News18 Odia Digital
ପୁରୀ: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗତ ବର୍ଷ ପରି ଏ ବର୍ଷ ବି ବିନା ଭକ୍ତରେ ପୁରୀରେ ରଥ ଯାତ୍ରା ହେଉଥିବାରୁ ରଥଟଣାକୁ ନେଇ ତିଆରି ହୋଇଛି ଏକ ସ୍ୱତନ୍ତ୍ର ଏସ୍.ଓ.ପି. (କାର୍ଯ୍ୟ ପନ୍ଥା) । କରୋନା କଟକଣା ମାନି କେମିତି ରଥ ଟଣାଯିବ ଓ ରଥରେ କେଉଁମାନେ ରହିବେ ସେ ନେଇ ସ୍ପଷ୍ଟ ନିୟମାବଳୀ ଜାରି ହୋଇଛି । କେବଳ ସେବାୟତମାନେ ରଥ ଟାଣିବାରେ ନିୟୋଜିତ ହେବେ । ଏଥି ପାଇଁ ବଡ଼ ଦାଣ୍ଡରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।
ରଥ ଟଣା ବେଳେ ବଡ଼ ଦାଣ୍ଡରେ ୧୦ଟି ଅଗ୍ନିଶମ ଗାଡି଼ ଜଳ ସିଞ୍ଚନ କରିବେ ଓ ତା’ ପଛେ ପଛେ ଚାଲିବ ରଥ । ରଥ ଯାତ୍ରା ପାଇଁ ପୁରୀରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହରକୁ ୧୨ ଟି ଜୋନରେ ବିଭକ୍ତ କରାଯାଇଛି । ନିଜେ ଡିଜିପି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରବିବାର ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀରେ ଲାଗୁ କରାଯାଇଛି କର୍ଫ୍ୟୁ ।
ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧାରଥଟଣା ବେଳେ ପ୍ରତି ରଥରେ ୫୦୦ ଜଣ ଲେଖାଏଁ ରହି ପାରିବେ । ତିନି ରଥକୁ ଟାଣିବା ପାଇଁ ରହିବେ ମୋଟ ୧,୫୦୦ ଜଣ । ସେମାନଙ୍କ ଭିତରେ ସେବାୟତଙ୍କ ସହ ରହିବେ ମଠାଧୀଶ ଓ ରଥ ନିର୍ମାଣ ଶିଳ୍ପୀମାନେ । ସମସ୍ତଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ହୋଇଥିବା ଆବଶ୍ୟକ । ଖାଲି ପାଦରେ ସମସ୍ତେ ଟାଣିବେ ରଥ । ପୋଲିସ କର୍ମଚାରୀ ଆଉଟର୍ କର୍ଡନରେ ସୁରକ୍ଷା ଦାୟିତ୍ୱରେ ରହିବେ ।

ଗୋଟିଏ ଅଗ୍ନିଶମ ଗାଡି଼ ଜଳ ସିଞ୍ଚନ କରିବାର ଅଭ୍ୟାସ କରୁଛି ।
ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତି‘‘ରଥ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ସରିଛି । ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ୫୦୦-୫୦୦ କରି ତିନୋଟି ରଥରେ ମୋ’ଟ ୧,୫୦୦ ଜଣ ବ୍ୟକ୍ତି ରହିବେ । କରୋନା କଟକଣାର ସବୁ ନିୟମ ମାନି ସବୁ କିଛି ଠିକ୍ ଭାବରେ ହୋଇଯିବା ବୋଲି ଆଶା ଓ ବିଶ୍ୱାସ ରହିଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେ ‘ସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲାରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩,୦୦୦ ସେବାୟତ ଓ ୧,୦୦୦ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଏବଂ ୩,୦୦୦ ପୋଲିସ କର୍ମୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ରଥ ଟଣା ସମୟରେ ପ୍ରଥମ ୧,୫୦୦ ଜଣ ବ୍ୟକ୍ତି ଟାଣିବା ପରେ ସେମାନେ ବିଶ୍ରାମ ନେବେ । ଏହା ପରେ ଆଉ ୧,୫୦୦ ପୁଣି ପ୍ରସ୍ତୁତ ହେବେ ରଥ ଟାଣିବା ପାଇଁ । ଏଥି ପାଇଁ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡର ଉଭୟ ପାର୍ଶ୍ବରେ ୨୦ଟି ବିଶ୍ରାମ ସ୍ଥଳ ଓ ପାନୀୟ ଜଳ ଯୋଗାଣ ସହ ଆଶୁ ଚିକିତ୍ସା ଶିବିର କରାଯାଇଛି ।
ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତରଥ ଉପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ବାଡ଼ଗ୍ରାହୀ ଓ ଦୁଇ ଜଣ ଘଣ୍ଟୁଆ , ଜଗନ୍ନାଥ ଟେମ୍ପୁଲ୍ ପୋଲିସ କର୍ମଚାରୀ, ଦୁଇ ଜଣ ଡାହୁକ ଓ ବିଜେ କାହାଳି ସେବାୟତ ରହିବେ। ତା’ ଠାରୁ ଅଧିକ ସଂଖ୍ୟକ ସେବାୟତଙ୍କୁ ରଥ ଉପରେ ଚଢି଼ବାକୁ ଅନୁମତି ଦିଆଯିବ ନାହିଁ ।
‘‘ଗଲା ବର୍ଷ ମୁଁ ଯାହା ଲକ୍ଷ୍ୟ କରିଛି ଦେବୀ ରଥରେ ୩୮୦ରୁ ୪୦୦ ଲୋକ ରହୁଥିଲେ, ବଡ଼ ରଥରେ ୫୫୦ରୁ ୬୫୦ ଜଣ ଲୋକ ରହୁଥିଲେ । ତେଣୁ ଏ ଥର ବି ସେହି ୧,୫୦୦ ଭିତରେ ଲୋକ ହିଁ ରଥ ଭିଡ଼ିବେ । ଏଇଟା ଆମ ଭିତରେ ସହଯୋଗ ଭାବନାରେ କରାଯିବ । ସେ ବିଷୟରେ ଆଲୋଚନା ସରିଛି । ମହାପ୍ରଭୁଙ୍କ ରଥ ଯାତ୍ରା ସୁରୁଖୁରୁରେ ହେବ,’’ କହିଛନ୍ତି ଶ୍ରୀମନ୍ଦିର ସେବାୟତ ମାଧବ ପୁଜାପଣ୍ଡା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।