ଦୁର୍ଗା ପୂଜାକୁ ନେଇ ସରକାରଙ୍କ ଗାଇଡଲାଇନକୁ କଟକରେ ଜୋର୍‌ଦାର୍‌‌ ବିରୋଧ ଆରମ୍ଭ ହେଲା

ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ରଖିବା ଓ ମଣ୍ଡପର ତିନି ପାଖକୁ ପୂରା ଆବଦ୍ଧ କରି କେବଳ ସାମନା ପାଖକୁ ଆଂଶିକ ଖୋଲା ରଖିବା ନିର୍ଦ୍ଦେଶ ହିଁ କଟକର ପୂଜା କମିଟିଗୁଡ଼ିକର ଅସନ୍ତୋଷର ମୁଳ କାରଣ ।

ଦୁର୍ଗା ପୂଜାକୁ ନେଇ ସରକାରଙ୍କ ଗାଇଡଲାଇନକୁ କଟକରେ ଜୋର୍‌ଦାର୍‌‌ ବିରୋଧ ଆରମ୍ଭ ହେଲା
ଅଧା ଗଢ଼ା ଅବସ୍ଥାରେ ଶେଖ ବଜାର ପୂଜା ମଣ୍ଡପର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି
  • News18 Odia
  • Last Updated: September 11, 2020, 10:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁର୍ଗା ପୂଜା ଠାରୁ ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ପୂଜା ପାଳନକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଗାଇଡଲାଇନ ଆସିବା ପରେ ଚିହିଁକି ଉଠିଛନ୍ତି କଟକର ପୂଜା କମିଟିଗୁଡ଼ିକର କର୍ମକର୍ତ୍ତାମାନେ । ୧୨ଟି ନିର୍ଦ୍ଦେଶ ସମ୍ବଳିତ ଏହି ଗାଇଡଲାଇନର ତୃତୀୟ ଓ ଚତୁର୍ଥ ନିର୍ଦ୍ଦେଶକୁ ପାଳନ କରିବା ଏକ ପ୍ରକାର ଅସମ୍ଭବ ବୋଲି ପୂଜା କମିଟିଗୁଡ଼ିକ ପକ୍ଷରୁ କୁହାଯାଇଛି । ଏହାକୁ ନେଇ କମିଟି କର୍ମକର୍ତ୍ତାମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଗୁରୁବାର ଦିନ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଥିବା ପୂଜା ଗାଇଡ ଲାଇନ ଦୁର୍ଗା ପୂଜା ଠାରୁ ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାର ଖିଲାପକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଥିରେ ଉଲ୍ଲେଖ କରିଛି । ଏହି ଗାଇଡଲାଇନରେ ମୋଟ ୧୨ଟି ନିର୍ଦ୍ଦେଶ ରହିଛି । ଜିଲ୍ଲା ତଥା ପୋଲିସ ପ୍ରଶାସନ ଠାରୁ ପୂଜା କରିବା ନେଇ ଅନୁମତି ନେବାକୁ ହେବ । ଅତି ବେଶୀରେ ୭ ଜଣ କର୍ମକର୍ତ୍ତା ମଣ୍ଡପରେ ଉପସ୍ଥିତ ରହିପାରିବେ । ମଣ୍ଡପରେ ସାମାଜିକ ଦୁରତ୍ବ ସହ କୋଭିଡ ଗାଇଡଲାଇନକୁ ପାଳନ କରାଯିବ ଓ ମଣ୍ଡପରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ ।

ଏହା ବ୍ୟତୀତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ରଖିବା ଓ ମଣ୍ଡପର ତିନି ପାର୍ଶ୍ବକୁ ସମ୍ପୂର୍ଣ୍ଣ ଆବଦ୍ଧ କରି କେବଳ ସମ୍ମୁଖ ପାର୍ଶ୍ବକୁ ଆଂଶିକ ଖୋଲା ରଖିବା ନିର୍ଦ୍ଦେଶ ମଧ୍ୟ ରହିଛି । ଏହା ହିଁ କଟକର ପୂଜା କମିଟି ଗୁଡ଼ିକର ଅସନ୍ତୋଷର ମୁଳ କାରଣ । ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ କମ କରିବା ପରମ୍ପରା ବିରୋଧୀ ଓ ମଣ୍ଡପକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଗଲେ ପୂଜା ସମୟରେ ହେଉଥିବା ବିଭିନ୍ନ କର୍ମ ବାଧାପ୍ରାପ୍ତ ହେବ ବୋଲି ଯୁକ୍ତି ଦର୍ଶାଇଛନ୍ତି ପୂଜା କମିଟିଗୁଡ଼ିକର କର୍ମକର୍ତ୍ତାମାନେ ।

ଘଟ ସ୍ଥାପନ ପରେ ମା ଗଡ଼ଚଣ୍ଡୀଙ୍କ ମନ୍ଦିର ରେ ଆରମ୍ଭ ହେଲା ହୋମ ଯଜ୍ଞ


‘‘ଏହି ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ଯାହା ନିର୍ଦ୍ଦେଶ ଦେଇଛନ୍ତି ସେ ସବୁକୁ ଆମେ ପାଳନ କରିବୁ । ବିନା ଭକ୍ତରେ ପୂଜା କରିବୁ । କିନ୍ତୁ ମୂର୍ତ୍ତିର ଉଚ୍ଚତାକୁ କମ କରିବା ସହ ମଣ୍ଡପକୁ ଆବଦ୍ଧ କରିବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ଆମେ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରୁଛୁ । ଏବେ ସବୁ ଖୋଲିଗଲା, ତେଣୁ ପୂଜା ଅନୂମତି ଦେଇ ମୂର୍ତ୍ତିର ଆକାର ଛୋଟ କରିବା କୌଣସି ଆବଶ୍ୟକତା ନାହିଁ,’’ କହିଛନ୍ତି କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ ।

ପରମ୍ପରା ମୁତାବକ ପୂଜା କରିବା ପାଇଁ ପୂର୍ବରୁ ହାଇ କୋର୍ଟଙ୍କ ଅନୂମତି ହାସଲ କରିଥିବା ବାଲୁବଜାର ପୂଜା କମିଟି ପାଇଁ ମଧ୍ୟ ନୂଆ ଗାଇଡଲାଇନ ଅଡୁଆ ସୃଷ୍ଟି କରିଛି । କମଟି ପକ୍ଷରୁ ପୂଜା ତ କରାଯିବ, କିନ୍ତୁ ମୂର୍ତ୍ତିର ଉଚ୍ଚତାକୁ ନେଇ ଥିବା ଗାଇଡଲାଇନକୁ କମିଟିକୁ ମାନିବାକୁ ହିଁ ପଡିବ । ତେବେ ଏହାର ପ୍ରତିବାଦରେ ଆଜି ପୁଣି ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବାଲୁବଜାର ପୂଜା କମିଟି । ୧୨-ଟିକିଆ ନିର୍ଦ୍ଦେଶାବଳୀ ମଧ୍ୟରୁ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପକୁ ଆବଦ୍ଧ କରିବା ନିର୍ଦ୍ଦେଶକୁ ରଦ୍ଧ କରିବା ପାଇଁ ଆଜି କମିଟି କୋର୍ଟରେ ଦାୟର କରିଥିବା ମାମଲାରେ ପ୍ରାର୍ଥନା କରିଛି ।

ବିଜେପି ନେତା ସମୀର ଦେ


‘‘ଆମର ଅବଜେକ୍ଟନ କେବଳ ଏହି ଦୁଇଟି ପଏଣ୍ଟକୁ ନେଇକି ଅଛି । ଏହି ଦୁଇଟିକୁ ରଦ୍ଧ କରିବା ପାଇଁ ଆମେ ଆଜି କୋର୍ଟକୁ ଯାଇଛୁ । ଆମ ମାମଲାରେ ସହରର ଅନ୍ୟ ୨୫ଟି ପୂଜା କମିଟି ବି ଏଥିରେ ଇଣ୍ଟରଭିନର ହେବେ । ହାଇ କୋର୍ଟରେ ନ୍ୟାୟ ନ ମିଳିଲେ ଆମେ ଦିଲ୍ଲୀ ଦରବାର ଯିବୁ । ସୁପ୍ରିମ କୋର୍ଟରେ ବି କେସ୍‌ କରିବୁ,’’ କହିଛନ୍ତି ବାଲୁବଜାର ପୂଜା କମିଟିର ସଭାପତି ତଥା ହାଇ କୋର୍ଟର ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିୟା ।

ରାଜ୍ୟ ସରକାରଙ୍କ ଏହି ନୂଆ ଗାଇଡଲାଇନକୁ ନେଇ କଟକର ପୂଜା କମିଟିଗୁଡ଼ିକ ମଧରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଏହାକୁ ଆହୁରି ତୀବ୍ର କରିଛି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବୟାନ । ‘‘ଆମେ ସରକାରଙ୍କୁ ନିବେଦନ କରୁଛୁ ଯେ ଏହି ଦୂଇଟି ନିର୍ଦ୍ଦେଶକୂ ଗାଇଡଲାଇନରୁ ହଟାଇବା ନେଇ ଏହାର ପୂର୍ନବିଚାର ହେଉ । ନ ହେଲେ ଆମେ କଟକ ବନ୍ଦ ଡକାରା ଦେବୁ ଓ ପୂଜା ସମୟରେ ମଣ୍ଡପରେ କଳାପତାକା ଉଡାଇବୁ,’’ କହିଛନ୍ତି ଦେ ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା

ତେବେ ମଣ୍ଡପରେ ଦୁର୍ଗା ପୂଜାକୁ ନେଇ ଦ୍ବନ୍ଦ୍ୱ ଜାରି ରହିଥିଲେ ମଧ୍ୟ ପୀଠଗୁଡ଼ିକରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜାର ପ୍ରାକ୍‌ ପ୍ରସ୍ତୁତି । ବିଧି ମୁତାବକ ଗୁରୁବାର ଦିନ ଘଟପୂଜା ପରେ ଆଜି ଠାରୁ କଟକର ଅଦ୍ଧିଷ୍ଟାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଓ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିରରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।



ଚଳିତ ବର୍ଷ ମଳ ମାସ ପଡୁଥିବାରୁ ଏହି ଷୋଢଶହ ଉପଚାର ପୂଜାକୁ ଦୁର୍ଗା ପୂଜା ପର୍ଯ୍ୟନ୍ତ ପୂରା ୪୫ ଦିନ ଧରି କରାଯିବ । ମଳମାସ ଶେଷ ହେବା ଦିନ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ନଅ ଦିନ ଧରି ମା’ଙ୍କର ନବଦିନାତ୍ମକ ବେଶ କରାଯିବ ।
Published by: Anand Shankar Thankur Das
First published: September 11, 2020, 10:15 PM IST
corona virus btn
corona virus btn
Loading