ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ୍ କାମ ମେ ୧୫ ସୁଦ୍ଧା ଆରମ୍ଭ ହେବ; ଖୋଲୁଛି ନୂଆ କୋଭିଡ୍ ହସପିଟାଲ

ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ୍ କାମ ମେ ୧୫ ସୁଦ୍ଧା ଆରମ୍ଭ ହେବ; ଖୋଲୁଛି ନୂଆ କୋଭିଡ୍ ହସପିଟାଲ

ପବ୍ଲିକ୍ ସେକ୍ଟର୍ ଅଣ୍ଡରଟେକିଂ ବ୍ୟବସ୍ଥାରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର ହଷ୍ଟେଲ ପରିସରରେ ପ୍ରସ୍ତୁତ କରାଯାଉଛି ଏକ କୋଭିଡ୍ ହସପିଟାଲ୍ ।

ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ୍ କାମ ମେ ୧୫ ସୁଦ୍ଧା ଆରମ୍ଭ ହେବ; ଖୋଲୁଛି ନୂଆ କୋଭିଡ୍ ହସପିଟାଲ
ପୁରୀରେ ସେବାୟତ ପରିବାରମାନଙ୍କରେ କୋଭିଡ ସଂକ୍ରମଣର ଘରକୁ ଘର ସର୍ଭେ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡର ଦ୍ୱିତୀୟ ଲହରର ସଂକ୍ରମଣକୁ ରୋକିବା ପାଇଁ ମେ ୫ ତାରିଖଠାରୁ ୧୪-ଦିନିଆ ଲକଡାଉନ ଆରମ୍ଭ ହେଉଥିବା ବେଳେ ପୁରୀରେ ଏକ ଅମ୍ଳଜାନ କାରଖାନା ସ୍ଥାପନ କରିବା ପାଇଁ ଉଦ୍ୟମକୁ ଗତି ମିଳିଛି । ଅକ୍ସିଜେନ୍‌ ପ୍ଲାଣ୍ଟ୍‌ କାର୍ଯ୍ୟ ମେ ୧୫ ତାରିଖ ସୁଦ୍ଧା ଆରମ୍ଭ ହେବ ବୋଲି ପୁରୀରେ ବିଗୁଡ଼ୁଥିବା କୋଭିଡ ସ୍ଥିତିର ସମୀକ୍ଷା କରି ମଙ୍ଗଳବାର ଦିନ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

‘‘ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡରଟେକିଂ ବ୍ୟବସ୍ଥାରେ ସ୍ଥାପିତ ହେବ । ପ୍ଲାଣ୍ଟ୍‌ କାର୍ଯ୍ୟ ମେ ୧୫ ତାରିଖ ସୁଦ୍ଧା ଆରମ୍ଭ ହେବ । ପୁରୀ ଜିଲ୍ଲାରେ ଅଦ୍ୟାବଧି ୩୩,୩,୭୨ଟି ନମୁନା ସଂଗ୍ରହ ହୋଇଛି । ସେଥିରୁ ୨,୫୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ୧,୮୮୪ଟି ସକ୍ରିୟ ମାମଲା ରହିଛି । ଗୃହ ସଙ୍ଗରୋଧରେ ୧୩,୮୩୯ ଜଣ ଆକ୍ରାନ୍ତ ରହିଛନ୍ତି ।  ୯୭ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି । ମୋଟ ୧,୯୨,୪୮ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୭,୫୧୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି,’’ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକ ପରେ କହିଛନ୍ତି ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

ପୁରୀ ଜିଲ୍ଲାର ୧୧ଟି ବ୍ଲକ୍‌ ଓ ତିନିଟି ଏନ୍‌.ଏ.ସି. ଅଞ୍ଚଳରେ ୧,୨୦୦ଟି ବେଡ୍‌ ଓ ୧୩୦ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି । ଜିଲ୍ଲାରେ ୧୫ଟି ଆଇ.ସି.ୟୁ. ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସପିଟାଲରେ ଗୋଟିଏ ସପ୍ତାହ ମଧ୍ୟରେ ଅକ୍ସିଜେନ୍‌ ବ୍ୟବସ୍ଥା ଥିବା ୧୫୦ ବେଡ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ବି କହିଛନ୍ତି ମନ୍ତ୍ରୀ ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


‘‘କୋଭିଡ୍‌ର ଏହି ଦ୍ୱିତୀୟ ଲହର ପ୍ରାଣଘାତକ ହୋଇଛି । ଶ୍ରୀଜଗନ୍ନାଥ ମେଡିକାଲ କଲେଜର ହଷ୍ଟେଲ ପରିସରରେ ପ୍ରସ୍ତୁତ କରାଯାଉଛି ଏକ କୋଭିଡ୍‌ ହସପିଟାଲ୍‌ । ଯୁଦ୍ଧକାଳୀନ ଭିତ୍ତିରେ ଏହି ହସ୍ପିଟାଲର କାର୍ଯ୍ୟ ଚାଲିଛି । ସମ୍‌ ହସ୍ପିଟାଲର ମିଳିତ ସହଯୋଗରେ ଏହା ପ୍ରସ୍ତୁତ ହେଉଛି । ଆଗାମୀ ସାତ ଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ । ଫଳରେ ପୁରୀର କ୍ରିଟିକାଲ୍‌ କୋଭିଡ ରୋଗୀଙ୍କୁ ଆଉ ରେଫରାଲରେ ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ । ଏହି ହସପିଟାଲରେ ଆଇ.ସି.ୟୁ., ସେମି-ଆଇ.ସି.ୟୁ. ଓ ଭେଣ୍ଟିଲେଟର୍‌ ବ୍ୟବସ୍ଥା ସହ ସବୁ ବେଡରେ ଅକ୍ସିଜେନ ବ୍ୟବସ୍ଥା ରହିବ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ

କୋଭିଡକୁ ନେଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ହେଲେ ସେବାୟତମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇଛି । ମଙ୍ଗଳବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬୩ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩୩ ଜଣ ସଦସ୍ୟ । ଏ ପର୍ଯ୍ୟନ୍ତ ସମୁଦାୟ ୯୬ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିବା ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ୭୦ ଜଣ – ସଙ୍ଗରୋଧରେ ଥିବା ୪୯ ଜଣ ସେବାୟତ ଓ ୨୧ ଜଣ କର୍ମଚାରୀ – ସୁସ୍ଥ ହୋଇ ଫେରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

‘‘ଏଯାବତ୍‌ ଜଣେ ସେବାୟତ ଓ ଜଣେ ଜେଟିପି କର୍ମୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେବାୟତଙ୍କ ଟିକାକରଣ ପାଇଁ ଟୋକନ୍‌ ବଣ୍ଟାହୋଇଛି । ଦୋଳମଣ୍ଡପ ସାହିରେ ଏକ ନୂଆ ଭେକସିନେସନ ସେଣ୍ଟର୍‌ ଖୋଲିଛି । ଶ୍ରୀମନ୍ଦିର ପ୍ରଶାସନ ପାଇଁ ୨୫,୦୦୦ ଡୋଜ୍‌ ଟିକା ଆବଶ୍ୟକ ଥିବା ବେଳେ ୧,୯୯୦ ଜଣ ପ୍ରଥମ ଡୋଜ୍‌ ଓ ୫୭୮ ଜଣ ଦ୍ଵିତୀୟ ଡୋଜ୍‌ ଟିକା ନେଇଛନ୍ତି । ସମୁଦାୟ ୨,୫୬୮ ଜଣ ଟିକା ନେଇଛନ୍ତି,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ଅମ୍ବାନୀ ତଦାରଖ କରୁଛନ୍ତି

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଜିଲ୍ଲାରେ କୋଭିଡର ସ୍ଥିତି ଏବେ କମୁଥିବା ବେଳେ ଲୋକଙ୍କୁ ଦୁଇ ସପ୍ତାହ ଲକଡାଉନକୁ ମାନିବାକୁ ପଡି଼ବ । ‘‘ସରକାର ସବୁ ପଦକ୍ଷେପ ନେଉଛନ୍ତି । ତେଣୁ ସହଯୋଗ ହିଁ ଏକ ମାତ୍ର ରାସ୍ତା । ସବୁ ଗାଇଡଲାଇନ୍ସକୁ ଅନୁପାଳନ କରିବାକୁ ପଡି଼ବ । ଶ୍ରୀଜଗନ୍ନାଥ ମେଡ଼ିକାଲ୍‌ କଲେଜରେ ମେ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ସ୍ୱତନ୍ତ୍ର କୋଭିଡ୍ ହସପିଟାଲର ସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି,’’ କହିଛନ୍ତି ବର୍ମା ।



ଲକଡାଉନ୍‌ ଲାଗୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲକଡାଉନ୍‌ ସମୟରେ ଶ୍ରୀମନ୍ଦିରରେ ଯେଭଳି ସେବାପୂଜା ବାଧାପ୍ରାପ୍ତ ନ ହୁଏ ସେ ନେଇ ପ୍ରଶାସନିକ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି । ପନିପରିବା ଦର ବୃଦ୍ଧିକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରି ଚଢ଼ାଉ ଆରମ୍ଭ କରିଛି ପ୍ରଶାସନ ।
Published by: Anand ST Das
First published: May 4, 2021, 11:39 PM IST