News18 Odia Digital
ଭୁବନେଶ୍ୱର: ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ପ୍ରବାସୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଚଣା ବିନା ମୂଲ୍ୟରେ ଦୁଇ ମାସ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ଓ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ଏକ କେଜି ଚଣା ମଇ ଓ ଜୁନ୍ ଦୁଇ ମାସ ବିନା ମୂଲ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ଚାଉଳ ଓ ଚଣା ଯୋଗାଣ ପରେ ବିଭାଗକୁ ହିତାଧିକାରୀମାନଙ୍କ ତାଲିକା ଯୋଗାଇଦେବା ପାଇଁ କୁହାଯାଇଛି ।
ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଅଧ୍ୟକ୍ଷତାରେ ନିକଟରେ ଏକ ଭିଡ଼ିଓ କନ୍ଫରେନ୍ସ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରବାସୀ ଶ୍ରମିକଙ୍କ ବାବଦରେ ଏକ ନିର୍ଭରଯୋଗ୍ୟ ତଥ୍ୟ ଓ ତାଲିକା ଅଭାବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ୍ କାର୍ଡ ନିର୍ବିଶେଷରେ ସମସ୍ତ ପ୍ରବାସୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସକୁ ୧ କେଜି ଚଣା ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ ।

ପାସୱାନଙ୍କ ସହ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ରଣେନ୍ଦ୍ର ସ୍ୱାଇଁ ।
ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକମାନଙ୍କର ଦୁର୍ଦ୍ଦଶା ଓ ବାଟରେ ଦୁର୍ଘଟଣାଜନିତ ଅକାଳ ମୃତୁ୍ୟକୁ ନେଇ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହ କିଛି ପ୍ରବାସୀ ନିଜ ରାଜ୍ୟକୁ ଫେରି ଆସିଥିବା ବେଳେ ଅନ୍ୟ କିଛି ବାଟରେ ରହିଯାଇଥିବା ବିଷୟରେ ସ୍ୱାଇଁ କହିଥିଲେ । ଏପରି କ୍ଷେତ୍ରରେ ପ୍ରବାସୀମାନଙ୍କର ସଠିକ୍ ତଥ୍ୟ ସଂଗ୍ରହ ନିମନ୍ତେ ଜାତୀୟ ସ୍ତରରେ ଏକ ଟାସ୍କଫୋର୍ସ ଗଠନ କରି ଡାଟାବେସ୍ ପ୍ରସ୍ତୁତ କରିବା ଉପରେ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ ।
କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣର ମୁକାବିଲା ନିନ୍ତେ ସାରା ଦେଶ ସମେତ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡ଼ିଶା ଆସୁଥିବା ହେତୁ ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସ୍ୱାଇଁ କହିଥିଲେ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ମୋଟ ହିତାଧିକାରୀଙ୍କ ସଂଖ୍ୟାର ସର୍ବାଧିକ ୧୦ ପ୍ରତିଶତ ହିସାବରେ ପ୍ରବାସୀଙ୍କ ନିମନ୍ତେ ଚାଉଳ ଓ ଚଣା ମଇ ଓ ଜୁନ ୨ ମାସ ପାଇଁ ଆବଣ୍ଟନ କରିଛନ୍ତି । ତେବେ ଯେଉଁ ପ୍ରବାସୀମାନେ ଅନ୍ୟ ରାଜ୍ୟଗୁଡ଼ିକରେ ଅଟକ ରହିଯାଇଛନ୍ତି ସେମାନଙ୍କୁ ସେହି ରାଜ୍ୟ ତୁରନ୍ତ ରିଲିଫ୍ ଆକାରରେ ଚାଉଳ ଓ ଚଣା ଯୋଗାଇଦେବା ପାଇଁ ସ୍ୱାଇଁ ପ୍ରସ୍ତାବ ଦେଇଛନ୍ତି ।
ବୈଠକରେ ରାଜ୍ୟ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ନିୟମିତ ରାସନ୍ ତିନି ମାସ ପାଇଁ ଆଗୁଆ ଏକକାଳୀନ ଯୋଗାଇ ଦିଆଯାଇଥିବା କଥା ସ୍ୱାଇଁ କହିଥିଲେ । ଏଥି ସହିତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଜି ସୁଦ୍ଧା ୮୨ ଲକ୍ଷ କାର୍ଡଧାରୀଙ୍କୁ ଏକକାଳୀନ ୩ ମାସ ପାଇଁ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଥିବା କଥା ଉଲ୍ଲେଖ କରିଥିବା ବେଳେ ଅବଶିଷ୍ଟ କାର୍ଡଧାରୀଙ୍କୁ ଚାଉଳ ଓ ଡାଲି ବଣ୍ଟନ କାର୍ଯ୍ୟ ମଇ ୩୧ ତାରିଖ ସୁଦ୍ଧା ସମ୍ପନ୍ନ ହୋଇଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ଯୋଗାଣ ଓ ରବି ଧାନ ସଂଗ୍ରହ ନିମନ୍ତେ ଆବଶ୍ୟକ ଝୋଟ ଅଖା ତୁରନ୍ତ ରାଜ୍ୟକୁ ଯୋଗାଇ ଦେବା ପାଇଁ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ପାଶୱାନଙ୍କୁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଜୁଟ୍ କମିଶନରଙ୍କ ନିକଟରେ ଅର୍ଥ ଦାଖଲ କରାଯାଇ ସାରିଥିବାବେଳେ ଲକଡାଉନ୍ ସ୍ଥିତି ଯୋଗୁଁ ଆବଶ୍ୟକ ପରିମାଣର ଅଖା ନ ମିଳୁଥିବାରୁ ଖାଦ୍ୟଶସ୍ୟ ଯୋଗାଣ ଏବଂ ଧାନ ସଂଗ୍ରହ ବାଧାପ୍ରାପ୍ତ ହେଉଛି ବୋଲି ସ୍ୱାଇଁ କହିଥିଲେ ।
ବୈଠକରେ ଲୋକସେବା ଭବନ ଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ ଉପସ୍ଥିତ ଥିବାବେଳେ ସମସ୍ତ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀମାନେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।