ରଥ ଯାତ୍ରା ଏ ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ୩ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲା

Puri Rath Yatra without devotees completed well | କରୋନା ଭାଇରସ୍‌ ସଂକ୍ରମଣର ଆତଙ୍କ ସତ୍ତ୍ୱେ ସନାତନ ଧର୍ମର ଏହି ବଳିଷ୍ଠ ପରମ୍ପରା ମହା ଆଡ଼ମ୍ବରରେ ପାଳିତ ହୋଇଗଲା । ପ୍ରଶାସନ ସହ ସେବାୟତମାନଙ୍କ ଉତ୍ତମ ସମନ୍ବୟ ଓ ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହେଲା ।

ରଥ ଯାତ୍ରା ଏ ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ୩ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲା
ଶରଧାବାଲିରେ ପହଞ୍ଚିବା ପରେ ତିନି ରଥ
  • News18 Odia
  • Last Updated: July 12, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏ ଥର ବି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ବିନା ଭକ୍ତରେ ସୁରୁଖୁରୁରେ ଆୟୋଜିତ ହେଲା । ବଡ଼ ଦାଣ୍ଡରେ ତିନି ରଥକୁ ଟାଣି ନେଲେ ସେବାୟତମାନେ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରର ରତ୍ନବେଦୀରୁ ଜନ୍ମବେଦୀକୁ ଗଲେ ମହାପ୍ରଭୁ । ସନାତନ ଧର୍ମର ଏହି ବଳିଷ୍ଠ ପରମ୍ପରା କରୋନା ଭାଇରସ୍‌ ସଂକ୍ରମଣର ଆତଙ୍କ ସତ୍ତ୍ୱେ ମହା ଆଡ଼ମ୍ବରରେ ପାଳିତ ହୋଇଗଲା । ରଥ ଯାତ୍ରାର ଏହି ଅନନ୍ୟ ରୂପ ଦେଖିଲା ସାରା ବିଶ୍ବ, ଆଉ ଗଲା ବର୍ଷ ପରି ଏ ବର୍ଷ ବି ଇତିହାସ ସୃଷ୍ଟି ହେଲା ।

ପ୍ରଶାସନ ଓ ସେବାୟତମାନଙ୍କ ଅଦ୍ଭୂତ ସମନ୍ବୟ ଓ ସହଯୋଗର ଯୋଗୁଁ ଶ୍ରୀକ୍ଷେତ୍ରର ଭକ୍ତଶୂନ୍ୟ ରଥ ଯାତ୍ରାର (Puri Rath Yatra) ସଫଳ ରୂପାୟନ ହେଲା । ଆଷାଢ଼ ଶୁଳ୍କ ଦ୍ବିତୀୟା ତିଥିରେ ରାତି ପାହିଲା ବେଳକୁ ଶ୍ରୀକ୍ଷେତ୍ର ପାଲଟି ଯାଇଥିଲା ଜଗନ୍ନାଥମୟ । ବିଳମ୍ବିତ ରାତିରୁ ଶ୍ରୀମନ୍ଦିରରେ ସରିଯାଇଥିଲା ଠାକୁରଙ୍କ ନୀତିକାନ୍ତି । ସ୍ନାନ ପୂର୍ଣ୍ଣିମା ଭଳି ଶ୍ରୀଗୁଣ୍ଡିଚା ଯାତ୍ରାରେ (Ratha Jatra) ସଅଳ ସଅଳ ସବୁ ନୀତିକାନ୍ତି ସରିବା ପରେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ଆଗରୁ ଟଣାଯାଇଥିଲା ରଥ ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ସୋମବାର ଭୋର୍‌ ୪ଟାରେ ମଙ୍ଗଳ ଆଳତି ଓ ରୋଷହୋମ ସରି ୫ଟା ସୁଦ୍ଧା ସମ୍ପନ୍ନ ହୋଇଥିଲା ଅବକାଶ ନୀତି । ତା’ ପରେ ଶ୍ରୀମନ୍ଦିର ପୁରୋହିତ ଓ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ହୋଇଥିଲା ରଥ ପ୍ରତିଷ୍ଠା । ସକାଳ ୬ଟା ସୁଦ୍ଧା ସକାଳ ଧୂପ ସରି ୭ଟା ସୁଦ୍ଧା ମଙ୍ଗଳାର୍ପଣ କରାଯାଇ ଆରମ୍ଭ ହୋଇଥିଲା ପହଣ୍ଡି । ନିର୍ଦ୍ଧାରିତ ନିର୍ଘଣ୍ଟର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ହୋଇଥିଲା ପହଣ୍ଡି ପର୍ବ ।

ପାରମ୍ପରିକ ପରିପାଟି ସହ ମାସ୍କ ପିନ୍ଧି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।


ପ୍ରଥମେ ଧାଡ଼ି ପହଣ୍ଡିରେ ରଥରେ ବିଜେ କରିଥିଲେ ପ୍ରଭୁ ସୁଦର୍ଶନ । ତା’ ପରେ ପ୍ରଭୁ ବଳଭଦ୍ର  ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଆଣିଥିଲେ ସେବାୟତମାନେ । ସିଂହଦ୍ବାରରେ ପ୍ରତୀକ୍ଷାରେ ଥିବା ରଥ ସତେ ଯେମିତି ଅପଲକ ନୟନରେ ଅନେଇ ରହିଥିଲା ଶ୍ରୀଜିଉମାନଙ୍କୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କେତେବେଳେ ରଥକୁ ଆସିବେ କାଳିଆ ଠାକୁର, ସବୁରି ନୟନ ସେଇଠି ଥିଲା ନିବଦ୍ଧ । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ସବା ଶେଷରେ ପହଣ୍ଡି ବିଜେ ହୋଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସକାଳ ୯ଟା ୪୦ ସୁଦ୍ଧା ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଥିଲା । ତା’ ପରେ ରଥାରୂଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ (Shankaracharya)। ତିନି ରଥକୁ ଯାଇ ମହାପ୍ରଭୁଙ୍କ ଦିବ୍ୟଦର୍ଶନ ଲାଭ କରିଥିଲେ ।

ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

‘‘ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦାବୀ ସୁଭଦ୍ରାଙ୍କୁ ପ୍ରାର୍ଥନା ଯେ ସାରା ବିଶ୍ୱକୁ କରୋନା ମହାମାରୀରୁ ରକ୍ଷା କରନ୍ତୁ ଓ ଭାରତକୁ ନିଜ ଭବ୍ୟତା ପାଇବାରେ ସାହାଯ୍ୟ କରନ୍ତୁ,’’ ସାମ୍ବାଦିକମାନଙ୍କୁ କହିଥିଲେ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ (Swami Nischalananda Saraswati)।

ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେ

ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି । ଶ୍ରୀନଅରରୁ ରଥ ନିକଟକୁ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ (Gajapati King Dibyasingha Deb) । ପାରମ୍ପରିକ ପରିପାଟି ସହ ମାସ୍କ ପିନ୍ଧି ରଥରେ ଛେରା ପହଁରା କରିଥିଲେ । ୧୨ଟା ପୂର୍ବରୁ  ଚାରମାଳ ଫିଟା ଯାଇ ଯୋଚା ହୋଇଥିଲା ଘୋଡ଼ା । ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ଣ ୩ଟାରେ ହୋଇ ଥାଆନ୍ତା ରଥ ଟଣା । କିନ୍ତୁ ସଅଳ ନୀତିକାନ୍ତି ପାଇଁ ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ । ପ୍ରଥମେ ଦିନ ୧୨ଟାରେ ଆରମ୍ଭ ହୋଇଥିଲା ତାଳଧ୍ବଜ ରଥ (Taladhwaja rath) ଟଣା । ତା’ପରେ ଅପରାହ୍ଣ ୧ଟାରେ ଦର୍ପଦଳନ (Darpadalana rath) ଏବଂ ଗୋଟାଏ ୫୦ ମିନିଟରେ ନନ୍ଦିଘୋଷ ରଥକୁ (Nandighosa chariot) ଟାଣି ନେଇଥିଲେ ସେବାୟତମାନେ ।

ଜଗନ୍ନାଥଙ୍କୁ ରଥକୁ ଆଣୁଛନ୍ତି ସେବାୟତମାନେ ।


‘‘ସବୁ ସେବାୟତ, ଦଇତାପତି ଓ ଅନ୍ୟାନ୍ୟ ସେବାୟତ ଦିନ ରାତି ଏକ କରି ମହାପ୍ରଭୁଙ୍କ ସେବା କରୁଥିଲେ । ମହାପ୍ରଭୁଙ୍କ ସବୁ ନୀତି ନିର୍ଦ୍ଧାରିତ ସମୟ ପୂର୍ବରୁ କେମିତି ହେବ ତା’ ପାଇଁ ସମସ୍ତଙ୍କ ଚେଷ୍ଟା ଥିଲା । ମହାପ୍ରଭୁଙ୍କ ଆଶିର୍ବାଦ ଯୋଗୁଁ ସବୁ ନୀତି ସମୟ ପୂର୍ବରୁ ଓ ସୁରୁଖୁରୁରେ ହୋଇପାରିଛି,’’ କହିଥିଲେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘୧୪ ବର୍ଷ ବୟସରେ ମୋ ଯୌନ ଶୋଷଣ ହୋଇଥିଲା,’’ କହିଲେ ଆମିର୍ ଖାନଙ୍କ ଝିଅ ଇରା ଖାନ୍

ବଡ଼ ଦାଣ୍ଡ ଭକ୍ତଶୂନ୍ୟ ଥିଲା । ତିନି ରଥକୁ ଟାଣିଥିଲେ ସେବାୟତମାନେ । ପ୍ରତି ରଥ ଟଣା ପାଇଁ ନିୟୋଜିତ ଥିଲେ ୫୦୦ ଲେଖାଏଁ ସେବାୟତ । ରଥରେ ସୀମିତ ସଂଖ୍ୟକ ସେବାୟତଙ୍କର ଉପସ୍ଥିତି ଥିଲା । ପୋଲିସ କର୍ଡନ ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ କରି ରଥକୁ ଟାଣି ନେଇଥିଲେ ସେବାୟତମାନେ । ବଡ଼ ଦାଣ୍ଡକୁ ଓହ୍ଲାଇ ନ ଥିଲେ ପୁରୀ ସହରବାସୀମାନେ । ଦୁଇଦିନିଆ କର୍ଫ୍ୟୁ ସହ ସହରକୁ ଚାରି ଆଡୁ ସିଲ୍ କରିଥିଲା ପୋଲିସ । ବଡ଼ଦାଣ୍ଡ ସଂଲଗ୍ନ ସମସ୍ତ ଗଳି ରାସ୍ତାକୁ ମଧ୍ୟ ନାକାବନ୍ଦୀ କରାଯାଇଥିଲା । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏଁ, ବଡ଼ଦାଣ୍ଡକୁ ରଖାଯାଇଥିଲା ସଂପୂର୍ଣ୍ଣ ସୁରକ୍ଷା ବଳୟରେ ।



‘‘ପ୍ରଶାସନ ସହ ସେବାୟତମାନଙ୍କ ଉତ୍ତମ ସମନ୍ବୟ ଓ ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସଫଳ ହୋଇଛି । ଆଗକୁ ପହଣ୍ଡି, ସୁନାବେଶ ଓ ନୀଳାଦ୍ରି ବିଜେ ମଧ୍ୟ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି,’’ କହିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
Published by: Anand ST Das
First published: July 12, 2021, 11:58 PM IST