ରଥ ଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ସବୁ ସେବାୟତଙ୍କୁ ୨ ଡୋଜ୍ ଟିକା ଦେବାର ବ୍ୟବସ୍ଥା ହେଉଛି

ଶ୍ରୀମନ୍ଦିରର ୧,୨୦୦ ସେବାୟତ ଦୁଇଟି ଡୋଜ୍ ଟିକା ନେଇସାରିଥିବା ବେଳେ ୧୦,୦୦୦ ସେବାୟତ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍ ଟିକା ନେଇପାରିନାହାଁନ୍ତି । ସେମାନେ ସମସ୍ତେ ଦୁଇଟି ଯାକ ଡୋଜ୍ ନେଲେ ଯାଇ ସୁରକ୍ଷିତ ଭାବେ ରଥ ଯାତ୍ରାରେ ସାମିଲ ହୋଇପାରିବେ ।

ରଥ ଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ସବୁ ସେବାୟତଙ୍କୁ ୨ ଡୋଜ୍ ଟିକା ଦେବାର ବ୍ୟବସ୍ଥା ହେଉଛି
ରଥ ଖଳାରେ ବାୟୋ-ବବଲ୍ ଭିତରେ ରଥ ନିର୍ମାଣ ଆଗେଇ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odi Digital
ପୁରୀ: ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଥିବାରୁ ଶ୍ରୀମନ୍ଦିରର ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସେବାୟତମାନଙ୍କ ପାଇଁ ଗତ ବର୍ଷ ଭଳି ଏ ବର୍ଷ ରଥ ଯାତ୍ରା ଏକ ଚ୍ୟାଲେଞ୍ଜ୍‌ ଥିବାରୁ ସବୁ ସେବାୟତମାନଙ୍କୁ ରଥ ଯାତ୍ରା ପୂର୍ବରୁ କରୋନା ଭାଇରସ୍‌ ଟିକାର ଦୁଇଟି ଯାକ ଡୋଜ୍‌ ଦେବା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି ।

କେନ୍ଦ୍ର ସରକାରଙ୍କ ଟିକାକରଣ ପଦ୍ଧତିରେ ଥିବା ସମୟ ବ୍ୟବଧାନ ନିୟମକୁ କୋହଳ କରି ସବୁ ସେବାୟତଙ୍କ ଦୁଇ ଡୋଜ୍‌ ଟିକାକରଣ ରଥ ଯାତ୍ରା ପୂର୍ବରୁ କରାଇବାକୁ ଅନୁରୋଧ କରିଥିଲା ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି । ଏହାର କାରଣ ସରକାରଙ୍କ ଟିକାକରଣ ନିୟମରେ ଦ୍ୱିତୀୟ ଡୋଜ୍‌ ପାଇଁ ୮୪ ଦିନ ବ୍ୟବଧାନ ରହୁଥିବାରୁ ରଥ ଯାତ୍ରା ପୂର୍ବରୁ ସବୁ ସେବାୟତମାନେ ଦୁଇଟି ଡୋଜ୍‌ ଟିକା ନେବାରେ ସମସ୍ୟା ହେବ ବୋଲି ଆଶଙ୍କା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୂର୍ବରୁ ଥର ବାହା ହୋଇଥିବା ବ୍ରିଟେନ୍ PM ବୋରିସ୍ ଜନସନ୍ ପ୍ରେମିକା କ୍ୟାରୀଙ୍କୁ ବିବାହ କଲେ

‘‘ଏଯାବତ୍‌ ୧,୨୦୦ ସେବାୟତ ଦୁଇଟି ଡୋଜ୍‌ ଟିକା ନେଇସାରିଥିବା ବେଳେ ୧୦,୦୦୦ ସେବାୟତ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍‌ ଟିକା ନେଇପାରିନାହାଁନ୍ତି । ରଥ ଯାତ୍ରା ପୂର୍ବରୁ ସବୁ ସେବାୟତଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ନେବା ସୁନିଶ୍ଚିତ କରିବା ପାଇଁ ଆମେ ଟିକାକରଣର ସମୟ ବ୍ୟବଧାନ ନିୟମରେ କୋହଳତା ପାଇଁ ସରକାରଙ୍କୁ ଅନୁରୋଧ କରିଛୁ । ତାହା ହେଲେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସେବାୟତମାନେ ରଥ ଯାତ୍ରାରେ ସାମିଲ ହୋଇପାରିବେ । ଏ ସଂକ୍ରାନ୍ତରେ ସେବାୟତ ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକ ଓ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର ।

ଏହା ବି ପଢ଼ନ୍ତୁ | RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ମେ ୩୧ରୁ ଦିନ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍ସ୍କ୍ରିପ୍ସନ୍ ଖୋଲିବ

ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା


ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ କେବଳ ସେବାୟତମାନଙ୍କ କ୍ଷେତ୍ରରେ ରଥ ଯାତ୍ରାକୁ ନେଇ ଚିକାକରଣ ନିୟମରେ କୋହଳତା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇପାରେ । ‘‘ଏ ନେଇ ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଖୁବ୍‌ ଶୀଘ୍ର ସବୁ ସେବାୟତଙ୍କୁ ରଥ ଯାତ୍ରା ପୂର୍ବରୁ ଦ୍ୱିତୀୟ ଡୋଜ୍‌ ଟିକା ଅଗ୍ରାଧୀକାର ଭିତ୍ତିରେ ଦିଆଯିବ,’’ କହିଛନ୍ତି ବର୍ମା ।

ଏହା ବି ପଢ଼ନ୍ତୁ | ଭଲ ଖବର: SBI ନିଜ ଶାଖାରୁ ଟଙ୍କା ଉଠାଇବା ନିୟମରେ କଲା ପରିବର୍ତ୍ତନ; ସେପ୍ଟେମ୍ବର ଯାଏଁ ଲାଗୁ ରହିବ

ରଥ ଖଳାରେ ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣରେ ୧୫୦ରୁ ଅଧିକ ରଥ ନିର୍ମାଣ ସେବକ ମନ ଧ୍ୟାନ ଦେଇ କାମରେ ଲାଗିଥିବା ବେଳେ ସେଠାରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ବାୟୋ ବବଲ୍‌ ବ୍ୟବସ୍ଥା ବେଶ୍‌ ପ୍ରଭାବୀ ହୋଇଛି । ରଥ ଖଳାରେ ଆଉ ବୃଦ୍ଧି ପାଉନାହିଁ କୋଭିଡ ସଂକ୍ରମଣ । ସେବାୟତମାନେ ସ୍ନାନ ପୂର୍ଣ୍ଣିମାକୁ ନେଇ ବି ଏବେଠାରୁ ପ୍ରସ୍ତୁତ ହେବା ଆରମ୍ଭ କଲେଣି ।

ସବୁ ସେବାୟତଙ୍କ ଦୁଇ ଡୋଜ୍ ଟିକାକରଣ ରଥ ଯାତ୍ରା ପୂର୍ବରୁ କରାଇବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି ।


ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ନରୱେର ବୈଜ୍ଞାନିକମାନେ ଜାଣିଲେ

‘‘ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ନାହାକା ଚକ ଓ ଅଖ ସଂଯୋଗ ନୀତି ଥିବାରୁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରଥ ଖଳାରେ ଲାଗୁ ହୋଇଛି କରାଯାଇଛି ବାୟୋ ବବଲ ବ୍ୟବସ୍ଥା । ତାହା ଲାଗୁ ହେବା ପରଠାରୁ ରଥ ଖଳାରେ କମିବାରେ ଲାଗିଛି କୋଭିଡ ସଂକ୍ରମଣ । ଏଯାବତ ୨୬ ଜଣ ପଜିଟିଭଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଆଉ ସାତ ଜଣ ଖୁବ ଶୀଘ୍ର ଯୋଗଦେବେ । ରଥ ନିର୍ମାଣ ପ୍ରକ୍ରିୟା ବେଶ୍‌ ସୁରୁଖୁରୁରେ ଚାଲିଛି । ରଥ ନିର୍ମାଣ ସେବକମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଉଛି,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।



ଭଉଁରୀ ଯାତ୍ରାରେ ରଥ ଖଳାରେ ନାହାକା ଅଖ ଓ ଚକ ସଂଯୋଗ ନୀତି କରାଯିବାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ତା’ପରେ ଆସିବ ଦେବସ୍ନାନ ପୂର୍ଣ୍ଣିମା । ତିନି ରଥରେ ଉଠିବ ଚାରି ନାହାକା । ଏ ସବୁ ନୀତିକୁ କୋଭିଡ୍ କଟକଣା ଭିତରେ ଶୃଙ୍ଖଳିତ ଭାବେ ସକାଇବା ପୁରୀ ପ୍ରଶାସନ ଓ ସେବାୟତମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି ।
Published by: Anand ST Das
First published: May 30, 2021, 11:51 PM IST