଥିତ ଆୟୁଷ ଗବେଷଣା ପ୍ରତିଷ୍ଠାନ ହୋମିଓପ୍ୟାଥି ପକ୍ଷରୁ ୨,୨୦୦ ସେବାୟତ ପରିବାରକୁ ଔଷଧ ବଣ୍ଟନ କରାଯାଉଛି  । ଜୁନ ୧୩ ପର୍ଯ୍ୟନ୍ତ ପାଞ୍ଚ ଦିନ ସେବାୟତମାନଙ୍କୁ ସ୍ୱାସ୍ଥ୍ୟ ଶିବିରରେ ଏହି ବଣ୍ଟନ ପ୍ରକ୍ରିୟା କରାଯିବ । ଏହାକୁ ନେଇ ସେବାୟତମାନେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ।

‘‘କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସୁପାରିଶ ଓ ନିର୍ଦ୍ଦେଶାବଳୀ ଆଧାରରେ ହୋମିଓପ୍ୟାଥିର ଆର୍ସେନିକ ଆଲବମ ୩୦ ହେଉଛି ଏକ ମହୌଷଧୀ । କରୋନା ପାଇଁ ଏଯାବତ କୌଣସି ଔଷଧ ବାହାରି ନ ଥିବା ବେଳେ ଆର୍ସେନିକ ଆଲବମ ୩୦ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧରେ ଏଠାକାର ଆୟୁଷ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ଏହି ଔଷଧ ମାଗଣା ବଣ୍ଟନ କରାଯାଉଛି,’’ କହିଛନ୍ତି କ୍ଷେତ୍ରିୟ ହୋମିଓପ୍ୟାଥି ଅନୁସଂନ୍ଧାନ ସଂସ୍ଥାନର ବିଶେଷଜ୍ଞ ଡାକ୍ତର ଉମାକାନ୍ତ ପୃଷ୍ଟି ।

ସେବାୟତମାନଙ୍କ ପାଇଁ ଲାଗିଥିବା ସ୍ୱାସ୍ଥ୍ୟ ଶିବିର ଜୁନ ୧୩ ପର୍ଯ୍ୟନ୍ତ ଜାରି ରହିବ ।


ଲକଡାଉନ ସମୟରେ ଶ୍ରୀମନ୍ଦିରରେ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି ଓ ଆଗକୁ ସେମାନେ ରଥ ଯାତ୍ରା ବି କରିବେ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେମାନଙ୍କର କୋବିଡ ଟେଷ୍ଟ ହୋଇଥିବା ବେଳେ ରଥ ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟଗତ ଭାବେ ସେମାନଙ୍କୁ ଫିଟ ରଖିବାକୁ ଉଦ୍ୟମ ହେଉଛି ।

ନିଳାଦ୍ରି ଭକ୍ତ ନିବାସରେ ହୋମିଓପାଥୀ ଔଷଧ ବଣ୍ଟନ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି  । ଜୁନ ୯ରେ ଦଇତାପତି ନିଯୋଗ ଓ ଜୁନ ୧୦ରେ ପ୍ରତିହାରୀ ନିଯୋଗର ସଦସ୍ୟମାନଙ୍କୁ ଔଷଧ ବଣ୍ଟାଯାଇଛି । ଜୁନ ୧୧ରେ ସୁଆର ମହାସୁଆର ନିଯୋଗ, ଜୁନ ୧୨ରେ ପୂଜାପଣ୍ଡା ନିଯୋଗ, ଜୁନ ୧୩ରେ ଗରାବଡ଼ୁ ନିଯୋଗ ସଦସ୍ୟମାନଙ୍କୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି  ।

‘‘ସମୁଦାୟ ୨,୨୦୦ ପରିବାରର ୧୦ ହଜାର ସେବାୟତ ସଦସ୍ୟଙ୍କୁ ଏହି ହୋମିଓପାଥି ଦିଆଯିବାର ବ୍ୟବସ୍ଥା ହୋଇଛି । ଏହା ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଜଗନ୍ନାଥ ଟେମ୍ପୁଲ ପୁଲିସ ଓ ପୁରୀ ଏସପିଙ୍କ ଅନୁରୋଧ କ୍ରମେ ସମସ୍ତ ପୁଲିସ କର୍ମୀଙ୍କୁ ମଧ୍ୟ ଏହି ଔଷଧ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ସେବାୟତମାନେ କହିଛନ୍ତି ଯେ ସେମାନେ କାଳିଆର ସେବା କରୁଛନ୍ତି, ତେଣୁ କରୋନା କ’ଣ ଜାଣିନାହାନ୍ତି । ଅର୍ଥାତ ସେମାନେ କରୋନା ନିୟମ ମାନୁଥିବାରୁ ଏହି ମହାମାରୀ ସେମାନଙ୍କୁ ଛୁଇଁପାରିବ ନାହିଁ ।


ସେବାୟତମାନେ କହିଛନ୍ତି ଯେ ସେମାନେ କାଳିଆର ସେବା କରୁଛନ୍ତି, ତେଣୁ କରୋନା କ’ଣ ଜାଣିନାହାନ୍ତି । ଅର୍ଥାତ ସେମାନେ କରୋନା ନିୟମ ମାନୁଥିବାରୁ ଏହି ମହାମାରୀ ସେମାନଙ୍କୁ ଛୁଇଁପାରିବ ନାହିଁ ।

‘‘ପ୍ରଶାସନ ସ୍ନାନ ପୂର୍ଣ୍ଣିମାରେ କୋବିଡ ଟେଷ୍ଟ କରାଇଥିଲା । ପୁଣି ରଥ ଯାତ୍ରା ପୂର୍ବରୁ ହୋମିଓପ୍ୟାଥିର ଔଷଧ ବି ସେବନ କରିବୁ । ଶିବିରରେ ଆମର ସ୍ୱାସ୍ଥ୍ୟ ଯାଞ୍ଚ କରି ଆମକୁ ଗୋଟିଏ ଲେଖାଏଁ ଡବା ଔଷଧ ଦିଆଯାଇଛି । ଖାଲି ପେଟରେ ଦିନକୁ ଚାରିଟି ଗୁଲି ବୟସ୍କଙ୍କ ପାଇଁ ଓ ଦୁଇଟି ଗୁଲି ଛୋଟ ପିଲାଙ୍କ ପାଇଁ । ସେହି ଅନୁସାରେ ଘରର ପ୍ରତିଟି ସଦସ୍ୟମାନଙ୍କ ପାଇଁ ଔଷଧ ନେଇଛୁ । ପୁଣି ଏହାକୁ ମାସେ ପରେ ପୁଣି ଖାଇବୁ,’’ କହିଛନ୍ତି ଦତ୍ତମହାପାତ୍ର ସେବାୟତ ସଞ୍ଜୟ ଦତ୍ତ ମହାପାତ୍ର ।

ମହାପ୍ରଭୁ ଏବେ ଅଣସରରେ ଉପଚାର ହେଉଥିବା ବେଳେ ସେବାୟତମାନେ ମହାପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ ଔଷଧ ସେବନ କରି କରୋନା ବିରୋଧରେ ନିଜକୁ ସୁସ୍ଥ ଓ ସବଳ ରଖୁଛନ୍ତି । ‘‘ଦଇତାପତି ନିଯୋଗର ୧୮୦ ଜଣ ସେବାୟତ ଔଷଧ ନେଇଥିବା ବେଳେ ସମସ୍ତ ସେବାୟତଙ୍କୁ ଔଷଧ ସେବନ ପାଇଁ ଅନୁରୋଧ କରାଯାଇଛି  । ଖାଲି ରଥ ଯାତ୍ରା ପାଇଁ ନୁହେଁ, କରୋନାର ଔଷଧ ଯେ ପର୍ଯ୍ୟନ୍ତ ନ ବାହାରିଛି ହୋମିଓପ୍ୟାଥି ଔଷଧ ଆମ ପାଇଁ ବେଶ ଉପାଦେୟ । ପରେ ବି ଏହାକୁ ଆମେ ସେବନ କରିବୁ,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାଶ ମହାପାତ୍ର ।

ସ୍ନାନ ପୂର୍ଣ୍ଣିମାରେ କୋବିଡ-୧୯ ଗାଇଡଲାଇନ ଅନୁପାଳନରେ ବିଭ୍ରାଟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ରଥ ଯାତ୍ରା ପୂର୍ବରୁ ସେବାୟତମାନଙ୍କୁ ପ୍ରତିଷେଧକ ଦେଇ ପ୍ରସ୍ତୁତ ରଖୁଛି ପ୍ରଶାସନ । ମାତ୍ର ରଥ ଯାତ୍ରା ହେବ କି ନାହିଁ ତାହା ସରକାରୀ ସ୍ତରରେ ଏଯାବତ ସ୍ଥିର ହୋଇପାରିନାହିଁ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 4:48 PM IST
corona virus btn
corona virus btn
Loading