ପୁରୀରେ ହୋଟେଲ୍‌ ଭିତରେ ଚାଲିଥିଲା ବର୍ଥ ଡେ ପାର୍ଟି; ମାଲିକ ଓ ଯୁବକଯୁବତୀମାନେ ଜୋରିମାନା ଦେଲେ

ନ୍ୟୁ କ୍ରିଷ୍ଣା ପ୍ୟାଲେସ୍ ହୋଟେଲର ଗେଟ୍ ବାହାରୁ ବନ୍ଦ ଥିଲା । ହେଲେ ଭିତରେ ଚାଲିଥିଲା ଜନ୍ମ ଦିନ ପାର୍ଟି । କଟକଣା ଉଲ୍ଲଙ୍ଘନ କରି ପାର୍ଟି ଚାଲିଥିବାରୁ ହୋଟେଲ୍ ଉପରେ ଚଢ଼ାଉ ହୋଇଥିଲା । ମାଲିକଙ୍କୁ ଗଣିବାକୁ ପଡ଼ିଥିଲା ୪୦,୦୦୦ ଟଙ୍କାର ଫାଇନ୍ ।

ପୁରୀରେ ହୋଟେଲ୍‌ ଭିତରେ ଚାଲିଥିଲା ବର୍ଥ ଡେ ପାର୍ଟି; ମାଲିକ ଓ ଯୁବକଯୁବତୀମାନେ ଜୋରିମାନା ଦେଲେ
ଲକଡାଉନ୍‌ କଟକଣା ଭାଙ୍ଗୁଥିବା ଲୋକଙ୍କ ଉପରେ ପ୍ରଶାସନର କଡ଼ା ନଜର ରହିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସାରା ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ ଲକଡାଉନ୍‌ କଟକଣା ଜାରିଥିବା ବେଳେ ପୁରୀରେ ଏକ ହୋଟେଲରେ କଟକଣାକୁ ଅମାନ୍ୟ କରି ଜନ୍ମ ଦିନ ଉତ୍ସବ ପାଳନ କରୁଥିଲେ କିଛି ଯୁବକ ଓ ଯୁବତୀ । ଏଥିରେ ହୋଟେଲ୍‌ ମାଲିକ ସହଯୋଗ କରିଥିବାରୁ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା ।

ରବିବାର ରାତି ୧୧ଟାରେ ସମୁଦ୍ର କୂଳ ଥାନା ଅଧୀନ ଅର୍ବାନ୍‌ ହାଟ ନିକଟ ନ୍ୟୁ କ୍ରିଷ୍ଣା ପ୍ୟାଲେସ୍‌ ହୋଟେଲର ଗେଟ୍‌ ବାହାରୁ ବନ୍ଦ ଥିଲା । ହେଲେ ଭିତରେ ଚାଲିଥିଲା ଜନ୍ମ ଦିନ ପାର୍ଟି । କଟକଣା ଉଲ୍ଲଙ୍ଘନ କରି ହୋଟେଲରେ ଜନ୍ମ ଦିନ ପାର୍ଟି ଚାଲିଥିବା ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ହୋଟେଲ ଉପରେ ଚଢ଼ାଉ ହୋଇଥିଲା । ମାଲିକଙ୍କୁ ଗଣିବାକୁ ପଡ଼ିଥିଲା ୪୦ ହଜାର ଟଙ୍କାର ଫାଇନ୍‌ । ଜନ୍ମ ଦିନ ପାଳୁଥିବା ଚାରି ଜଣ ଯୁବତୀ ଓ ପାଞ୍ଚ ଜଣ ଯୁବକଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?

‘‘କୋଭିଡ ନିୟମାବଳୀ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଚକ୍ରତୀର୍ଥ ରୋଡରେ ଥିବା କ୍ରିଷ୍ଣା ପ୍ୟାଲେସ ହୋଟେଲକୁ ସିଲ୍‌ କରାଯାଇଥିଲା ଓ ହୋଟେଲ୍‌ ମାଲିକ ସୁରେଶ କୁମାର ଅଗ୍ରୱାଲଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ବିନା ଅନୁମତିରେ ହୋଟେଲ ପରିସରରେ ଜନ୍ନ ଦିନ ଉତ୍ସବ ପାଳନ ହେଉଥିବା ଅଭିଯୋଗ ଆମକୁ ମିଳିଥିଲା । ତହସିଲଦାର ରବିନ୍ଦ୍ର ପ୍ରଧାନ, ପ୍ରଶାସନିକ ଅଧିକାରୀ ଓ ପୋଲିସ ସ୍କ୍ୱାର୍ଡ଼ ପକ୍ଷରୁ ମିଳିତ ଭାବେ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା,’’ କହିଛନ୍ତି ସମୁଦ୍ର କୂଳ ଥାନା ଅଧିକାରୀ ଚିନ୍ମୟ ରାଉତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

କୋଭିଡ ନିୟମ ଅନୁସାରେ ଜନ୍ମ ଦିନ ଉତ୍ସବ ବା ଯେକୌଣସି ଉତ୍ସବ ପାଳନ ନେଇ ଅନୁମତିର ଆବଶ୍ୟକତା ରହିଛି । ହେଲେ ଏହା ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ପ୍ରଶାସନକୁ ପ୍ରଦାନ କରାଯାଇ ନ ଥିଲା । ଜଣେ ଯୁବତୀଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ମୋ’ଟ ନଅ ଜଣ ସେହି ହୋଟେଲକୁ ଆସିଥିଲେ । ଠିକ୍‌ ସମୟରେ ସ୍ଥାନୀୟ ପୋଲିସ ପହଞ୍ଚି ପଚରାଉଚୁରା କରିଥିଲା ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

‘‘ପୁରୀ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ କଟକଣା, ଲକଡାଉନ ଓ ସଟଡାଉନକୁ କଡ଼ାକଡି଼ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି । କଟକଣାର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି,’’ କହିଛନ୍ତି ତହସିଲଦାର ରବିନ୍ଦ୍ର ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଲକଡାଉନ୍‌ ଅବଧିକୁ ମଙ୍ଗଳବାର ଦିନ ଆଉ ଦୁଇ ସପ୍ତାହ ପାଇଁ ବଢ଼ାଯାଇଛି । ସେମବାର ଦିନର ପରୀକ୍ଷଣରେ ରାଜ୍ୟରେ ୧୦,୩୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିରୁ ସଙ୍ଗରୋଧରୁ ୫,୭୭୯ ଜଣ ଆକ୍ରାନ୍ତ ଓ ସ୍ଥାନୀୟ ଅଞ୍ଚଳରୁ ୪,୫୪୨ ଜଣ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋ’ଟ ସଂକ୍ରମିତଙ୍କ ସଂଖ୍ୟା ୬,୩୩,୩୦୨କୁ ବୃଦ୍ଧି ପାଇଛି ।



ଓଡ଼ିଶାରେ ଏ ଯାଏଁ କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି ୫,୨୬,୩୫୩ ଜଣ ରୋଗୀ । ୧,୦୪,୫୩୯ ଜଣ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ସୋମବାର ଦିନ ଏହି କିଲର ଭାଇରସ୍ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ।
Published by: Anand ST Das
First published: May 18, 2021, 11:24 PM IST