ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କୋଭିଡ଼‌ ନେଗେଟିଭ୍‌ ସେବାୟତ ଓ ପୋଲିସ ଟାଣିପାରିବେ ରଥ; ବାହୁଡ଼ା ଆଗରୁ ହେବ ୨ ଥର ଟେଷ୍ଟ

କୋଭିଡ଼‌ ନେଗେଟିଭ୍‌ ସେବାୟତ ଓ ପୋଲିସ ଟାଣିପାରିବେ ରଥ; ବାହୁଡ଼ା ଆଗରୁ ହେବ ୨ ଥର ଟେଷ୍ଟ

୨,୫୦୦ ସେବାୟତ, ୧,୦୦୦ ପୁଲିସ ଓ ପୌର କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ସହିତ ଜିଲ୍ଲାପାଳ ଓ ସମସ୍ତ ବରିଷ୍ଠ ଅଧିକାରୀଙ୍କ ହେବ କୋଭିଡ଼ ଟେଷ୍ଟ । ସେବାୟତମାନେ କୋବିଡ ଟେଷ୍ଟ ପରେ ଲେଖିବେ ଅଣ୍ଡରଟେକିଂ । ନିଳାଦ୍ରିବିଜେ ପର୍ଯ୍ୟନ୍ତ ରହିବେ ହୋମ କ୍ୱାରାଣ୍ଟାଇନରେ ।

କୋଭିଡ଼‌ ନେଗେଟିଭ୍‌ ସେବାୟତ ଓ ପୋଲିସ ଟାଣିପାରିବେ ରଥ; ବାହୁଡ଼ା ଆଗରୁ ହେବ ୨ ଥର ଟେଷ୍ଟ
ଚଳିତ ବର୍ଷ ପରି ରଥ ଯାତ୍ରା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ କୋଭିଡ଼ ନେଗେଟିଭ ବ୍ୟକ୍ତି ହିଁ ରଥ ଯାତ୍ରାରେ ସାମିଲ ହୋଇପାରିବେ  । ୨,୫୦୦ ସେବାୟତ, ୧,୦୦୦ ପୁଲିସ ଓ ପୌର କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ସହିତ ଜିଲ୍ଲାପାଳ ଓ ସମସ୍ତ ବରିଷ୍ଠ ଅଧିକାରୀଙ୍କ ହେବ କୋବିଡ ଟେଷ୍ଟ । ସେବାୟତମାନେ କୋବିଡ ଟେଷ୍ଟ ପରେ ଲେଖିବେ ଅଣ୍ଡରଟେକିଂ । ନିଳାଦ୍ରିବିଜେ ପର୍ଯ୍ୟନ୍ତ ରହିବେ ହୋମ୍‌ କ୍ୱାରାଣ୍ଟାଇନରେ । ପୁରୀ ସହରକୁ ବାହୁଡ଼ା ପୂର୍ବରୁ କରାଯିବ ବିଶୋଧନ ।

ରଥ ଯାତ୍ରାରେ ସଂପୃକ୍ତ ସେବାୟତ, ପୁଲିସ କର୍ମୀ ଓ ବିଭାଗୀୟ ଅଧିକାରୀଙ୍କ କୋଭିଡ଼ ପରୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ନେଗେଟିଭ ଥିବା ବ୍ୟକ୍ତିଙ୍କୁ  ହିଁ ରଥ ଯାତ୍ରା କାର୍ଯ୍ୟରେ ନୀଳାଦ୍ରୀବିଜେ ନୀତି ଶେଷ ପର୍ଯ୍ୟନ୍ତ ନିୟୋଜିତ କରାଯିବ ।  ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୁଲିସ ଓ ପୌର ସଂସ୍ଥା କର୍ମଚାରୀ ଏବଂ ସେବାୟତମାନଙ୍କର କରୋନା ଟେଷ୍ଟ କରାଯିବ । ସବୁ ସେବାୟତଙ୍କର ଦୁଇ ଥର ଲେଖାଏଁ କରୋନା ଟେଷ୍ଟ ହେବ ।

‘‘ଜୁନ ୨୫, ୨୬, ୨୮ ଓ ୨୯ ତାରିଖରେ ଏମାନଙ୍କର ସ୍ୱାବ ସଂଗ୍ରହ କରାଯିବ । ଏଥି ପାଇଁ ଦୁଇଟି ସ୍ୱତନ୍ତ୍ର ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯିବ । ପ୍ରାୟ ପାଞ୍ଚ ହଜାର ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପରେ ଏହି ସଂଖ୍ୟା ବୃଦ୍ଧି ପାଇବ । ସହରର ସର୍ବସାଧାରଣ ସ୍ଥାନ ତଥା ବଡ଼ ଦାଣ୍ଡ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବିଶୋଧନ ମଧ୍ୟ କରାଯିବ । କୋଭିଡ଼ ନେଗେଟିଭ ସେବାୟତ ହିଁ ନୀଳାଦ୍ରୀ ବିଜେ ଯାଏଁ ନିୟୋଜିତ ହେବେ । ସେ ପର୍ଯ୍ୟନ୍ତ ସେବାୟତଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି,’’ କହିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ।

ପୁରୀରୁ ପଠାଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୨୨ରେ  ଜଣେ ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସରିବା ପରେ ଏବେ ବାହୁଡ଼ା ଯାତ୍ରା ଉପରେ ସମସ୍ତଙ୍କ ନଜର ।


ସେବାୟତଙ୍କ ପରିବାରମାନଙ୍କୁ ପ୍ରାୟ ୫ ହଜାର ମାସ୍କ ଓ ସାନିଟାଇଜର ଦିଆଯିବ ।  ସେବାୟତଙ୍କ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଦୁଇଟି ହେଲ୍ଥ  ସେଣ୍ଟର କାର୍ଯ୍ୟ କରିବ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ନିୟୋଜିତ ରହି ସେବାୟତଙ୍କ ପରିବାର ଉପରେ ନଜର ରଖିବେ । ଜ୍ଜର ଓ ସର୍ଦ୍ଦି ଥିବା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ତୁରନ୍ତ କରାଯିବ ।  କୋଭିଡ଼ ନେଗେଟିଭ୍ ସେବାୟତ ଓ ପୋଲିସ ରଥ ଟାଣିପାରିବେ । ଏଥି ପାଇଁ ପ୍ରାୟ ୨୦ ଜଣିଆ ଡାକ୍ତରୀ ଦଳ ନିଯୁକ୍ତ ହେବେ । ଜିଲ୍ଳାପାଳ ବଲୱନ୍ତ ସିଂଙ୍କ ନେତୃତ୍ୱରେ ଗଠିତ ଟିମ୍ କରୋନା ସଚେତନତା ସୃଷ୍ଟି ପାଇଁ ଆଇଇସି ଅଭିଯାନ ଆରମ୍ଭ କରିବେ ।

‘‘ରଥ ଯାତ୍ରା ସମୟରେ ନଅ ଦିନ ଯାଏଁ ମହାପ୍ରଭୁ ରତ୍ନ ବେଦୀରେ ନ ଥିବାରୁ ଏଏସଆଇ ପକ୍ଷରୁ ଗର୍ଭଗୃହର ଅନୁଧ୍ୟାନ ଓ ମରାମତି କରାଯାଉଛି । ସେଥି ପାଇଁ ସମସ୍ତ ଏଏସଆଇ କର୍ମଚାରୀଙ୍କର କୋବିଡ ଟେଷ୍ଟ ହେଉଛି । କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ବିଶେଷଜ୍ଞ ଟିମ୍ ବାହାରୁ ଆସିବେ ନାହିଁ । ତେଣୁ ଭେଣ୍ଟିଲେସନ ଉପରେ ଯେଉଁ କାର୍ଯ୍ୟ କରାଯାଏ ତାହା କରାଯାଇପାରିବ ନାହିଁ । ଗର୍ଭଗୃହରେ ମଇଶ୍ଚର କ୍ଲିନିଂ କରାଯିବ ଓ ନାଟମଣ୍ଡପର ଉପରିଭାଗ ଓ ଛାତ ପୂରାପୁରି ଯାଞ୍ଚ କରାଯିବ । ଗରୁଡ଼ ସ୍ତମ୍ଭ ନିକଟ କ୍ରାକ୍ ବିମର ଯାଞ୍ଚ ବି କରାଯିବ । ଇନ୍ସପେକସନ ପରେ ସ୍ପଷ୍ଟ ହେବ କେଉଁଟା କେତେ କ୍ଷତିହୋଇଛି,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ଗତ କାଲି ପ୍ରାଥମିକ ସ୍ତରରେ ୧୦୦ ଜଣ ପୋଲିସ କର୍ମଚାରୀଙ୍କ ହୋଇଥିଲା କୋଭିଡ ଟେଷ୍ଟ । ତିନି ରଥକୁ ସୁରକ୍ଷା ପାଇଁ କଡ଼ର୍ନ କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିଶେଷ ନଜର ଦିଆଯାଇଛି ବୋଲି କହିଛନ୍ତି ପୁରୀ ଏସ୍ପି ଉମାଶଙ୍କର ଦାଶ ।

ଚଳିତ ବର୍ଷ ପରି ରଥ ଯାତ୍ରା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା । କଡ଼ା କଟକଣା ସହ ବିନା ଭକ୍ତରେ ହେଉଛି ରଥ ଯାତ୍ରା । ଯେଉଁ ସେବାୟତମାନେ ରଥ ଉପରେ ରହି ବସି ବସି ଯାଇଥାନ୍ତି  ସେମାନେ ଏ ଥର ରଥ ଟାଣିଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ଆସିବାର ୧୨ ଘଣ୍ଟା ଭିତରେ ସବୁ କିଛି ପ୍ରସ୍ତୁତ କରି ସେବାୟତମାନେ କଟକଣା ଭିତରେ ପହଣ୍ଡି କରି ପ୍ରବଳ ଖରାରେ ଖାଲି ପାଦରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣି କେବଳ ପ୍ରଭୁଙ୍କ ସେବକ ନୁହେଁ ଭକ୍ତଭାବେ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ଗରାବଡୁ ନିଯୋଗର ସମ୍ପାଦକ ରଜତ ପ୍ରତିହାରୀ ।

ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ଆଗକୁ ଦକ୍ଷିଣ ମୋଡ଼, ବାହୁଡା଼ ଯାତ୍ରା, ସୁନା ବେଶ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ସାରିବା ନେଇ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 25, 2020, 7:15 PM IST