News18 Odia Digital
ପୁରୀ: କୋଭିଡ୍ ପରିଚାଳନାରେ ଏକ ଆଶ୍ଚର୍ଯ୍ୟଜନକ ତ୍ରୁଟି ପରିଲକ୍ଷିତ ହୋଇଛି । ଟିକା ନେଇ ନ ଥିଲେ ମଧ୍ୟ ଟିକା ନେଇସାରିଥିବା ଦର୍ଶାଇ ଭାରତ ସରକାରଙ୍କ କୋୱିନ୍ ଆପରୁ ପୁରୀର ଜଣେ ମହିଳାଙ୍କ ନିକଟକୁ ତାଙ୍କ ମୋବାଇଲ୍ ଫୋନରେ ବାର୍ତ୍ତା ଆସିଥିବା ଜଣାପଡ଼ିଛି । ଏଥିରେ ବ୍ୟଥିତ ହୋଇ ମହିଳା ଜଣକ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ଓ ଅଭିଯୋଗ କରିଥିଲେ ।
ସିଦ୍ଧ ମହାବୀର ଅଞ୍ଚଳର ୫୭ ବର୍ଷୀୟା ସଂଯୁକ୍ତା ଦାସଙ୍କ କହିବା ଅନୁସାରେ ସେ କୋଭିଡ ଟିକା ନେବା ପାଇଁ କୋୱିନ୍ ଆପରେ ପଞ୍ଜିକରଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି । ଟିକା ନେଇସାରିଥିବା ମେସେଜ୍ ପାଇବା ପରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଟିକା ଆଉ କାହାକୁ ଦେଇଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ | Reliance Foundation ଜାମ୍ନଗରରେ ୧,୦୦୦ ବେଡ୍ର COVID ହସପିଟାଲ୍ ଖୋଲିବ; ମାଗଣା ଚିକିତ୍ସା‘‘ମୁଁ ଓ ମୋ’ ସ୍ବାମୀ ଟିକା ନେଇ ନ ଥିଲେ ମଧ୍ୟ ଆମ ପାଖକୁ ଟିକା ନେଇଥିବା ନେଇ ବାର୍ତ୍ତା ଆସିଥିଲା । ଆମେ ଉଭୟ ହସପିଟାଲରେ ଥିବା ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲୁ । ତେବେ କେବଳ ଆମେ ଗୋଟିଏ ଦମ୍ପତି ନୁହେଁ, ସେଠାରେ ଆଉ ଜଣେ ଡାକ୍ତର ଦମ୍ପତି ମଧ୍ୟ ଏହି ସମାନ ଅଭିଯୋଗ ନେଇ ପହଞ୍ଚିଥିଲେ । ଟିକା ନ ନେଇ ସେମାନଙ୍କ ପାଖକୁ ମଧ୍ୟ ଅନୁରୂପ ବାର୍ତ୍ତା ଆସିଥିଲା । ଏହାର ଅର୍ଥ ଆମ ପାଇଁ ଉଦ୍ଦିଷ୍ଟ ଟିକା ଆଉ କାହାକୁ ଦେଇ ଦିଆଯାଇଥିଲା,’’ କହିଥିଲେ ସଂଯୁକ୍ତା ଦାସ ।

ସଂଯୁକ୍ତା ଦାସଙ୍କ ଟିକାକରଣ ସାର୍ଟିଫିକେଟ୍
ଏଭଳି ବିଚିତ୍ର ସ୍ଥିତିକୁ ନେଇ ଏହି ଦୁଇ ଦମ୍ପତିଙ୍କ ଅଭିଯୋଗ ସମୟରେ ଟିକାକରଣ କେନ୍ଦ୍ରରେ ବେଶ୍ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ସ୍ଥିତି ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ଚିନ୍ତା ବଢ଼ାଇଛି । ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ସେମାନଙ୍କୁ କହିଥିଲେ, ‘‘କେନ୍ଦ୍ର ସରକାରଙ୍କ ବ୍ୟବସ୍ଥାରେ ଭୁଲ୍ ହେଲା, ଆମକୁ କାହିଁକି କହୁଛ?’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପ୍ରେମରେ ବଡ଼ ଭାଇ ବାଧା ସାଜିବାରୁ ପ୍ରେମିକ ସହ ମିଶି ତା’ ମୁଣ୍ଡ କାଟି ହତ୍ୟା କଲେ ଅଭିନେତ୍ରୀ ଶନାୟା‘‘ଏଭଳି ହେବା କଥା ନୁହେଁ । ଏଭଳି ବାର୍ତ୍ତା ଦେଖି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ତେବେ ଯଦି ଏସ୍.ଏମ୍.ଏସ୍. ଯାଇଛି ତେବେ ମୁଁ ସେମାନଙ୍କୁ ଟିକା ଦେଇଦେବି ବୋଲି କହିଥିଲି । ଘଟଣା ବିଷୟରେ ବୁଝିବା ପରେ ଜଣାପଡ଼ିଥିଲା ଯେ ସଂଯୁକ୍ତା ଟିକା ନେବା ପାଇଁ ପଞ୍ଜୀକୃତ ହେବା ପରେ ତାଙ୍କୁ ଟିକା ଦିଆ ନ ଯାଇ ଅନ୍ଲାଇନରେ ତାଙ୍କ ନାମ ତାଲିକାରେ ଯୋଡ଼ା ଯାଇଥିଲା। ବାସ୍ତବରେ ବିଳମ୍ବ ହେବାରୁ ସେ ଟିକା ନ ନେଇ ଚାଲି ଯାଇଥିଲେ । ତେଣୁ ଟିକା ନେଇ ସାରିଥିବା ମେସେଜ୍ ଆସିଥିଲା,’’ କହିଛନ୍ତି ଅଭିଯୋଗକୁ ନେଇ କୋଭିଡ୍ ଟିକା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଶମ୍ଭୁନାଥ ହୋତା । ଅଭିଯଓଗ ପାଇବା ପରେ ସେ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘ମୁଁ ୩ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍ଟିକା ଦିଆଯିବା ପୂର୍ବରୁ କାହିଁକି ନାମ ଅନଲାଇନରେ ଚଢ଼ା ଯାଉଛି ବୋଲି ସଂଯୁକ୍ତା ଦାସ୍ ପ୍ରଶ୍ନ କରିଥିଲେ ହେଁ ସେହି ପ୍ରଶ୍ନର ଯଥାର୍ଥ ଉତ୍ତର କାହାରି ପାଖରେ ନ ଥିଲା । ଅପରାହ୍ଣରେ ଉଭୟ ପତିପତ୍ନୀଙ୍କୁ ଟିକା ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ‘‘ସଂଯୁକ୍ତା କୋୱିନ୍ ଆପରେ ଟିକା ନେବା ପାଇଁ ବୁକ୍ କରିବା ପରେ ୬ ତାରିଖ ଦିନ, ଅର୍ଥାତ୍ ଗୁରୁବାର, ଟିକା ନେବା ପାଇଁ ତାଙ୍କ ପାଖକୁ ବାର୍ତ୍ତା ଆସିଥିଲା । ତେଣୁ ସେ ଉଚିତ୍ ସମୟରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ସେ ଦୀର୍ଘ ସମୟ ଛିଡ଼ା ହୋଇଥିଲେ ମଧ୍ୟ ଅନେକ ଲୋକ ଟିକା ନାବେ ପରେ ‘ଆଉ ଟିକାକରଣ ଆଜି ହେବ ନାହିଁ, ଆସନ୍ତାକାଲି ଆସ’ ବୋଲି ସେଠାରେ କାର୍ଯ୍ୟରତ କର୍ମଚାରୀ ତାଙ୍କୁ କହିଥିଲେ । ତେଣୁ ସେ ଫେରି ଆସିଥିଲେ । ଘରେ ପହଞ୍ଚିବା ବେଳକୁ ତାଙ୍କ ପାଖକୁ ଟିକା ନେଇଥିବା ନେଇ ମେସେଜ୍ ଆସିଥିଲା,’’ କହିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ।
ଏହି ଘଟଣା ପ୍ରଥମ ନୁହେଁ । ଆଗରୁ ମଧ୍ୟ ଏହି ପ୍ରକାରର କେତେକ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି, ହେଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଜୟନ୍ତ ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।