News18 Odia Digital
ପୁରୀ: ରଥ ଯାତ୍ରା ବା ଘୋଷଯାତ୍ରାରେ ବିଶ୍ବବାସୀଙ୍କୁ ବଡ଼ ଦାଣ୍ଡରୁ ଦର୍ଶନ ଦେବେ ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥ । ଏଥି ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ ଦକ୍ଷିଣ ମୋଡ଼ ପରେ ଏବେ ଶୋଭା ପାଉଛନ୍ତି ।
ଏ ଥର ବି ବିନା ଭକ୍ତରେ ରଥ ଯାତ୍ରା ହେଉଥିବାରୁ ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ହୋଟେଲ୍, ଲଜିଂ ଓ ଧର୍ମଶାଳାକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି । ଘରୋଇ କୋଠାରୁ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାରିକୁ ରହିବାକୁ ଦିଆଯାଉନାହିଁ। ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ରଥ ଯାତ୍ରା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ, ୧୦ ଜଣ ଅତିରିକ୍ତ ଏସ୍.ପି., ୩୧ ଜଣ ଡି.ଏସ୍.ପି. ରାଙ୍କ୍ ଅଧିକାରୀ, ୨୨୨ ଜଣ ସବ୍-ଇନିସପେକ୍ଟର୍, ୭୫୦ ଜଣ ହୋମ୍ଗାର୍ଡ଼ ଆଦି ପୋଲିସ କର୍ମୀ ମୁତୟନ କରାଯାଉଛି ।
ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ ଖବରର ସତବିଶେଷ କରି ବଡ଼ ଦାଣ୍ଡର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯିବ । ରଥ ଯାତ୍ରା ଦିନ ବଡ଼ ଦାଣ୍ଡରେ ଥିବା ବ୍ୟାଙ୍କ୍ ଓ ଔଷଧ ଦୋକାନ ବନ୍ଦ କରାଯାଇଛି । ରଥ ଯାତ୍ରା ଦିନ କେବଳ ଜରୁରୀ ସରକାରୀ ଯାନବାହନ ଛଡ଼ା ଆଉ କୌଣସି ଗାଡି଼ ଚଳାଚଳ କରିବ ନାହିଁ ।

ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବାକୁ ପହଞ୍ଚିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।
ରଥ ଯାତ୍ରାକୁ ନେଇ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ସବୁ ଗଳିକନ୍ଦିକୁ ବ୍ୟାରିକେଡ୍ ଦେଇ ସିଲ୍ କରାଯାଇଛି ଓ ପୋଲିସ ଫୋର୍ସ୍ ମୁତୟନ କରାଯାଇଛି । ରଥ ଦାଣ୍ଡକୁ ସମ୍ପୂର୍ଣ ଖାଲି କରାଯିବା ସହ ସହରବାସୀଙ୍କୁ ଘରେ ରହି ରଥ ଯାତ୍ରାରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଅତ୍ୟାବଶ୍ୟକ ସେବା ପାଇଁ ଗ୍ରୀନ୍ ଜୋନର ବ୍ୟବସ୍ଥା କରାଯାଇଛି ।
ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ‘‘ଆମେ ସୁରକ୍ଷା ଓ କରୋନା ନିମୟାବଳୀ ପାଳନକୁ ନେଇ ବିସ୍ତୃତ ବ୍ୟବସ୍ଥା କରିଛୁ । ଆଶା କରୁଛୁ ଗତ ବର୍ଷ ପରି ଏ ଥର ବି ପୁରୀବାସୀମାନେ ପ୍ରଶାସନକୁ ରଥ ଯାତ୍ରାର ଆୟୋଜନ ପାଇଁ ସବୁ ସହଯୋଗ ଦେବେ,’’ କହିଛନ୍ତି ପୁରୀ ଏସ୍.ପି. କଁୱର୍ ବିଶାଳ ସିଂ ।
ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲାରବିବାର ସକାଳେ ପ୍ରଥମେ ତାଳଧ୍ବଜ, ପରେ ନନ୍ଧିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି ହୋଇଥିଲା । ଏହା ପରେ ରଥଖଳାରୁ ଗୋଟିଏ ପରେ ଗୋଟିଏ ରଥକୁ ସିଂହଦ୍ବାର ସାମ୍ନାକୁ ଟଣାଯାଇଛି । ଏଥର ବିନାଭକ୍ତରେ ହେବ ରଥଯାତ୍ରା । ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ନିମନ୍ତ୍ରଣ କରିଛନ୍ତି । ନିଜ ଅନୁଗାମୀଙ୍କ ସହ ରଥ ଉପରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାତଜଣ ଯାଇ ରଥ ପ୍ରଦକ୍ଷଣ ଦର୍ଶନ କରିବେ । ପ୍ରତି ରଥକୁ ୫ଶହ ସେବାୟତ ଓ ପୋଲିସ କର୍ମଚାରୀ ଟାଣିବେ ।
କେବଳ ପାସ୍ ଥିବା ସେବାୟତ ଓ ପ୍ରାଶାସନିକ ଅଧିକାରୀମାନେ ରଥ ଯାତ୍ରାରେ ଅଂଶଗ୍ରହଣ କରିପାରିବାର ବ୍ୟବସ୍ଥା ହୋଇଛି । ପୁରୀ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରା ଯାଇଥିବାବେଳେ ପିପିଲି ଟୋଲ୍ ଗେଟକୁ ବି ସିଲ୍ କରାଯାଇଛି । ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରା ଯାଇଛି । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି । ସହର ଚାରି ପାଖ ଓ ପ୍ରବେଶ ପଥକୁ ମିଶାଇ ଆଠଟି ଜୋନ୍ କରାଯାଇଛି। ନାକାବନ୍ଦି କରାଯିବା ସହ ପୁରୀର ତିନୋଟି ପ୍ରବେଶ ପଥ ହୋଇଛି ସିଲ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।