ପୁରୀ; କରୋନା ସଜାଇଲା ଋଷ ଦମ୍ପତିଙ୍କୁ ବଡ଼ ଦାଣ୍ଡର ଭିକାରି; ଭିକ୍ଷା ମାଗି କାଟୁଛନ୍ତି ଦିନ

ଏକ ଋଷୀୟ ଦମ୍ପତି ଏବେ ପୁରୀ ବଡଦାଣ୍ଡରେ ବୁଲି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । କଣ୍ଠରେ ହରେ କୃଷ୍ଣ ହରେ ରାମ ଓ ହାତରେ ଧରିଛନ୍ତି ହାରମୋନିୟମ । ଏହା ସହ ଜପୁଛନ୍ତି ଶ୍ରୀଜଗନ୍ନାଥଙ୍କ ବନ୍ଦନା । ଦୀର୍ଘ ୨ ମାସ ହେବ ପୁରୀରେ ଶ୍ରୀମନ୍ଦିର ଚାରିପାର୍ଶ୍ଵରେ ପରିକ୍ରମା କରି ମହାପ୍ରଭୁଙ୍କର ଶରଣରେ ରହିଛନ୍ତି ।

ପୁରୀ; କରୋନା ସଜାଇଲା ଋଷ ଦମ୍ପତିଙ୍କୁ ବଡ଼ ଦାଣ୍ଡର ଭିକାରି; ଭିକ୍ଷା ମାଗି କାଟୁଛନ୍ତି ଦିନ
ବଡ଼ ଦାଣ୍ଡର ଭିକ୍ଷାବୃତ୍ତି କରିବା ସମୟରେ ରୁଷୀୟ ଦମ୍ପତି
  • News18 Odia
  • Last Updated: November 1, 2020, 6:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଏକ ଋଷୀୟ ଦମ୍ପତି ଫେବୃୟାରୀ ୨୦୨୦ ରେ ପର୍ଯ୍ୟଟକ ହିସାବରେ ଭାରତରେ ପହଞ୍ଚିଥିଲେ । ମହାମାରୀ କରୋନା ପାଇଁ ଦେଶରେ ଲକଡାଉନ ଲାଗୁହୋଇଥିଲା ଫଳରେ ରୁଷୀୟ ଦମ୍ପତିଙ୍କ ଭିସାର ଅବଧି ସରିଯାଇଥିଲା ଓ ଏହାର ନବୀକରଣ ହୋଇପାରିନଥିଲା । ଯଦିଓ ଉଭୟ ଓଡିଶାରେ ପହଞ୍ଚି ସାରିଥିଲେ । ମାତ୍ର ଏବେ ଭିସାର ଅବଧି ସରିବା ଯୋଗୁଁ ଋଷରୁ ଆସିଥିବା ବିଦେଶୀ ଦମ୍ପତି ଏବେ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ।

ଋଷର ମସ୍କୋର ବାସକରୁଥିବା ଦମ୍ପତି ଫେବୃୟାରୀ ୨୦୨୦ ରେ ଭାରତ ବୁଲିବାକୁ ଆସିଥିଲେ । ସେମାନଙ୍କ ନାମ ହେଲା ଷ୍ଟିଫେନୋ (୪୮ ବର୍ଷୀୟ) ଓ ତାଙ୍କ ପତ୍ନୀ ଲୁସିଆ (୪୦ ବର୍ଷିୟା) । ଭାରତରେ ବୁଲିବା ସମୟରେ ନିଜର ନାମକୁ ଭାରତୀୟ ନାମ ଅନୁସାରେ ଶକ୍ତିତ୍ୱ ଦାସ ଓ ତେଜସ୍ୱିନୀ ଦାଶ ବୋଲି ପରିଚୟ ଦେଉଛନ୍ତି । ବିଭିନ୍ନ ସଙ୍କଟ ଦେଇ ଗତି କରୁଥିବା ବିଦେଶୀ ଦମ୍ପତି ଏବେ ପୁରୀ ବଡଦାଣ୍ଡରେ ବୁଲି ବୁଲି ଭିକ୍ଷାବୃତି କରୁଛନ୍ତି । କଣ୍ଠରେ ହରେ କୃଷ୍ଣ ହରେ ରାମ ଓ ହାତରେ ଧରିଛନ୍ତି ହାରମୋନିୟମ । ଏହା ସହ ଜପୁଛନ୍ତି ଶ୍ରୀଜଗନ୍ନାଥଙ୍କ ବନ୍ଦନା । ଦୀର୍ଘ ୨ ମାସ ହେବ ପୁରୀରେ ଶ୍ରୀମନ୍ଦିର ଚାରିପାର୍ଶ୍ଵରେ ପରିକ୍ରମା କରି ମହାପ୍ରଭୁଙ୍କର ଶରଣରେ ରହିଛନ୍ତି । ତେବେ ସେମାନଙ୍କ ମନରେ ଅନେକ ଦୁଃଖ କଷ୍ଟ ଭରି ରହିଛି ।

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

"ଭାରତ ବୁଲିବା ପାଇଁ ଅନେକ ଇଛା ଥିଲା । ଆଉ ଆମେ ସ୍ୱାମୀ ସ୍ତ୍ରୀ ଇସ୍କନ ଭକ୍ତ । ତେଣୁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ ସହ ବୃନ୍ଦାବନରେ ରାଧା କୃଷ୍ଣଙ୍କ ଦର୍ଶନ କରିବା ଇଛା ଥିଲା । ତେବେ ଭାରତରେ ୨୦୨୦ ଫେବୃୟାରୀରେ ପହଞ୍ଚିବା ପରେ ଅନେକ ବୁଲା ବୁଲି ପରେ ଆସିଗଲା କରୋନା ମହାମାରୀ । ଲକ ଡାଉନ ଓ ସଟ ଡାଉନ ଆରମ୍ଭ ହେଲା । ମାର୍ଚ୍ଚ ପରଠାରୁ ସବୁକିଛି ବନ୍ଦ । ହେଲେ ସେତେବେଳେ ଓଡିଶାର ବାଲେଶ୍ୱରର ରେଣୁଣାରେ କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ରହିଥିଲୁ । ଏହା ଭିତରେ ସରିଗଲା ଆମର ଭିସାର ଅବଧି । ଆମେ ଟୁରିଷ୍ଟ ଭିସାରେ ଆସିଥିଲୁ । ତେଣୁ ସେହି ରେମୁଣାରେ ଆମର ଅନେକ ମାସ ବିତିଗଲା । କରୋନା ଯୋଗୁଁ ପ୍ରଶାସନ ପକ୍ଷରୁ ଆମକୁ ସେହିଠାରେ ରହିବାକୁ କୁହାଗଲା । ତା ପରେ ଆମେ କୋଲକାତା ଯାଇ ଋଷର ଦୁତାବାସ ସହ ଯୋଗାଯୋଗ କରି ଭିସାର ଅବଧି ନବୀକରଣ ପାଇଁ ଆବେଦନ କଲୁ । ହେଲେ ଆମ ପାଖରେ ଥିବା ସମସ୍ତ ଟଙ୍କା ସରିଯାଇଛି । ତେଣୁ ନବୀକରଣ ପରେ ଆମ ପାଖରେ ଆଉ ଟଙ୍କା ନ ଥିଲା । ତେଣୁ ଋଷରେ ଥିବା ସମ୍ପକୀୟଙ୍କୁ ଯୋଗାଯୋଗ କଲେ ବି ସେମାନେ ବି କୌଣସି ସହାୟତା କି ଟଙ୍କା ମଧ୍ୟ ପଠାଇଲେ ନାହିଁ," କହିଛନ୍ତି ଷ୍ଟିଫେନ ଓରଫ ଶକ୍ତିତ୍ୱ ଦାସ ।

ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତ ସିଂ ରାଜପୁତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା

"ଚାରିଦିଗ ଆମ ପାଇଁ ଅନ୍ଧକାର ଦିଶିଲା । ସେହି ମହାପ୍ରଭୁଙ୍କ କଥା ମନେପକେଇଲୁ । ରେମୁଣାରୁ ବି ଆମକୁ ବାହାର କରି ପ୍ରଶାସନ ତଡିଦେଲା । ଅନଲକ ରେ ସବୁକିଛି ସ୍ୱାଭିକ ହେଲା ପରେ ବିନା ଟିକେଟରେ ଟ୍ରେନରେ ପୁରୀ ପଳାଇ ଆସିଲୁ । ମୋ ସ୍ୱାମୀ ଓ ମୁଁ ସେଠାରୁ ହରେ କୃଷ୍ଣ ହରେ ନାମ ଜପି ପୁରୀରେ ପହଞ୍ଚିଲୁ । ପ୍ରତିଦିନ ସକାଳେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ପରିକ୍ରମା କରିବା ସହ ହାରମୋନିୟମ ବଜାଇ ଜଗନ୍ନାତଙ୍କ ନାମ ଜପକଲୁ । ପାଖରେ ଟଙ୍କା ନ ଥିଲେ ଜଗନ୍ନାଥ ଆମକୁ ଏକ ମଠରେ ରଖିବା ସହ ସେଠି ଖାଇବାକୁ ମିଳିଲା । ମାତ୍ର ଘରକୁ ଯିବାପାଇଁ ଆମର ଆବଶ୍ୟକ ଅର୍ଥ ନ ଥିଲା । ସେ ନେଇ ଯାହା କିଛି ଭିକ୍ଷାରେ ଭାରତୀୟ ମୁଦ୍ରା ମିଳେ ତାକୁ ସଞ୍ଚୟ କରୁଛୁ । ହେଲେ ଏବେବି ଭୀସା ଅବଧି ସରିଥିବାରୁ ବେଆଇନ ଭାବେ ବୁଲୁଛୁ । ଆଉ ଋଷ ଫେରିବାକୁ ଇଛା ନାହିଁ । ଭାରତୀୟ ନାଗରିକତ୍ୱ ଗ୍ରହଣ କରିବା ପାଇଁ ମଧ୍ୟ ଆବେଦନ କରିଛୁ । ତେବେ ଜଗନ୍ନାଥଙ୍କ ଶରଣରେ ରହି ଏହିଠାରେ ମରିବୁ । ଯେହେତୁ ପରିବାର ଲୋକ ଆମକୁ ଭୁଲିଗଲେଣି ଏଇଠି ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଇଛା କରିଛୁ ପଛେ ଆଉ ଯିବୁ ନାହିଁ,'' କହିଛନ୍ତି ୪୦ ବର୍ଷୀୟା ଲୁସିଆ ଓରଫ ତେଜସ୍ୱିନୀ ଦାଶ ।

ଏହା ବି ପଢ଼ନ୍ତୁ ମାବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

"ଶ୍ରୀମନ୍ଦିର ଅଞ୍ଚଳରେ ଏହି ବିଦେଶୀ ଦମ୍ପତି ସବୁଦିନ ହାରମୋନିୟମ ବଜାଇ ବୁଲୁଛନ୍ତି । ହେଲେ ଭିକ୍ଷାବୃତି କରୁଛନ୍ତି ବୋଲି ଜଣାନଥିଲା । ତେବେ ଏମାନଙ୍କର ଏଭଳି ସମସ୍ୟା ରହିଥିବାରୁ ପ୍ରଶାସନିକ ସ୍ତରରେ ସେମାନଙ୍କୁ ସହାୟତା କରି କିଭଳି ସେମାନେ ନିଜ ଦେଶକୁ ଫେରିବେ ସେ ନେଇ ଋଷର ଦୁତାବାସକୁ ଯୋଗାଯୋଗ କରିବା କଥା ।" କହିଛନ୍ତି ଫରେନ ଟୁର ଅପରେଟର ୫୨ ବର୍ଷୀୟ ଯୁଗବ୍ରତ କର ।



"ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଦେଶୀ ଦମ୍ପତିଙ୍କ ସହାୟତା ପାଇଁ ଅନେକ ବ୍ୟବସ୍ଥା ରହିଛି । ଲକଡାଉନ ରହିଥିବା ସହ କରୋନା ବେଳେ ସବୁକିଛି ଅଫିସ ବନ୍ଦ ରହିଥିଲା । ଦୁତାବାସରେ ବି ପ୍ରବେଶ ଉପରେ କଟକଣା ରହିଥିଲା । ବର୍ତ୍ତମାନ ସେମାନେ ପର୍ଯ୍ୟଟନ ବିଭାଗ ସହ ଯୋଗାଯୋଗ ନ ହେଲେ ପ୍ରଶାସନ ଅଧିକାରୀ ସେମାନଙ୍କୁ ଉଦ୍ଧାର କରି ଆମ ପାଖକୁ ଆଣିଲେ କିଛି ବନ୍ଦୋବସ୍ତ କରାଯିବ", କହିଛନ୍ତି ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ୫୭ ବର୍ଷୀୟ ଶଶାଙ୍କ ଶେଖର ରଥ ।
Published by: Jagdish Barik
First published: November 1, 2020, 4:27 PM IST
corona virus btn
corona virus btn
Loading