ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରମୁଖ ପାର୍କ ସବୁ; ମାସ୍କ ପିନ୍ଧି ଆସନ୍ତୁ

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ବସିଥିବାରୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫରେଷ୍ଟ ପାର୍କ, ବୁଦ୍ଧ ପାର୍କ ଓ ଆଇଜି ପାର୍କ ଭଳି ବିଭିନ୍ନ ପାର୍କ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି ।

ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରମୁଖ ପାର୍କ ସବୁ; ମାସ୍କ ପିନ୍ଧି ଆସନ୍ତୁ
ସକାଳ ୭ଟାରୁ ୧୦ଟା ଓ ଅପରାହ୍ଣ ୪ଟା ରୁ ୬ଟା ଯାଏ ଖୋଲା ରହିବ ଏ ସବୁ ପାର୍କ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା କଟକଣା ପାଇଁ ପ୍ରାୟ ଦୁଇ ମାସ ହେଲା ବନ୍ଦ ରହିଥିଲା ରାଜଧାନୀର ସମସ୍ତ ପାର୍କ । ଦୀର୍ଘ ଦିନ ପରେ ଏବେ ରାଜଧାନୀର ପ୍ରମୁଖ ପାର୍କ ସବୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି । ଏ ସମସ୍ତ ପାର୍କକୁ ଅନୁଧ୍ୟାନ କରି ସହରର ସମସ୍ତ ପାର୍କ ଖୋଲିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ପୂର୍ବ ପରି ପୁଣି ଥରେ ରବିବାର ଠାରୁ ରାଜଧାନୀର ପ୍ରମୁଖ ପାର୍କ ଚଳଚଞ୍ଚଳ ହୋଇଛି । କିଏ ମର୍ଣ୍ଣିଂ ୱାକ୍‌ ତ ପୁଣି କିଏ ଯୋଗ କରିବାରେ ବ୍ୟସ୍ତ ଅଛନ୍ତି ପାର୍କରେ । ଦୀର୍ଘ ଦୁଇ ମାସ ପରେ ଖୋଲିଛି ପାର୍କ। ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ ଶେଷ ହେବାକୁ ବସିଲାଣି । ଏଭଳି ସ୍ଥିତିରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫରେଷ୍ଟ ପାର୍କ, ବୁଦ୍ଧ ପାର୍କ, ଆଇଜି ପାର୍କ ଭଳି ସହରର ବିଭିନ୍ନ ଜନଗହଳିପୂର୍ଣ ପାର୍କଗୁଡିକ ପରୀକ୍ଷାମୂଳକ ଭାବେ ଖୋଲିଛି ।

‘‘ସକାଳ ୭ଟାରୁ ୧୦ଟା ଓ ଅପରାହ୍ଣ ୪ଟା ରୁ ୬ଟା ଯାଏ ଖୋଲିବ ପାର୍କ । ତେବେ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ୨ ମିଟର ଦୂରତା ରଖିବା ବାଧ୍ୟତାମୂଳକ । ଏ ନେଇ ପାର୍କ ଗେଟ ସମ୍ମୁଖରେ ନୋଟିସ ଲଗାଯାଇଛି,’’ କହିଛନ୍ତି ପାର୍କ ଦାୟିତ୍ୱରେ ଥିବା ଅଧିକାରୀ ତଥା ବିଡିଏ ହର୍ଟିକଲଚର ଚିଫ୍ ଏ.କେ. ଧର ।

ପାର୍କରେ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ୨ ମିଟର ଦୂରତା ରଖିବା ବାଧ୍ୟତାମୂଳକ ।


ମନୋରଞ୍ଜନ ସହ ଜିମ ଓ କ୍ରୀଡା ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି ବିଭିନ୍ନ ପାର୍କରେ। ସେଠାରେ ପ୍ରତି ଦିନ ଲୋକଙ୍କ ଭିଡ଼ ଲାଗେ । କିଏ ପରିବାର ସହ ତ ପୁଣି କିଏ ଫିଟନେସ ପାଇଁ ପାର୍କ ଆସନ୍ତି। ହେଲେ ପାର୍କ ବନ୍ଦ ଥିବାରୁ ଏ ସବୁ ମଧ୍ୟ ବନ୍ଦ ରହିଥିଲା। କଟକଣା ପାଇଁ ଲୋକେ ଘରୁ ବି ବାହାରି ପାରୁନଥିଲେ । ହେଲେ ପାର୍କ ଖୋଲିବାରୁ ସମସ୍ତେ ଖୁସି ଅଛନ୍ତି ।

ଫରେଷ୍ଟ ପାର୍କ ବାସିନ୍ଦା ସରୋଜ କହିଛନ୍ତି, ‘‘ନିଜକୁ ଫିଟ ରଖିବାକୁ ମୁଁ ପ୍ରତି ଦିନ ବ୍ୟାୟାମ କରେ। ହେଲେ ଘର ପାଖରେ ଜାଗା ନାହିଁ। ତେଣୁ ପାର୍କକୁ ଆସି ଝାଳ ବୁହାଏ। ହେଲେ କରୋନା କଟକଣା ପାଇଁ ପାର୍କ ବନ୍ଦ ଥିଲା । ଆମେ ବି ଘରୁ ବାହାରୁ ନ ଥିଲୁ । ଏବେ ପାର୍କ ଖୋଲିଛି । ପୂର୍ବ ଭଳି ଆମ ବ୍ୟାୟାମ ଅଭ୍ୟାସ ଆରମ୍ଭ ହୋଇଛି ।’’

ନିଳାଦ୍ରୀବିହାର ବାସିନ୍ଦା ତଥା ବରିଷ୍ଠ ନାଗରିକ ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ‘‘ଡାଏବେଟିସ ପାଇଁ ନିୟମିତ ମୁଁ ମର୍ଣ୍ଣିଂ ୱାକ୍‌ କରେ ଓ ଯୋଗ କରେ । ଆଉ ସେଥି ପାଇଁ ନିକଟସ୍ଥ ପାର୍କକୁ ଯାଏ । ହେଲେ ପାର୍କ ବନ୍ଦ ଥିବାରୁ ମର୍ଣ୍ଣିଂ ୱାକ୍‌ ବି ବନ୍ଦ ହୋଇଯାଇଥିଲା । ଘରେ କିଛି ସମୟ କେବଳ ଯୋଗ କରୁଥିଲି। ଖୋଲା ଆକାଶ ତଳେ ସମୟ ଓ ସୁଯୋଗ ନଥିଲା। ଯାହା ହଉ ଏବେ ପାର୍କ ଖୋଲିଲା। କିନ୍ତୁ ଆମକୁ ଜଗିକି ରହିବାକୁ ପଡିବ ।’’

ସହରରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ତେଣୁ ଧୀରେ ଧୀରେ ସ୍ୱଭାବିକ ହୋଇଛି ସହର। ପ୍ରଥମେ ମାର୍କେଟ, ଆଉ ଏବେ ଖୋଲିଛି ପାର୍କ । ଘରୋଇ ଯାନବାହନ ସହ ପେଡ ଟ୍ୟାକ୍ସି ଚଳାଚଳକୁ ମଧ୍ୟ ମିଳିଛି ଅନୁମତି । ହୋମ ଡେଲିଭରି ସହ ରେସ୍ତୋରାଁ ଓ ବେକେରୀ ସପ୍ ଖୋଲିବାକୁ ଅନୁମତି ମିଳିଛି । ତଥାପି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ତା’ ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 4:16 PM IST
corona virus btn
corona virus btn
Loading