ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆଜି ଖୋଲୁଛି ଶ୍ରୀମନ୍ଦିର, ହେଲେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ କେତେକ କଟକଣା ଜାରି ରହିବ

ଆଜି ଖୋଲୁଛି ଶ୍ରୀମନ୍ଦିର, ହେଲେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ କେତେକ କଟକଣା ଜାରି ରହିବ

Puri Srimandir is reopening from today with new restrictions | ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନ ଥିବା ଆନନ୍ଦ ଦେଖିବାକୁ ମଳିଛି । ଦର୍ଶନାଭିଳାଷୀ ଭକ୍ତମାନଙ୍କର ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେତେକ ଜରୁରୀ କଟକଣା ରଖାଯାଇଛି ।

ଆଜି ଖୋଲୁଛି ଶ୍ରୀମନ୍ଦିର, ହେଲେ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ କେତେକ କଟକଣା ଜାରି ରହିବ
ପୁରୀରେ ଶ୍ରୀମନ୍ଦିର
  • News18 Odia
  • Last Updated: August 16, 2021, 2:32 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ପାଇଁ ଖୁସି ଖବର ଆସିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୬ ତାରିଖରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲୁଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ଯେ ପ୍ରଥମ ପାଞ୍ଚ ଦିନ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଓ ଭକ୍ତମାନଙ୍କ ପ୍ରବେଶ ଅନୁମତି ପାଇଁ କେତେକ ସର୍ତ୍ତ ରହିବ ।

୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ବାସିନ୍ଦା କାଳିଆ ଦର୍ଶନ ପାଇବେ । ତା’ ପରବର୍ତ୍ତୀ ଦୁଇ ଦିନ ସପ୍ତାହନ୍ତ ସଟଡାଉନ୍‌ ଥିବାରୁ ସବୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଅଗଷ୍ଟ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ସ୍ଥାନ ନିର୍ବିଶେଷରେ ସମସ୍ତେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ହେଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କେତେକ କଟକଣା ରଖାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଯେଉଁମାନଙ୍କର ଟିକାକରଣରେ ଦୁଇଟି ଡୋଜ୍‌ ପୂରା ହୋଇସାରିଛି ସେମାନେ ନିଜ ପାଖରେ ଡବଲ୍‌ ସାର୍ଟିଫିକେଟ୍‌ ରଖିଥିବେ କିମ୍ବା ଆର୍‌.ଟି.ପି.ସି.ଆର୍‌. ଟେଷ୍ଟରେ ନେଗେଟିଭ୍‌ ବୋଲି ରିପୋର୍ଟ ରଖିଥିବେ । ଏହି ଦୁଇଟିରୁ ଗୋଟେ ହେଲେ ଚଳିବ । ସେହି ହିସାବରେ ଏବେ ଆମେ ଚାରି ସପ୍ତାହ ପାଇଁ, ଅର୍ଥାତ ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ, ଅହି ବ୍ୟବସ୍ଥା ଜାରି ରଖିବୁ । ତା’ ପରେ କରୋନା ସଂକ୍ରମଣର ସ୍ଥିତିକୁ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର


ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଦର୍ଶନାଭିଳାଷୀ ଭକ୍ତମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ଆର୍‌.ଟି.ପି.ସି.ଆର୍‌. ନେଗେଟିଭ୍‌ ରିପୋର୍ଟ ୯୬ ଘଣ୍ଟା ଭିତରେ ମିଳିଥିବା ଆବଶ୍ୟକ । ଏହା ନ ଥିଲେ ଶ୍ରୀଜିଉଙ୍କୁ ଦର୍ଶନ ଅନୁମତି ମିଳିବ ନାହିଁ ।

ଏହା ବି ପଢ଼ନ୍ତୁ | ଶାହ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେ

ଜନ୍ମାଷ୍ଟମୀରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ସର୍ବସାଧାରଣ ଦର୍ଶନ ସକାଳ ୭ଟାରୁ ଆରମ୍ଭ ହେଉଥିବାବେଳେ ସବୁ ଦ୍ବାରରେ ଲଗାଯିବ ସାନିଟାଇଜର୍‌ । ଭକ୍ତମାନେ ସିଂହଦ୍ୱାର ଦେଇ ପୂର୍ବ ପରି ପ୍ରବେଶ କରିବେ, ହେଲେ ତିନି ଦ୍ୱାର ପଟେ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇପାରିବେ ନାହିଁ କି ଦୀପ ନେଇ ଯାଇପାରିବେନି ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

ଦୀର୍ଘ ଦିନ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନ ଥିବା ଆନନ୍ଦ ଦେଖିବାକୁ ମଳିଛି । ଯଦିଓ କରୋନା ଟିକା ସାର୍ଟିଫିକେଟ୍‌ ଓ ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ ରିପୋର୍ଟ ଅନେକ ଭକ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ, ଏହା ଏକ ଅତି ଆବଶ୍ୟକ ସର୍ତ୍ତ ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ ।



‘‘ଆମେ ଏତେ ଦିନ ଧରି ମହାପ୍ରଭୁଙ୍କ ଆଶିର୍ବାଦ ସହ କରୋନା ଭାଇରସ୍‌ ମହାମାରୀ ସହ ଲଢ଼ିଛୁ ଓ ଶ୍ରୀମନ୍ଦିରରେ ଲକୋନା କଟକଣା ସହ ସବୁ ରୀତିନୀତି କରିଛୁ । ତେଣୁ ଏବେ ଏହି ନିୟମାବଳୀର ପାଳନ ଭକ୍ତମାନେ ଆଗ୍ରହରେ କରିବେ ବେଲି ଆମେ ସମସ୍ତେ ଆଶା କରୁଛୁ,’’ କହିଛନ୍ତି ଶ୍ରୀମନ୍ଦିର ସେବାୟତ ରଜତ ପ୍ରତିହାରୀ ।
Published by: Anand Shankar Thankur Das
First published: August 4, 2021, 10:02 PM IST